ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ବନ୍ଧୁ ମିଳନରେ ଜମିଲା ଭୋଜିଭାତର ଆସର, ବିଷାକ୍ତ ଛତୁ ଏବଂ ପନିର୍ ଖାଇ ୨୨ ଅସୁସ୍ଥ

Published By : Rasmita Pradhan | March 14, 2025 9:25 AM

ଭୁବନେଶ୍ଵର, ୧୪/୦୩ : ବିଷାକ୍ତ ଛତୁ ଏବଂ ପନିର୍ ଖାଇ ୨୨ ଅସୁସ୍ଥ। ମାଲକାନଗିରି ଜିଲ୍ଲା ଜୟପୁରିଆଗୁଡା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସମସ୍ତ ଅସୁସ୍ଥଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। 

ସୂଚନାନୁଯାୟୀ, ଜୟପୁରିଆଗୁଡା ଗାଁ ଲୋକେ ଗତ ସୋମବାର ଦିନ ଏକତ୍ରିତ ହୋଇ ବନ୍ଧୁ ମିଳନ କରିଥିଲେ। ରାତିରେ ଭୋଜିଭାତର ଆୟୋଜନ ହୋଇଥିଲା। ସମସ୍ତେ ଛତୁ ଓ ପନିର୍ ତରକାରୀ ଖାଇଥିଲେ। ଭୋଜିଭାତ ସରିବା ପରେ କିଛି ଲୋକଙ୍କର ବାନ୍ତି ହୋଇଥିଲା । ମଙ୍ଗଳବାର ଦିନ ୨୨ ଜଣ ଗ୍ରାମବାସୀ ଝାଡ଼ାବାନ୍ତି ସହ ପେଟ ବଥାର ଆକ୍ରାନ୍ତ ହୋଇଥିଲେ। ତିନି ଦିନ ହେଲା ଝାଡାବାନ୍ତି ଓ ପେଟ ବଥା ଲାଗି ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକ ଆଦିବାସୀ ଲୋକେ ଗୁରୁତର ହୋଇପଡିଥିଲେ। ଏହାପରେ ସମସ୍ତଙ୍କୁ ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେଠାରେ ସମସ୍ତଙ୍କ ଚିକିତ୍ସା ଜାରି ରହିଥିବା ବେଳେ ପାଞ୍ଚ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି। 

ବିଶାକ୍ତ ଖାଦ୍ୟ ଯୋଗୁଁ ଏପରି ହୋଇଥିବା ଡାକ୍ତରୀ ସୂତ୍ରରୁ ଜଣାପଡିଛି। ଛତୁ ଓ ପନିର୍ ତରକାରୀ ଦିନ ବେଳେ ରୋଷେଇ ହୋଇଥିବା ବେଳେ ଭୀଷଣ ଖରା ଯୋଗୁଁ ଏହା ବିଷାକ୍ତ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ଅନ୍ୟପଟେ ଦୋକାନୀ ଆଦିବାସୀ ଲୋକଙ୍କୁ ଠକି ଖରାପ ଛତୁ ଓ ପନିର୍ ଦେଇଥିଲେ କି ତାହାର ତଦନ୍ତ ମଧ୍ୟ କରାଯାଉଛି।

ଏହି ଖବରଟିକୁ ପଢନ୍ତୁ-କଳିଙ୍ଗା ଘାଟିରେ ଓଲଟିଲା ଘରୋଇ ବସ୍: ୭ ଆହତ, ଜଣେ ଗୁରୁତର


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.