ସମ୍ବଲପୁର, ୧୨।୫ : ଠେଲକୋଲି ନିକଟରୁ ୨୩ ବେଆଇନ ଆସ୍ ଗାଡ଼ି ଜବତ। ବିନା ଅନୁମତିରେ ଝାରସୁଗୁଡ଼ାରୁ ସମ୍ବଲପୁର ପଟକୁ ଆସୁଥିବା ଏହି ଗାଡ଼ି ପୁଲିସ ଯାଞ୍ଚ୍ ସମୟରେ ଧରା ପଡ଼ିଛି। ସମସ୍ତ ଗାଡ଼ିର ଭାଲିଡ୍ ଟ୍ରାଞ୍ଜିଟ୍ ପାସ୍ କିମ୍ବା ଡମ୍ପିଂ ଅନୁମତି ନାହିଁ।
ସୂଚନାନୁଯାୟୀ, ଝାରସୁଗୁଡ଼ାରୁ କିଛି ଆସ୍ ଗାଡି ଆସି ଠେଲକୋଲି ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ଡମ୍ପିଂ କରୁଥିବା ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ଯାଞ୍ଚ୍ କରିବାରୁ ସମସ୍ତ ଗାଡ଼ି ବେଆଇନ ଡମ୍ପିଂ କରୁଥିବା ଜଣାପଡ଼ିଥିଲା। ଏହାପରେ ପୋଲିସ ୨୩ ବେଆଇନ ଆସ୍ ଗାଡ଼ି ଜବତ କରିଥିଲା। ଏହି ସବୁ ଗାଡି ଗୁଡ଼ିକର ଭାଲିଡ୍ ଟ୍ରାଞ୍ଜିଟ୍ ପାସ୍ କିମ୍ବା ଡମ୍ପିଂ ଅନୁମତି ନାହିଁ। ଏନେଇ ପୋଲିସ ଅଧିକ ତଦନ୍ତ ଚଳାଇଥିବା ସୂଚନା ମିଳିଛି।
ଗତ କିଛି ମାସ ହେଲା ସମ୍ବଲପୁରରେ ବେଆଇନ ଆସ୍ ଡମ୍ପିଂ କରାଯାଉଛି। ଜିଲ୍ଲା ପ୍ରଶାସନ ଜାଣତରେ ଏହି କାରବାର ହେଉଛି। ସ୍ଥାନୀୟ ଲୋକ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ କମ୍ପାନୀ କିମ୍ବା ଆସ୍ ଡମ୍ପିଂ କରୁଥିବା ଠିକାଦାର କାହା କଥା ଶୁଣୁନାହାନ୍ତି। ବିଶେଷକରି ଏବେ ଯୁଯୁମୁରା ଜାମଟାଲ ଗାଁରେ ନିୟମିତ ଆସ୍ ପଡୁଛି। ଅନୁମତିଠାରୁ ଢେର ଅଧିକ ଆସ୍ ପୋତା ଯାଉଥିବା ଅଭିଯୋଗ ହେଉଛି। କିନ୍ତୁ ଜିଲ୍ଲା ପ୍ରଶାସନ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଯାହାକୁ ନେଇ ସ୍ଥାନୀୟ ଲୋକେ ଧାରଣ ଦେବା ସହ ଜିଲ୍ଲାପାଳ ଓ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗରେ ଅଭିଯୋଗ ମଧ୍ୟ ଦେଇଥିଲେ। ତଥାପି ବି ଏହା ବନ୍ଦ ହୋଇ ପାରିଲା ନାହିଁ।
ଏହି ଖବରଟିକୁ ପଢନ୍ତୁ-ତିଗିରିଆ ଥାନା ଅଞ୍ଚଳରୁ ୨୨୪୦ ଲିଟର ଚୋରା ଦେଶୀ ମଦ ଜବତ