ପ୍ରମୂଖ ଖବର
  • ଚାନ୍ଦବାଲି : ଅଙ୍ଗନବାଡ଼ିରେ ମିଳୁନାହିଁ ରନ୍ଧା ଖାଦ୍ୟ, କର୍ମୀଙ୍କ ବିରୁଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି
  • ||
  • କନ୍ଧମାଳ : ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣା: ତଦନ୍ତ ପାଇଁ ମାଣ୍ଡିପଙ୍କାରେ ପହଞ୍ଚିଲେ ଦକ୍ଷିଣାଞ୍ଚଳ ଆରଡିସି
  • ||
  • ଦେବଗଡ଼ : ତିନି ଗାଡି ସହ ବିପୁଳ ପରିମାଣର ଗଞ୍ଜେଇ ଜବତ, ୪ ଅଟକ
  • ||
  • ନୀଳଗିରି : ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ସିରିଜ୍‌ ଚୋରି, ତାଲାଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ଜିନିଷ
  • ||
  • କାମାକ୍ଷାନଗର : ଗାଧୋଇବା ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ବୁଡ଼ି ଶ୍ରମିକଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ଡାକ୍ତରଙ୍କ ଦାଦାଗିରି, ରୋଗୀଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ ଉଦ୍ୟମ
  • ||
  • ଭୁବନେଶ୍ୱର : ସ୍ତ୍ରୀଙ୍କୁ ଆନେସ୍ଥେସିଆ ଦେଇ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ପ୍ରଦ୍ୟୁମ୍ନକୁ ରିମାଣ୍ଡରେ ନେବ ପୋଲିସ
  • ||
  • କେନ୍ଦୁଝର ସରକାରୀ ଡିଗ୍ରୀ ଇଞ୍ଜିନିୟରିଙ୍ଗ୍ କଲେଜରେ ରାଗିଂ ଅଭିଯୋଗ, ଛାତ୍ର ଗୁରୁତର
  • ||
  • ଇଡ୍‌କୋ ଜୁନିୟର ମ୍ୟାନେଜରଙ୍କ ଘରେ ରେଡ୍‌, ଏକକାଳୀନ ୬ଟି ସ୍ଥାନରେ ଚଢାଉ
  • ||
  • ପୁରୁଷୋତ୍ତମପୁର : ତାରା ତାରିଣୀ ମନ୍ଦିରରୁ ଚୋରି, ସୁନା ରୁପା ଅଳଙ୍କାର ସହ ହୁଣ୍ଡିରୁ ଦାନ ଅର୍ଥ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସମ୍ୱଲପୁର : ନିଆଁରେ ପୋଡ଼ି ହୋଇ ମା' ଓ ଝିଅ ଜୀବନ୍ତ ଦଗ୍ଧ, କାରଣ ଅସ୍ପଷ୍ଟ
  • ||
  • କୋଣାର୍କ : ଗଛରେ ପିଟି ହେଲା କାର୍‌; ୨ ମୃତ, ଜଣେ ଗୁରୁତର
  • ||

ନିରୋଗ କିଏ ?

ନିରୋଗ କିଏ ? ଏପରି ଏକ ପ୍ରଶ୍ନର ଉତ୍ତର ଖୋଜିବା ଭାରି ମୁସ୍କିଲ ବ୍ୟାପାର। ଅନ୍ତତଃ ଏମିତି କ’ଣ କେହି ଲୋକ ଅଛନ୍ତି ଯାହାଙ୍କଠାରେ କିଛି ରୋଗର ଲକ୍ଷଣ ନାହିଁ ? ରୋଗର ଲକ୍ଷଣ ପ୍ରକାଶ ପାଇବା ପୂର୍ବରୁ ରୋଗ ଜୀବାଣୁ ଦେହରେ ପହଞ୍ଚି ସାରିଥାଏ ଏବଂ ଶରୀରର ପ୍ରତିଷେଧକ ଶକ୍ତି ସହିତ ସେମାନଙ୍କର ବଳ କଷାକଷି ବି ସରିଥାଏ । ରୋଗ ପ୍ରତିଷେଧକ ଶକ୍ତିର ଅସାମର୍ଥ୍ୟ ହିଁ ସୂଚେଇ ଦିଏ ରୋଗର ପ୍ରଭାବ । ତା’ ନହେଲେ ଦୈନିକ କେତେ ରୋଗ ଜୀବାଣୁ ଆମ ଶରୀରକୁ ବିଭିନ୍ନ ବାଟଦେଇ ପ୍ରବେଶ କରୁଛନ୍ତି ଅଥଚ ସବୁଦିନ ଆମେ ରୋଗରେ ପଡ଼ନ୍ତି ନାହିଁ । ଅର୍ଥାତ୍‌ ସବୁଦିନ ଶରୀରରେ ଚାଲିଥାଏ ରୋଗର ସମରସଜ୍ଜା। ଆଉ ରୋଗ ଭୋଗିବାଟା ଶରୀର ପାଇଁ ମାମୁଲି କଥା ବୋଲି କୁହାଯାଉଥିଲା। ଶରୀରର ଏକ ପ୍ରତିଶବ୍ଦ ହେଲା "ରୋଗଭୁ’। 

ମଣିଷ ସବୁବେଳେ ରୋଗର ପ୍ରକୋପରୁ ବଞ୍ଚିବାକୁ ଚାହିଁଛି। ଗୌତମଙ୍କର ସଂସାର ତ୍ୟାଗ ପଛରେ ଯେଉଁ ଚାରିଜଣ ଚରିତ୍ରଙ୍କୁ ଦେଖି ସଂସାରର ଦୁଃଖକୁ ଗଭୀର ଭାବରେ ଅନୁଭବ କରିଥିଲେ ସେମାନଙ୍କ ଭିତରେ ଥିଲେ ଜଣେ ରୋଗୀ। ମଣିଷ ସଭ୍ୟତାର ଆରମ୍ଭରୁ ଯେଉଁ ଦୁର୍ବିପାକ ସବୁବେଳେ ମଣିଷକୁ ଦୁଃଖ ଦେଇଆସିଛି ତାହା ମଧ୍ୟରେ ରୋଗର ସଂକ୍ରମଣ ଅତ୍ୟନ୍ତ ମର୍ମନ୍ତୁଦ । ବିଜ୍ଞାନର ଅଗ୍ରଗତି ହେବା ପୂର୍ବରୁ ଏହା ଥିଲା ମାନବ ପାଇଁ ସବୁଠାରୁ ବଡ଼ ବିପଦ । ବହୁତ ଦୂର କଥା ଛାଡ଼ନ୍ତୁ, ପ୍ରାୟ ଶହେ ବର୍ଷ ପୂର୍ବରୁ କୌଣସି ଅଞ୍ଚଳରେ ହଇଜା ବ୍ୟାପିଲେ ସେ ଅଞ୍ଚଳରେ ତାଟି କବାଟ ଖାଲି ପଡ଼ିଯାଉଥିଲା ନୁହେଁ, ଅନେକ ପରିବାର ନିଶ୍ଚିହ୍ନ ହୋଇଯାଉଥିଲା, କ୍ରମେ କ୍ରମେ ମଣିଷ ହଇଜା, ବସନ୍ତ ଏବଂ ଆହୁରି ଅନେକ ସଂକ୍ରାମକ ରୋଗ ଉପରେ ବିଜୟ ଲାଭ କରିଛି ବୋଲି ଦାବି କରିଛି । ମାତ୍ର ରୋଗୀସେବାରେ ବିଳମ୍ବ ହେତୁ ବହୁ ସାଧାରଣ ରୋଗ ଦୁରାରୋଗ୍ୟ ପାଲଟନ୍ତି ଏବଂ ରୋଗୀକୁ ବଞ୍ଚାଇବା ସମ୍ଭବ ହୁଏନାହିଁ । ଏପରି ରୋଗ ନାହିଁ ଯାହା ଯନ୍ତ୍ରଣା ଦିଏନାହିଁ । ଯେତେବେଳେ ଯେଉଁ ରୋଗ କୌଣସି ଅଙ୍ଗକୁ ଆକ୍ରାନ୍ତ କରେ ସେତେବେଳେ ଅନୁଭବ ହୁଏ ଏଇ ଯନ୍ତ୍ରଣା ସବୁଠୁ ବଡ଼ କଷ୍ଟ। କେବେ ଆପଣଙ୍କର ଦାନ୍ତ ବିନ୍ଧୁଥିଲେ ଆପଣ କହିବେ- ଓଃ କି ଦୁଃଖ। 

ଯେକୌଣସି ଯନ୍ତ୍ରଣାଠାରୁ ଦାନ୍ତ ଯନ୍ତ୍ରଣା ଶହେ ଗୁଣ ଅଧିକ। ପ୍ରବଳ ଶୀତ ହେଲେ ଯଦି ଆପଣଙ୍କଠାରେ ଶୀତଲୁଗା ନାହିଁ ଏବଂ ଆପଣଙ୍କ କାନ ଫାଙ୍କା ଅଛି ତାହେଲେ କାନ ଯନ୍ତ୍ରଣା କେତେ ବେଦନାଦାୟକ, ଯଦି ଆପଣ ଅନୁଭବୀ ନୁହନ୍ତି ତାହେଲେ ବୁଝିପାରିବେ ନାହିଁ। ସେତେବେଳେ ଆପଣ କହିବେ ଏପରି ଦୁଃଖ ଆଉ କାହାକୁ ନମିଳୁ, ବାସ୍ତବ କଥା ହେଲା ଆମର ସବୁ ଅଙ୍ଗପ୍ରତ୍ୟଙ୍ଗ ଏବଂ ଯେଉଁଟି ଆକ୍ରାନ୍ତ ହୁଏ ତାରି ଦୁଃଖରେ ଆମେ ଆତୁର ହୁଅନ୍ତି ଏବଂ ହେବା ସ୍ୱାଭାବିକ ମଧ୍ୟ। ପୁରାତନ ଦିନର ଏକ ଗଳ୍ପ ଅନୁଯାୟୀ ଏକଦା ଗୋଟିଏ ପକ୍ଷୀ ଗୋଟିଏ ଅଦ୍ଭୁତ ଶବ୍ଦ କରି ଆକାଶରେ ଉଡ଼ି ଯାଉଥିଲା । ସେଇ ଶବ୍ଦକୁ ପଢ଼ି ପାରିଥିଲେ ସେତେବେଳର ଋଷି । ତାଙ୍କ ଆଶ୍ରମର ଶିଷ୍ୟମାନଙ୍କୁ ସେ ପ୍ରଶ୍ନ କରିଥିଲେ ପକ୍ଷୀଟି କ’ଣ କହୁଛି ତାହା ବୁଝେଇ ଦେବାପାଇଁ । କୌଣସି ଛାତ୍ରଙ୍କର ଉତ୍ତର ଦେବାର ସାମର୍ଥ୍ୟ ନଥିଲା । ଚଢ଼େଇଟି ଯେଉଁ ଶବ୍ଦ କରୁଥିଲା ତାହା ଥିଲା "କୋଦରୁକ୍‌' । ଋଷି କହିଲେ- ପକ୍ଷୀଟି ପଚାରୁଛି "ନିରୋଗ କିଏ?' କ'ଣ ତାର ଉତ୍ତର କହିଲ ଦେଖି? ଶିଷ୍ୟମାନଙ୍କ ଭିତରେ ଥିଲା ଏକ ଅଭୂତପୂର୍ବ ନିରବତା। ଏତିକିବେଳେ ପକ୍ଷୀଟି ପୁଣି ଉଡ଼ିଆସିଲା ଏବଂ ସେଇ ଅବୋଧ୍ୟ ଭାଷାରେ କିଛି ଶବ୍ଦ କହି ଚାଲିଗଲା। 

ପୁନର୍ବାର ଋଷି ଶିଷ୍ୟମାନଙ୍କୁ କହିଲେ, କ'ଣ ବୁଝିଲ! ତମେମାନେ ଉତ୍ତର ଦେଇନପାରିବାରୁ ସେ କହିଗଲା "ମିତ୍‌ଭୁକ୍‌, ହିତ୍‌ଭୁକ୍‌, ଋତ୍‌ଭୁକ୍‌'- ଏହାହିଁ ତାର ଉତ୍ତର । କ’ଣ ଏହାର ଅର୍ଥ- ପଚାରିଲା ଜଣେ ଶିଷ୍ୟ। ନିଜର ଶ୍ମଶ୍ରୂକୁ ଆଉଁଷିଲେ ଋଷି ଆଉ କହିଲେ- ମନ ଦେଇ ଶୁଣ, ନିରୋଗ ସିଏ ଯିଏ କମ୍‌ ଖାଦ୍ୟ ଆହାର କରେ। ଅର୍ଥାତ୍‌ ଯେ ମିତାହାରୀ, ଆଉ ହିତ୍‌ଭୁକ୍‌ ହେଲା ସେହି ବ୍ୟକ୍ତି ଯିଏକି ନିଜ ଖାଦ୍ୟ ନିଜ ରୋଜଗାରରୁ ହିଁ ଖାଇଥାଏ। ଶିଶୁ, ରୁଗ୍‌ଣ ତଥା ବୃଦ୍ଧଙ୍କ ବ୍ୟତୀତ ଏହା ଅନ୍ୟ ସମସ୍ତଙ୍କ ପାଇଁ ଲାଗୁ ବୋଲି ଧରି ନିଆଯାଇପାରେ। ଋତଭୁକ୍‌ ଅର୍ଥାତ୍‌ ନିର୍ଦ୍ଦିଷ୍ଟ ଋତୁରେ ମିଳୁଥିବା ଶସ୍ୟ, ଫଳ ଓ ପନିପରିବା ଯିଏ ଖାଏ ସେ ହିଁ ନିରୋଗ ହୋଇଥାଏ। ଏଇ ତିନି ରକମର ଲୋକେ ସାଧାରଣତଃ ନିରୋଗ ବୋଲି ପୂର୍ବକାଳରେ ଧାରଣା ଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ସ୍ୱାସ୍ଥ୍ୟ ସଂପର୍କରେ ଯେଉଁ ପରିଭାଷା ରଖିଛନ୍ତି ତାହା ଆମ ସମସ୍ତଙ୍କର ପ୍ରଣିଧାନଯୋଗ୍ୟ । ସେମାନଙ୍କ ମତରେ, ନିରୋଗ କହିଲେ କେବଳ ରୋଗର ଅନୁପସ୍ଥିତି ନୁହେଁ, ମାନସିକ ଶାରୀରିକ ଓ ସାମାଜିକ ସୁସ୍ୱାସ୍ଥ୍ୟ ହିଁ ନିରୋଗତା, ଆଉ ତା’ ସହିତ ସକାରାତ୍ମକ ଚିନ୍ତାଧାରାର ଉପସ୍ଥିତି ହିଁ ନିରୋଗ ବ୍ୟକ୍ତିର ଲକ୍ଷଣ । ଆମେ ନିଜେ ବି ପରୀକ୍ଷା କରିନେବା ଉଚିତ ଯଦି ଏପରି ଅନୁଭବ ଆମ ଭିତରେ ଆସୁଛି, ତାହେଲେ କ’ଣ ଅଭାବ ରହୁଛି ଆମ ଭିତରେ । ସେଇ ଅଭାବ ହେଉଛି କୌଣସି ରୋଗର ଉପସ୍ଥିତି । କୋଭିଡ ମହାମାରୀ ତିନିବର୍ଷ ତଳେ ସମଗ୍ର ପୃଥିବୀକୁ ଦେଢ଼ବର୍ଷ କାଳ ଅସ୍ତବ୍ୟସ୍ତ କରିଦେଲା । କୋଟି କୋଟି ଲୋକଙ୍କର ଜୀବନ ଅସମୟରେ ଚାଲିଗଲା । ଆଉ ସେତେବେଳେ କୁହାଯାଉଥିଲା ସେଇ ବ୍ୟକ୍ତିମାନଙ୍କୁ କୋଭିଡ ହେବାର ଭୟ ଅଧିକ, ଯେଉଁମାନେ ଅନ୍ୟ କିଛି ରୋଗରେ ଆକ୍ରାନ୍ତ ହୋଇଛନ୍ତି। 

ସେପରି ଲୋକଙ୍କୁ ଡାକ୍ତରୀ ଭାଷାରେ କୁହାଯାଏ କୋ-ମରବିଡ୍‌ । ଏଇ ସଂଜ୍ଞାକୁ ଅମଳ କଲେ ଶେଷଫଳ ହେବ ପ୍ରତ୍ୟେକଙ୍କୁ କୋଭିଡ ହୋଇପାରେ, କାରଣ ଏପରି କେହି ଲୋକ ନାହାନ୍ତି ଯାହାଙ୍କଠାରେ କିଛି ରୋଗ ନାହିଁ । ଅନେକ ରୋଗ ଜୀବାଣୁ ଅଛନ୍ତି ଯେଉଁମାନେ ବର୍ଷ ବର୍ଷ ଧରି ଶରୀରରେ ଥାଆନ୍ତି, ମାତ୍ର ରୋଗର ଲକ୍ଷଣ ପ୍ରକାଶ ପାଏନି । ସାଧାରଣ ଭାବରେ କୁହାଯାଏ ସୁଷମ ଖାଦ୍ୟ, ଉପଯୁକ୍ତ ବ୍ୟାୟାମ ଏବଂ ଆନୁପାତିକ ବିଶ୍ରାମର ସମନ୍ୱୟ ହିଁ ହେଉଛି ନିରୋଗ ରହିବାର ପ୍ରକୃତ ଉପାୟ । ଠିକଣା ସମୟରେ ବିନା କଷ୍ଟରେ ଶୌଚକର୍ମ କରିବା, ଅଧିକ ଓଜନ ବିଶିଷ୍ଟ ନହେବା, ଚର୍ମ ସ୍ୱଚ୍ଛ ରହିବା, ସର୍ବଦା କର୍ମପ୍ରବଣ ଅନୁଭବ କରିବା, ଭୋକ ଲାଗିବା, ଶରୀରର କୌଣସି ଅଙ୍ଗରେ କଷ୍ଟ ଅନୁଭୂତ ନହେବା, ସୁନିଦ୍ରା ହେବା ଏବଂ ସର୍ବଦା ମନ ଭିତରେ ଶାନ୍ତି ଏବଂ ସକାରାତ୍ମକ ଭାବନା ପୋଷଣ କରିବା । ଏହିପରି ଆଠଗୋଟି ଲକ୍ଷଣ ଯାହା ନିକଟରେ ଅଛି ତାଙ୍କୁ ହିଁ ନିରୋଗ କୁହାଯିବା ଉଚିତ । ମୋର ଧାରଣା ଆଧୁନିକ ବିଜ୍ଞାନ ସମ୍ମତ ଆମର ଏଇ ପ୍ରାଚୀନ ପରମ୍ପରାଗତ ଜ୍ଞାନ, ଯାହାକୁ ଅନେକ ସମୟରେ ପରିହାସ କରିଥାନ୍ତି ଆମର ନବ୍ୟଶିକ୍ଷିତମାନେ । ବେଳେବେଳେ କିଛି ଲୋକଙ୍କୁ ଆପଣ ଦେଖିଥିବେ ଯେଉଁମାନେ ଦିନରାତି ମୁହଁରେ ମାସ୍କ ପିନ୍ଧିଥିବେ, ଯେମିତି କି ସେଇ ପ୍ରତିରୋଧ ଜରିଆରେ ସବୁ ରୋଗକୁ ଅତିକ୍ରମ କରିପାରିବେ ସେମାନେ । ଏତିକିବେଳେ ମନେପଡ଼ିଯାଏ ଶ୍ରୀମଦ୍‌ ଭଗବତ୍‌ ଗୀତାର ଶ୍ଳୋକଟିଏ ଯାହାର ଭାବାର୍ଥ ଆମର ଆଜିର ଅନୁଚିନ୍ତାର ନିକଟବର୍ତ୍ତୀ । ‘କର୍ମେନ୍ଦ୍ରିୟାଣି ସଂଯମ୍ୟ ଯଃ ଆସ୍ତେ ମନସା ସ୍ମରନ୍‌/ ଇନ୍ଦ୍ରିୟାର୍ଥାନ୍‌ ବିମୂଢ଼ାତ୍ମା ମିଥ୍ୟାଚାର ସ ଉଚ୍ୟତେ’ । କେବଳ ବାହ୍ୟ ଇନ୍ଦ୍ରିୟ ଦେଇ ରୋଗ ଜୀବାଣୁ ପଶି ମଣିଷକୁ ରୋଗାକ୍ରାନ୍ତ କରନ୍ତି ନାହିଁ³ ମନକୁ ନଜଗିଲେ ପରିସ୍ଥିତି ହୁଏ ଭୟାନକ ଓ ବିପଜ୍ଜନକ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.