ପ୍ରମୂଖ ଖବର
  • ଏସ୍ଆଇଆର ଲାଗି ନିର୍ବାଚନ ଆୟୋଗଙ୍କୁ ୨ ବର୍ଷ ସମୟ ମାଗିଲେ ପଶ୍ଚିମବଙ୍ଗ ସରକାର
  • ||
  • ଶନିବାର କୋରାପୁଟ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବାଙ୍କବିଜାରେ ବାଣ୍ଟିବେ ସୁଭଦ୍ରା କିସ୍ତି ଟଙ୍କା
  • ||
  • ଅଶାନ୍ତ ଶ୍ରୀକ୍ଷେତ୍ର, ପୂର୍ବ ଶତ୍ରୁତାରୁ ପୁରୀରେ ବୋମାମାଡ଼
  • ||
  • ଭୁବନେଶ୍ୱର : ଶ୍ୱଶୁର ଘରୁ ଜ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଗଞ୍ଜାମ : ସ୍କୁଟି କଣ୍ଟେନରରେ ଅଗ୍ନିକାଣ୍ଡ, ଜଳିଗଲା ୧୦୦ ସ୍କୁଟି
  • ||
  • ଭୁବନେଶ୍ଵର : ରାଜ୍ୟରେ ବର୍ଦ୍ଧିତ ଅପରାଧକୁ ନେଇ କ୍ଷୁବ୍ଧ ମୁଖ୍ୟମନ୍ତ୍ରୀ, ଡାକିଲେ ଜରୁରୀ ବୈଠକ
  • ||
  • ପଟ୍ଟାମୁଣ୍ଡାଇ ଯୁବତୀ ଜୀଅନ୍ତା ଜଳିଯିବା ମାମଲା : ବ୍ଲାକମେଲର ପୁରୁଷ ବନ୍ଧୁ ଅଟକ, ଚେନ୍ନାଇରୁ ଓଡ଼ିଶା ଆଣୁଛି ପୁଲିସ
  • ||
  • ଶୁକ୍ରବାର ରାଜ୍ୟବ୍ୟାପୀ କଂଗ୍ରେସ ପାଳିବ ବିଶ୍ୱ ଆଦିବାସୀ ଦିବସ, ରବିବାର କଂଗ୍ରେସ ଭବନରେ ହେବ ସଭା
  • ||
  • ଓଟିଇଟି ଲିକ୍‌ କେଳେଙ୍କାରୀର ଖୋଲିବ ଗୁମର, ରିମାଣ୍ଡରେ ଆସିବେ ଜିତନ୍, ବିଜୟ,ସୋମବାରଠୁ ଚାଲିବ ଜେରା
  • ||
  • ଭାରତ ସହିତ ବାଣିଜ୍ୟ ଆଲୋଚନାକୁ ଟ୍ରମ୍ପଙ୍କ ପ୍ରତ୍ୟାଖ୍ୟାନ, କହିଲେ ଟାରିଫ୍ ବିବାଦର ସମାଧାନ ନହେବା ଯାଏ କିଛି ହେବନି
  • ||
  • ଅସ୍ତବ୍ୟସ୍ତ କରୁଛି ଗରମ ସାଙ୍ଗକୁ ଗୁଳୁଗୁଳି: ୧୩ ତାରିଖରେ ଲଘୁଚାପ, ୨୦ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା
  • ||
  • ପାଞ୍ଚ ଦିନରେ ପାଞ୍ଚ ଜିଲ୍ଲା ବୁଲିବେ ଉପମୁଖ୍ୟମନ୍ତ୍ରୀ, ଆଜି କୋଟିଆରେ ‘ସୁଭଦ୍ରା’ ସମୀକ୍ଷା କରିବେ
  • ||
  • ବଲାଙ୍ଗୀର : ନାଳକୁ ଖସିଲା ବାଇକ୍‌; ଜଣେ ମୃତ, ୨ ଗୁରୁତର
  • ||

ଧରାଶାୟୀ ଧରାଲି; ୩୫ ବର୍ଷ ପରେ ଏକାଠୀ ହୋଇଥିଲେ ୨୪ ସାଙ୍ଗ, ମିଳୁନି ଖୋଜ ଖବର

Published By : Ankita S | August 8, 2025 3:08 PM

ଡ଼େରାଡୁନ,୦୮/୦୮: ୨୪ ଜଣ ବନ୍ଧୁ । ୧୯୯୦ ଦଶମ ବ୍ୟାଚମେଟ୍ । ୩୫ ବର୍ଷ ପରେ ବନ୍ଧୁ ମିଳନ ହୋଇଥିଲା । ଏକାଠୀ ଉତ୍ତରକାଶୀ ବୁଲିବାକୁ ଯାଇଥିଲେ । କେତେ ଖୁସି ଥିଲେ । ଅନେକ ବର୍ଷ ପରେ ସାଙ୍ଗମାନେ ଏକାଠୀ ହୋଇ ସୁନ୍ଦର ମୂହୁର୍ତ୍ତ ବାଣ୍ଟିଥିଲେ । ସାଙ୍ଗ ମେଳରେ ସ୍ମୁତି ସାଉଁଟିବାକୁ ଯାଇଥିଲେ । ହେଲେ ଉତ୍ତରକାଶୀ ଧରାଲିରେ ହୋଇଥିବା ବାଦଲଫଟା ବର୍ଷା ସବୁ କିଛି ଛାରଖାର କରିଦେଲା । ଉତ୍ତରକାଶୀର ବିପର୍ଯ୍ୟୟରେ ପୁନେର ଏହି ୨୪ ବନ୍ଧୁଙ୍କର କୌଣସି ପତ୍ତା ମିଳିନାହିଁ । ଏବେ ବି ପଙ୍କ, କାଦୁଅରୁ ଜୀବନ ଖୋଜା ଚାଲିଛି ।

ଯେଉଁ ହର୍ଷିଲ-ଧରାଲି ଉପତ୍ୟକା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଚମକୁଥିଲା ଆଜି ପ୍ରାକୃତିକ ବିପର୍ଯ୍ୟୟ ତାକୁ ଛାରଖାର କରି ଦେଇଛି । ଚାରିଆଡ଼େ ପଙ୍କ, କାଦୁଅ ଭର୍ତ୍ତି  । ଆବର୍ଜନା ତଳେ ପୋତି ହୋଇଛି ଶହ ଶହ ଘର, ଶତାଧିକ ଜୀବନ । ଅନେକ ହୋଟେଲ ମାଟିରେ ମିଶିବା ସହ ଅଳିଆ ତଳେ ଦବି ରହିଛି । ଉତ୍ତରାଖଣ୍ଡର ଉତ୍ତରକାଶୀରେ ମଙ୍ଗଳବାର ଭୟଙ୍କର ଜଳ ପ୍ରଳୟ ପରଠାରୁ ଆରମ୍ଭ ହୋଇଥିବା ଜୀବନ ସନ୍ଧାନ ଏ ଯାଏ ସରିନି । ଧରଲୀ ପ୍ରାକୃତିକ ବିପର୍ଯ୍ୟୟକୁ ୪ ଦିନ ହେଲାଣି । ଉଦ୍ଧାରକାର୍ଯ୍ୟ ଜାରି ରହିଛି । ୩୭୨ ଜଣଙ୍କୁ ଉଦ୍ଧାର କରାଯାଇଛି । ୫ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସରକାରୀ ଭାବେ କୁହାଯାଉଥିଲେ ହେଁ ଏହି ସଂଖ୍ୟା ବେଶ୍‌ ଅଧିକ ଥିବା ଆକଳନ କରାଯାଉଛି । ପ୍ରଶାସନିକ ସୂଚନା ଅନୁସାରେ, ଏବେ ବି ୫୦ରୁ ଅଧିକ ନିଖୋଜ ଅଛନ୍ତି । 

ବିପର୍ଯ୍ୟୟ ପରିଚାଳନା ଅଧିକାରୀଙ୍କ ସୂଚନା ଅନୁସାରେ, ଗଙ୍ଗୋତ୍ରୀ ଏବଂ ଆଖପାଖ କ୍ଷେତ୍ରରେ ପ୍ରାୟ ୪୦୦ ଲୋକ ଫସି ରହିଛନ୍ତି । ସେଠାରୁ ଅଦ୍ୟାବଧି ୨୭୪ ଜଣଙ୍କୁ ଉଦ୍ଧାର କରାଯାଇ ହର୍ଷିଲକୁ ଅଣାଯାଇଛି । ହର୍ଷିଲରୁ ଅଦ୍ୟାବଧି ୧୯୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ବିପର୍ଯ୍ୟୟ ପରିଚାଳନା ବିଭାଗ, ଆଇଟିବିପି, ଏନଡିଆରଏଫ ଏବଂ ଅନ୍ୟ ଏଜେନ୍ସି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ପ୍ରଭାବିତ ଅଞ୍ଚଳରେ ଡାକ୍ତରୀ ଟିମ ମୁତୟନ ଅଛନ୍ତି । ବିଆରଓ ଟିମ ସଡ଼କ ଏବଂ ବ୍ରିଜ ମରାମତିରେ ଲାଗିଛନ୍ତି । ଭୂସ୍ଖଳନ ଏବଂ ସଡ଼କ ମାଧ୍ୟମରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଲଗାତର ପ୍ରଭାବିତ ଅଞ୍ଚଳ ଗସ୍ତ କରି ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିଛନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.