ପ୍ରମୂଖ ଖବର
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ସିଏମ୍ ଯୋଗୀ ଆଦିତ୍ୟନାଥଙ୍କୁ ଧମକ ଦେବା ଘଟଣା, ମହିଳା ଅଟକ

Published By : Gurupada Nath | November 3, 2024 2:36 PM

ମୁମ୍ବାଇ, ୩/୧୧ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ଧମକ ଘଟଣାରେ ଜଣେ ମହିଳା ଅଟକ । ମୁମ୍ବାଇ ପୋଲିସ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ଜୀବନରୁ ମାରିଦେବାକୁ ଧମକ ଅଭିଯୋଗରେ ୨୪ବର୍ଷୀୟ ମହିଳାଙ୍କୁ ନିଜ ହେପାଜତକୁ ନେଇଛି । ମହିଳାଙ୍କ ନାଁ ଫାତିମା ଖାନ୍ ଅଟେ । ମହିଳା ଜଣଙ୍କ ବହୁ ପାଠ ପଢିଥିବାବେଳେ ପୋଲିସ ସୂତ୍ରରୁ ଜଣାପଡ଼ିଛି କି ସେ ମାନସିକ ସ୍ତରରେ କମଜୋର ଅଟନ୍ତି। 

ପ୍ରକାଶ ଯେ, ମୁମ୍ବାଇ ପୋଲିସର ହ୍ବାଟ୍ସଅପ ନମ୍ବରରେ ଶନିବାର ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା । ଯେଉଁଥିରେ ଏକ ଧମକପୂର୍ଣ୍ଣ ବାର୍ତ୍ତା ଥିଲା । ଧମକ ଦିଆଯାଇଥିଲା କି ଯଦି ଯୋଗୀ ଆଦିତ୍ୟନାଥ ୧୦ଦିନ ଭିତରେ ସିଏମ୍ ପଦରୁ ଇସ୍ତଫା ଦେବେ ନାହିଁ ତ ତାଙ୍କୁ ଏନସିପି ନେତା ବାବା ସିଦ୍ଦିକିଙ୍କ ଭଳି ମାରି ଦିଆଯିବ । ପୋଲିସକୁ ଯାଞ୍ଚ ସମୟରେ ଜଣାପଡ଼ିଥିଲା କି ଫାତିମା ଖାନ୍ ଏହି ମେସେଜ ପଠାଇଛନ୍ତି ।

ଏହି ଅଜଣା କଲ୍ ପ୍ରଥମେ ମୁମ୍ବାଇ ପୋଲିସ କଣ୍ଟେ୍ରାଲ ରୁମକୁ ଆସିଥିଲା । ପରେ ଏହାର ସୂଚନା ମୁମ୍ବାଇ ପୋଲିସ ଉତ୍ତରପ୍ରଦେଶ ପୋଲିସକୁ ଦେଇଥିଲା । ଏହାପରେ ପୋଲିସ ଏହି ମାମଲାରେ ତତ୍ପରତା ଦେଖାଇ ଯାଞ୍ଚ ଆରମ୍ଭ କରିଦେଇଛି । ଆବଶ୍ୟକ ପଡ଼ିଲେ ମୁମ୍ବାଇ ପୋଲିସ ସହଯୋଗ ନିଆଯିବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.