କେନ୍ଦୁଝର ସଦର,୨୩/୧୨ : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ହାଣ୍ଡିଭଙ୍ଗା ପଞ୍ଚାୟତ କାଠବାଂଉଁଶୂଳି ନେତାଜୀ ୟୁଥ୍ ଆସୋସିଏସନ୍ ଆନୁକୁଲ୍ୟରେ ୨୫ତମ ଅଲ୍ ଇଣ୍ଡିଆ ପ୍ରିମିୟମ ଲିଗ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ରୌପ୍ୟ ଜୟନ୍ତୀର ତୃତୀୟ ଦିବସର ପ୍ରଥମ ରାଉଣ୍ଡ ମ୍ୟାଚ୍ ଏଚ୍ ଦି ବ୍ଲୁ ସୁନ୍ଦରଗଡ଼ ବନାମ ଆରିତ୍ରା ଆନ୍ତ୍ରା ଦୀଘା କଲିକତା ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ କଲିକତା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ .୪ ଓଭରରେ ସମସ୍ତ ୱିକେଟ୍ ହରାଇ ୯୨ରନ ବିଜୟ ଲକ୍ଷ ଧାର୍ଯ୍ୟ କରିଥିଲା। ଜବାବରେ ବିପକ୍ଷ ଦଳ ସୁନ୍ଦରଗଡ଼ ୧୨ଓଭରରେ ୫ୱିକେଟ୍ ହରାଇ ୯୪ରନ କରି ୫ୱିକେଟରେ ବିଜୟ ହୋଇଛି।

ବିଜୟୀ ଦଳ ପକ୍ଷରୁ ମଧୁ ଆନ୍ନା ୩ଓଭର ବୋଲିଂ କରି ଗୋଟିଏ ମେଡେନ୍, ୧୬ରନ ଦେଇ ୪ଟି ୱିକେଟ୍ ଅକ୍ତିଆର କରିଥିବାରୁ ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି । ସ୍ଥାନୀୟ ପୂର୍ବତନ ସରପଞ୍ଚ ରଣଞ୍ଜିତ ମୁଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କୃତ କରିଛନ୍ତି। ସେହିପରି ଦ୍ବିତୀୟ ରାଉଣ୍ଡ ମ୍ୟାଚ ଡେଞ୍ଜର ଏକାଦଶ ରାଉଲକେଲା ଏବଂ ଏଚଦିବ୍ଲୁ ସୁନ୍ଦରଗଡ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ଏଚଦିବ୍ଲୁ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ଓଭରରେ ୬ୱିକେଟ୍ ହରାଇ ୧୪୨ରନ କରିଥିଲା । ବିପକ୍ଷ ଦଳ ରାଉଲକେଲା ୧୪୩ରନର ବିଜୟ ଲକ୍ଷକୁ ପିଛା କରି ୧୧.୫ଓଭରରେ ୫ୱିକେଟରେ ୧୪୩ରନ କରି ୫ୱିକେଟ ବିଜୟ ସହ ସେମିଫାଇନାଲକୁ ପ୍ରବେଶ କରିଛି। ବିଜୟୀ ଦଳ ପକ୍ଷରୁ ଅଭିଷେକ ଯାଦବ ୧୮ବଲରେ ୪ଛକା ଏବଂ ୩ଟି ଚୌକା ବଳରେ ୪୨ରନ କରିଥିବାରୁ ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ସମାଜ ସେବୀ ଗୁରୁଚରଣ ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କୃତ କରିଛନ୍ତି । ନେତାଜୀ ୟୁଥ୍ ଆସୋସିଏସନ୍ ସଭାପତି ଜଗନ୍ନାଥ ମୋଦିଙ୍କ ନେତୃତ୍ଵରେ ଖେଳ ପ୍ରଦର୍ଶନ ଜାରି ରହିଛି।