କେନ୍ଦୁଝର, ୩୧/୧୦: ଜଙ୍ଗଲରୁ ଆସି ଗାଁ ଭିତରକୁ ଧସେଇ ପଶିଲେ ୨୮ ଟିକିଆ ବଣୁଆ ହାତୀ ପଲ । ଏହି କାରଣରୁ ଲୋକେ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି ଗାଁ ଲୋକେ । କେନ୍ଦୁଝର ସଦର ରେଞ୍ଜର ଡୁମୁରିଆ ଓ ଜଜପଶି ଗାଁରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, କେନ୍ଦୁଝର ସଦର ରେଞ୍ଜର ଡୁମୁରିଆ ଓ ଜଜପଶି ଗାଁ ନିକଟ ଜଙ୍ଗଲରୁ ଏକ ୨୮ ଟିକିଆ ହାତୀପଲ ଗାଁ ଭିତରକୁ ଧସେଇ ପଶି ଆସିଥିଲେ । ଏହି କାରଣରୁ ଗାଁ ଲୋକେ ଆତଙ୍କିତ ହୋଇ ତୁରନ୍ତ ବନ ବିଭାଗକୁ ଏହି ଘଟଣା ସମ୍ୱନ୍ଧରେ ଅବଗତ କରାଇଥିଲେ । ଖବର ପାଇ ବନ ବିଭାଗର ଏକ ଟିମ୍‌ ଗାଁରେ ପହଞ୍ଚି ହାତୀଙ୍କ ଉପରେ ନଜର ରଖିଛି ।