ପ୍ରମୂଖ ଖବର
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟାରେ ଦୁର୍ନୀତି : ୩ ଗିରଫ

Published By : Suraj Kumar | April 24, 2025 8:11 PM

ଖୋର୍ଦ୍ଧା, ୨୪।୪ : ଅଗ୍ନିବିରରେ ଚାକିରୀ କରେଇଦେବା ନାଁରେ ଟଙ୍କା ହଡପ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ।  ଏହି ଘଟଣାରେ ଆଉ ୨ ଜଣ ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ନୌସେନାର  ଅଧିକାରୀ। ସେମାନଙ୍କ ଠାରୁ ୪ଟି ମୋବାଇଲ ଜବତ କରିବା ସହ ୧୨ ଟି ବ୍ୟାଙ୍କ ଆକାଉଣ୍ଟ ସିଜ କରିଛି ପୋଲିସ। 

ଅଗ୍ନିବିରରେ ଚାକିରୀ କରେଇଦେବା ନାଁରେ ଟଙ୍କା ହଡଫ ହୋଇଥିବା ନେଇ  ଆଇଏନଏସ ଚିଲିକାର ଟ୍ରେନିଙ୍ଗ କରେଶପଣ୍ଡେଟ ଗତ ୧୯ ତାରିଖରେ ବାଲୁଗାଁ ଥାନାରେ ଏକ ଏତଲା ଦେଇଥିଲେ  । ସେହି ଆଧାରରେ ଖୋର୍ଦ୍ଧା ପୋଲିସ ତନାଘନା କରିବାବେଳେ ଏଥିରେ ନାଭି ଅଧିକାରୀମାନଙ୍କ ସମ୍ପୃକ୍ତି ମିଳିଥିଲା । ପରେ ଏମାନଙ୍କୁ ଧରିବାକୁ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ଯୋଜନା । ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ପୂର୍ବତନ ନୌସେନା ଅଧିକାରୀ,ଅନ୍ୟ ୨ ଜଣ ଆଇଏନଏସ ଚିଲିକା ଓ ଆଇଏନଏସ କେଶରୀରେ କାର୍ଯ୍ୟରତ ଅଛନ୍ତି। ପୂର୍ବତନ ନୌସେନା ଅଧିକାରୀ ଜଣକ ଉତ୍ତର ପ୍ରଦେଶର। ସେ ଏଠାରେ ରହି ଏହି ରାକେଟକୁ ଚଳାଉଥିଲେ। ଏଥିରେ ସମ୍ପୃକ୍ତ ଆଉ ୨ ଜଣ ଆଣ୍ଡାମାନ ନିକୋବର ଆଇଏନ୍‌ଏସ୍‌ କେଶରୀରେ କାର୍ଯ୍ୟରତ ଅଛନ୍ତି ବୋଲି ଖୋର୍ଦ୍ଧା ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି  । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.