ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା : ୩ ଗିରଫ

Published By : Suraj Kumar | January 19, 2025 6:24 PM

ଭୁବନେଶ୍ବର, ୧୯।୧  ଖବର ସଂଗ୍ରହ କରୁଥିବା ବେଳେ ସାମ୍ବାଦିକ ଓ ଡ୍ୟୁଟି ବେଳେ ପୋଲିସକୁ ଆକ୍ରମଣ ଘଟଣାରେ ୩ ଜଣଙ୍କୁ ମଞ୍ଚେଶ୍ୱର ଥାନା ପୋଲିସ ଗିରଫ କରିଛି। ତେବେ ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ରହିଛି। ମୁଖ୍ୟଅଭିଯୁକ୍ତକୁ  ଗିରଫ କରିବା ପାଇଁ ପୋଲିସ  ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।

ଶନିବାର ରାତିରେ କିଛି ବାଇକ୍ ଚୋରଙ୍କ ସନ୍ଧାନରେ ଥିବା ପୋଲିସ ଲୋକେସନ୍ ଠାବ କରି ଚଢାଉ କରୁଥିଲେ। ହଠାତ୍ ଗୋଟିଏ ଘରକୁ ଯାଇ ପୋଲିସ ପଚରାଉଚରା  କରିଥିଲା। ସେହି ଘର ଲୋକେ ପୋଲିସକୁ ଚୋର ଭାବି ତାଲା ପକାଇ ଦେଇଥିଲେ। ପରେ ଅଧିକ ପୋଲିସ ଓ ପିସିଆର୍ କର୍ମଚାରୀ ଆସିବାରୁ ପୋଲିସଙ୍କୁ ଛାଡିଥିଲେ। ଘଟଣା ସମ୍ପର୍କରେ ଜଣେ ସାମ୍ବାଦିକ ଖବର ସଂଗ୍ରହ କରୁଥିଲେ।  ଏହି ସମୟରେ ଏକ ଧଳା ସ୍କର୍ପିଓ ଗାଡ଼ିରୁ କିଛି ଦୁର୍ବୃତ୍ତ ବାହାରି ପ୍ରଥମେ ଗାଳିଗୁଲଜ୍ କରିଥିଲେ। ପରେ ସଂଘବନ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ। କ୍ୟାମେରାକୁ ଛଡାଇ ତଳେ ପକାଇ ଭାଙ୍ଗିବା ପରେ ରିପୋର୍ଟର ଓ କ୍ୟାମେରା ମ୍ୟାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏନେଇ ମଞ୍ଚେଶ୍ବର ଥାନାରେ ସାମ୍ବାଦିକ ଜଣକ ଅଭିଯୋଗ  କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.