ନୂଆଦିଲ୍ଲୀ, ୦୯/୧୧ : ଶନିବାର ସକାଳେ ସିକନ୍ଦରାବାଦ-ସାଲିମାର ସୁପରଫାଷ୍ଟ ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି। ଫଳରେ ଦକ୍ଷିଣ-ପୂର୍ବ ରେଳପଥ ପକ୍ଷରୁ ହେଲ୍ପ ଲାଇନ୍ ନମ୍ଵର ଜାରି କରାଯାଇଛି। ଖଡ଼ଗପୁର ହେଲ୍ପ ଲାଇନ ନଂ- ୬୩୭୬୪, ୦୩୨୨୨୯-୩୭୬୪ ଜାରି କରାଯାଇଛି।
ସୂଚନାନୁଯାୟୀ, ପଶ୍ଚିମବଙ୍ଗ ହାୱଡା-ନାଲପୁର ଷ୍ଟେସନ ନିକଟରେ ସାଲିମାର-ସିକନ୍ଦରାବାଦ୍ ଏକ୍ସପ୍ରେସ୍ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଟ୍ରେନରେ ୩ଟି ବଗି ଧାରଣାରୁ ଖସିଥିବା ଜଣାପଡିଛି। ଦୁର୍ଘଟଣାରେ କେହି ଆହତ ହୋଇନଥିବା ସୂଚନା ରହିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ କେଉଁ କାରଣରୁ ଦୁର୍ଘଟଣା ଘଟିଲା ତାହା ଅସ୍ପଷ୍ଟ ରହିଛି। ଏନେଇ ତଦନ୍ତ କରାଯାଉଛି।