ଭୁବନେଶ୍ଵର, ୧୬/୦୬ : ଭୁବନେଶ୍ଵର ଗଜପତି ନଗର ପ୍ରେସ୍ ଛକ ନିକଟ ସିରିଜ୍ ଦୁର୍ଘଟଣା ଘଟାଇଥିବା କିଲର୍ କାର୍ ଡ୍ରାଇଭରର ଆତ୍ମସମର୍ପଣ। ମୈତ୍ରୀବିହାର ଥାନାରେ ସେ ଆତ୍ମସମର୍ପଣ କରିଛନ୍ତି। ଡ୍ରାଇଭରଙ୍କ କହିବା ଅନୁଯାୟୀ, ସେ ହଠାତ ନିୟନ୍ତ୍ରଣ ହରାଇଥିଲେ, ଏହାପରେ ସିରିଜ୍ ଦୁର୍ଘଟଣା ଘଟିଥିଲା। ବ୍ରିଦ୍ ଅନାଲାଇଜର ଟେଷ୍ଟରେ ମଧ୍ୟ ସେ ମଦ୍ୟପାନ କରି ନଥିବା ଜଣାପଡିଛି। ଏହି ସିରିଜ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ନିଜେ ପୁଲିସ କମିଶନର ଘଟଣାସ୍ଥଳରେ ଯାଞ୍ଚ କରିଛନ୍ତି । ଦୁର୍ଘଟଣାଗ୍ରସ୍ତ କାର୍, ଅଟୋ ଏବଂ ଦୁଇ ଚକିଆ ଗାଡ଼ିକୁ ଜବତ କରିବା ସହ ସିସିଟିଭି ଯାଞ୍ଚ୍ କରୁଛି ମୈତ୍ରୀ ବିହାର ପୁଲିସ ।
ସୂଚନା ଅନୁଯାୟୀ ସୋମବାର ରାତି ପ୍ରାୟ ୮ଟା ପାଖାପାଖି ପ୍ରେସ ଛକ ପଟୁ ଏକ କାର୍ ରେଲୱେ ଷ୍ଟାଡିୟମ ଆଡକୁ ଦ୍ରୁତ ଗତିରେ ଯାଉଥିଲା । ଏହି ସମୟରେ ନିୟୁ ସରକାରୀ କଲୋନୀ ଫାଟକ ପାଖ ଚା’ ଦୋକାନରେ ୧୦ରୁ ଊର୍ଦ୍ଧ୍ୱ ଲୋକେ ଚା’ ପିଉଥିଲେ । ଦ୍ରୁତଗତିରେ ଆସୁଥିବା କାରଟି ହମ୍ସକୁ ଡେଇଁ ପଡ଼ିବା ଫଳରେ କାର୍ର ଚାଳକ ଜଣକ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥୁଆ ହୋଇଥିବା ୪ଟି ବାଇକ୍ ଓ ଅଟୋକୁ ଧକ୍କା ଦେଇ ନିକଟସ୍ଥ ଚା’ ଦୋକାନ ଆଗରେ ଠିଆ ହୋଇଥିବା ଲୋକଙ୍କ ଉପରକୁ ମାଡ଼ି ଯାଇଥିଲା । ପରେ ସେଠାରେ ଥିବା ଏକ ଆମ୍ବ ଗଛରେ ପିଟି ହୋଇ ଅଟକି ଯାଇଥିଲା । ଫଳରେ ଜଣେ ଆଇଏଏସ୍ଙ୍କ ସ୍ୱାମୀ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ ୪ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଅନ୍ୟ ୪ ଜଣଙ୍କୁ ବିଭିନ୍ନ ହସ୍ପିଟାଲକୁ ପଠାଯାଇଛି । ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ମୈତ୍ରୀ ବିହାର ଥାନା ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡିକୁ ଜବତ କରିଛି ।
ଆହୁରି ପଢନ୍ତୁ- ରାଜଧାନୀରେ ସିରିଜ୍ ଦୁର୍ଘଟଣା : ଏକାଧିକ ଗାଡିକୁ ଧକ୍କା ଦେଲା ଏସୟୁଭି,୨ ମୃତ
ରାସ୍ତାରେ ଗଡ଼ିବ ୧୦୦% ଇଥନାଲ ଗାଡ଼ି,ଇ-୧୦୦ ଯାନ ଚଳାଚଳ ଲାଗି କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ..