ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ବାରହା ମାରି ଖାଉଥିଲେ, ମାଡ଼ି ବସିଲା ଏସଟିଏଫ୍... ୩ ଶିକାରୀ ଅଟକ

Published By : Prameya | January 18, 2025 10:08 AM

ବାଙ୍ଗିରିପୋଷି,୧୮/୧: ଶିମିଳିପାଳ ଅଭୟାରଣ୍ୟରେ ଥମୁନି ଶିକାରୀଙ୍କ ପ୍ରାଦୁର୍ଭାବ। ବାରମ୍ବାର ଧରା ପଡ଼ିଲେ ମଧ୍ୟ ମନରେ ରହୁନି ଭୟ। ବାରହା ଶିକାର କରି ପୁଣି ୩ ଜଣ ଶିକାରୀ ଧରାପଡ଼ିଛନ୍ତି। ବଡ଼ଗାଁ ରେଞ୍ଜ ଅଞ୍ଚଳରୁ ଏହି ଶିକାରୀମାନେ ଧରାପଡ଼ିଛନ୍ତି। ସେମାନଙ୍କ ନିକଟରୁ ୬ କିଲୋରୁ ଉର୍ଦ୍ଧ୍ଵ ମାଂସ ଜବତ ହୋଇଛି। 

ସୂଚନାନୁଯାୟୀ, ବଡ଼ଗାଁ ରେଞ୍ଜ ଅଞ୍ଚଳରେ କିଛି ଶିକାରୀ ଏକ ବାରହା ମାରି ମାଂସ ରୋଷେଇ କରୁଥିବା ବେଳେ କୌଣସି ସୂତ୍ରରୁ ସୂଚନା ପାଇ ଏସଟିଏଫ୍ ଟିମ୍ ଚଢାଉ କରିଥିଲା। ସେମାନଙ୍କ ମଧ୍ୟରୁ ୩ ଜଣ ଶିକାରୀଙ୍କୁ ଏସଟିଏଫ୍ ଅଟକ ରଖିଥିବା ବେଳେ ୬ କିଲୋରୁ ଉର୍ଦ୍ଧ୍ଵ ମାଂସ ଜବତ ହୋଇଛି। ଏତଦ୍ ବ୍ୟତୀତ ଶିକାରରେ ବ୍ୟବହୃତ ୨ଟି କୁରାଢି, ଡେକଚି, ବାସନକୁସନ ଜବତ ହୋଇଛି। ଏନେଇ ଅଧିକ ତଦନ୍ତ ଚାଲୁଥିବା ବେଳେ ବନ ବିଭାଗ ସେମାନଙ୍କ ନାଁ ପ୍ରକାଶ କରିନାହିଁ। ଘଟଣା ସ୍ଥଳରୁ ଜବତ ମାଂସକୁ ବାଙ୍ଗିରିପୋଷି ପଶୁ ଡାକ୍ତରଖାନାରେ ପରୀକ୍ଷଣ କରାଯାଇଥିବା ସୂଚନା ମିଳିଛି। 

ଏହି ଖବରଟିକୁ ପଢନ୍ତୁ-ଦୀଘା ମୁହାଣରେ ବୁଡ଼ିଲା ମାଛ ଧରା ଟଲର, ଅଳ୍ପକେ ବର୍ତ୍ତିଲେ ୯ ମତ୍ସୀଜୀବୀ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.