ଖଲ୍ଲିକୋଟ, ୩୦।୭ : ଖଲ୍ଲିକୋଟ ଥାନା ଅନ୍ତର୍ଗତ ପାଳଧୁଆପଲ୍ଲୀ ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଛି। ଏଥିରେ ଉଭୟ ପକ୍ଷର ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି।
ଗ୍ରାମର ସଦାସିବ ଗୌଡ଼ ଓ ଅଭିମନ୍ୟୁ ଗୌଡ଼ଙ୍କ ପରିବାର ମଧ୍ୟରେ ଜମି ବିବାଦକୁ ନେଇ ପୂର୍ବରୁ ଶତ୍ରୁତା ଲାଗି ରହିଛି। ତେବେ ଅଭିମନ୍ୟୁ ଗୌଡ଼ଙ୍କ ବିଲର ହିଡ଼କୁ ସଦାଶିବ ଗୌଡ଼ ହାଣିବା ପରେ ଦୁଇ ପରିବାର ମଧ୍ୟରେ କଥା କଟାକଟି ହୋଇ ପରେ ଠେଙ୍ଗା ଓ ଇଟାରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏହି ଗଣ୍ଡଗୋଳରେ ସଦାସିବ ଗୌଡ଼ ଓ ତାଙ୍କ ପୁତ୍ର ବଳରାମ ଗୌଡ଼ ଆହତ ହୋଇଥିବା ବେଳେ ଅପର ପକ୍ଷର ଅଭିମନ୍ୟୁ ଗୌଡ଼ ମଧ୍ୟ ଆହତ ହୋଇଥିଲେ। ୩ ଆହତ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ତେବେ ଅଭିମନ୍ୟୁ ଗୌଡ଼ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି। ସେପଟେ ସଦାଶିବ ଓ ତାଙ୍କ ପୁଅ ବଳରାମ ଖଲ୍ଲିକୋଟ ମେଡିକାଲରେ ଚିକିିତ୍ସିତ ହେଉଛନ୍ତି। ଖଲ୍ଲିକୋଟ ପୁଲିସ ପହଞ୍ଚି ଆହତମାନଙ୍କୁ ପଚରାଉଚରା କରୁଛି।