ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଏଟିଏମ କାର୍ଡ ଚୋରି କରି ଲୁଟ : ୩ ଲୁଟେରା ଗିରଫ , ୫୧ କାର୍ଡ ସହ ଲକ୍ଷାଧିକ ଟଙ୍କା ଜବତ

Published By : Suraj Kumar | May 7, 2025 8:06 PM

ଖୋର୍ଦ୍ଧା,୭।୫ :  ଏଟିଏମରୁ ସୁଯୋଗ ଦେଖି ଲୋକଙ୍କ କାର୍ଡ ଚୋରି କରି ଲୁଟ୍ କରିବା ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୫୧ଟି କାର୍ଡ ସହ ଲକ୍ଷାଧିକ ଟଙ୍କା ପୋଲିସ ଜବତ କରିଛି। ସେହିପରି ବାଲୁଗାଁରେ ଥିବା ଏକ ସ୍ଵର୍ଣ୍ଣ ଅଳଙ୍କାର ସୋ ରୁମ୍ ରୁ ଚୋରି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। 

ବିଭିନ୍ନ ସମୟରେ ଲୋକମାନେ  ଏଟିଏମ୍ କାଉଣ୍ଟରରୁ ଟଙ୍କା ବାହାର କଲାବେଳେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ପଶ୍ଚିମବଙ୍ଗର ତିନି ସାଇବର ଲୁଟେରା ଏହାର ସୁଯୋଗ ଉଠାଇଥାନ୍ତି।  ବିଭିନ୍ନ ଏଟିଏମ କାଉଣ୍ଟରରେ  ଏଟିଏମ କାର୍ଡ ଚୋରି କରି ଆକାଉଣ୍ଟରୁ ଟଙ୍କା ଲୁଟ କରିଥାନ୍ତି । ଗତ ତିନିମାସ ଧରି ଏହି ପ୍ରକାର ଅଭିଯୋଗ ଖୋର୍ଦ୍ଧା ଜିଲ୍ଲାର ଜଂକିଆ, ନାଚୁଣୀ, ଟାଙ୍ଗି, ବାଲୁଗାଁ ଥାନାରେ ଅଭିଯୋଗ ହୋଇ ଆସୁଥିଲା। ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଏହି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇ ତାଙ୍କ ଠାରୁ ୫୧ଟି ଏଟିଏମ୍ କାର୍ଡ ଜବତ କରିବା ସହ  ଲକ୍ଷାଧିକ ଟଙ୍କା ଜବତ କରିଛି । 

 ଅନ୍ୟ ଏକ ଘଟଣାରେ ବାଲୁଗାଁରେ ଥିବା ଏକ ସ୍ଵର୍ଣ୍ଣ ଅଳଙ୍କାର ସୋ ରୁମ୍ ରୁ ଗତ ୨ତାରିଖ ରାତିରେ ଚୋରି ହୋଇଥିବା ୫କିଲୋ ରୂପା ସାମଗ୍ରୀ ୨୦୦ଗ୍ରାମ ସୁନା ଅଳଙ୍କାରଙ୍କୁ ପୋଲିସ ଧରିବାରେ ସଫଳ ହୋଇଥିଲା। ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଛି ବୋଲି ଖୋର୍ଦ୍ଧା ଏସପି ସାଗରିକା ନାଥ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.