ନବରଙ୍ଗପୁର, ୨୯।୪ : ଡାବୁଗାଁ ଥାନା ହାଜତରେ ଅଭିଯୁକ୍ତ ଆତ୍ମହତ୍ୟା ଘଟଣାରେ ୩ ପୁଲିସ କର୍ମଚାରୀ ନିଲମ୍ବିତ। କାର୍ଯ୍ୟରେ ଅବହେଳା ନେଇ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଡାବୁଗାଁ ଥାନା ସବ ଇନ୍ସପେକ୍ଟର ବିକ୍ରମ ସାହୁ, କନେଷ୍ଟବଳ କର୍ଣ୍ଣ ପୂଜାରୀ , ବୁଦୁରାମ ମାଝୀ ନିଲମ୍ବିତ । ଏ ନେଇ ସୂଚନା ଦେଲେ ନବରଙ୍ଗପୁର ଏସପି।

ମେଦେନା ପଞ୍ଚାୟତ ଅଞ୍ଚଳ ଗ୍ରାମର ପୂର୍ଣ୍ଣ କଲାର ଡାବୁଗାଁ ପୁଲିସ  ଗିରଫ କରିଥିଲା। ମଙ୍ଗଳବାର ବିଳମ୍ବିତ ରାତିରେ ସେ ଆତ୍ମହତ୍ୟା କରିଥିଲା। ଏହି ଘଟଣା ପରେ ଉତ୍ତେଜନା ଦେଖା ଦେଇଥିଲା। ଉତ୍ୟକ୍ତ ଲୋକେ ରାସ୍ତାରେ ଟାୟାର ଜାଳି ରାସ୍ତା ରୋକ୍ କରିଥିଲେ । ଶେଷରେ ଥାନା ଉପରକୁ ଉତ୍ତ୍ୟକ୍ତ ଲୋକେ ଢେଲା ପଥର ଓ କାଚ ବୋତଲ ମାଡ଼ ମାରିଥିଲେ । ଢେଲା ପଥର ମାଡ଼ରେ ଜଣେ ହୋମ ଗାର୍ଡ ଆହତ ହୋଇଥିବା ଦେଖିବାକୁ ମିଳିଛି । ପରେ ପୋଲିସ ଉତ୍ୟକ୍ତ ଲୋକଙ୍କୁ ସେଠାରୁ ଘଉଡ଼ାଇ ଥିଲେ। ଅନ୍ୟପଟେ ଘଟଣାକୁ ନେଇ ଉପଜିଲ୍ଲାପାଳ କହିଛନ୍ତି ହାଜତ ଭିତରେ ମୃତ୍ୟୁ ଘଟଣାର ପୁଙ୍ଖାନୁ ପୁଙ୍ଖ ତଦନ୍ତ କରାଯିବ ଏବଂ ଯାହାର ଭୁଲ ଯୋଗୁ ଏହିଭଳି ଘଟଣା ଘଟିଛି ତାଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।

ଆହୁରି ପଢନ୍ତୁ : ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲା, ଏଫଏମ୍‌ଟି ରିପୋର୍ଟରୁ ମିଳିଲା ସାଂଘାତିକ ତଥ୍ୟ