ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୩ ଛାତ୍ର ଆହତ

Published By : Harapriya Sethi | November 8, 2024 1:45 PM

ବ୍ରାହ୍ମଣୀଗାଁ, ୮/୧୧: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୩ ଜଣ ଛାତ୍ର ଆହତ ହୋଇଛନ୍ତି । ଆହତ ଛାତ୍ର ମାନେ ବ୍ରାହ୍ମଣୀଗାଁର ପିଟର ସୁଆନ ସିଂ(୯) , ରୀଙ୍କୁ ପରିଛା (୧୫), ସିଦ୍ଧାର୍ଥ ନାୟକ(୭) ବୋଲି ଜଣାପଡ଼ିଛି । କନ୍ଧମାଳ ଜିଲ୍ଲା ସୀମାନ୍ତ ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କଟାମା ପଞ୍ଚାୟତର ଡନିଗାଁରେ ଏପରି ଘଟଣା ଘଟିଥିବା ଦେଖିବାକୁ ମିଳିଛି । 

ସୂଚନା ମୁତାବକ, ଶୀତ ଦିନ ହୋଇଥିବାରୁ ଛାତ୍ରମାନେ ଛାତ ଉପରେ କଅଁଳ ଖରାରେ ପାଠ ପଢୁଥିଲେ । ଏହି ସମୟରେ ଛାତ୍ରମାନେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ । ଏହି ଦୁର୍ଘଟଣାରେ ୩ ଜଣ ଛାତ୍ର ଆହତ ହୋଇଥିଲେ । ଏହା ଦେଖି ତାଙ୍କ ପରିବାର ଲୋକେ ତୁରନ୍ତ ବ୍ରାହ୍ମଣୀଗାଁ ସ୍ଥିତ ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ଆଣିଥିଲେ । ତେବେ ଅକାଳରେ ଏପରି ଘଟଣା ଘଟିଥିବା ନେଇ ବିଦ୍ୟୁତ୍ ବିଭାଗକୁ ଦାୟୀ କରିଛନ୍ତି ଆହତଙ୍କ ପରିବାର ଲୋକେ । ଅଞ୍ଚଳବାସୀ ମଧ୍ୟ ଏହି ଘଟଣାରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତୁରନ୍ତ ବିଦ୍ୟୁତ୍ ବିଭାଗ ଏହା ଉପରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଗ୍ରାମବାସୀ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.