ଜୟପୁର,୨୪/୧୨: ପୁଣି ବୋରୱେଲ ଅଘଟଣ । ଗଭୀର ବୋରୱେଲରେ ଫସି ରହିଛି ଆଉ ଏକ  ଜୀବନ । ରାଜସ୍ଥାନ କୋଟାପୁଟିଲିର ଏକ ବୋଲୱେଲରେ ୩ ବର୍ଷୀୟ ଶିଶୁକନ୍ୟା ଚେତନା ଖସି ପଡିଛି । ୧୪ ଘଣ୍ଟାରୁ ଅଧିକ ସମୟ ହେବ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

କୋଟାପୁଟିଲି-ବେହଲୋର ଜିଲ୍ଲାର ୩ ବର୍ଷୀୟ ଶିଶୁକନ୍ୟା ଚେତନା ୧୫୦ ଫୁଟ ଗଭୀର ବୋଲୱେଲରେ ଫସି ରହିଛି । ଏନଡିଆରଏଫ, ଏସଡିଆରଏଫ ଏବଂ ସ୍ଥାନୀୟ ପ୍ରଶାସନଙ୍କ ମିଳିତ ଉଦ୍ୟମରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଖେଳୁ ଥିବା ସମୟରେ ଗୋଡ ଖସି ଯିବାରୁ ବୋରୱେଲରେ ଖସି ପଡିଥିଲା ଚେତନା । ୨୫ ଏନଡିଆରଏଫ, ୧୫ ଏସଡିଆରଏଫ ସଦସ୍ୟ ଏବଂ ୪୦ ଅଧିକାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଚେତନାକୁ କିପରି ସୁରକ୍ଷିତ ଉଦ୍ଧାର କରାଯିବ ସେ ଦିଗରେ କାର୍ଯ୍ୟ କରାଯାଉଛି ବୋଲି କହିଛନ୍ତି ଏସଡିଆରଏଫ୍ ଏସଆଇ ରବି କୁମାର ।

ଏସଡିଏମଙ୍କ ସୂଚନା ଅନୁସାରେ, ଏସଡିଆରଏଫ୍, ଏନଡିଆରଏଫ ଓ ପ୍ରଶାସନ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଏନଡିଆରଏଫ ଟିମ୍ ଉଦ୍ଧାରକାରୀ ଯନ୍ତ୍ର ବୋଲୱେଲ ଭିତକୁ ଝିଅ ନୁକଟକୁ ପଠାଇଛନ୍ତି । ଝିଅକୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି ।

କହି ରଖୁଛୁ କି କିଛି ଦିନ ତଳେ ରାଜସ୍ଥାନର ଦୌସାରେ ଏକ ବୋରୱେଲ ଅଘଟଣ ଘଟିଥିଲା । ୧୫୦ ଫୁଟ ଗଭୀର ବୋରୱେଲ୍‌ରେ ଖସି ପଡିଥିଲା ୫ ବର୍ଷୀୟ ଆର୍ଯ୍ୟାନ । ୩ ଦିନ ଧରି ଉଦ୍ଧାରକାର୍ଯ୍ୟ ଚାଲିଥିଲା । ୫୭ ଘଣ୍ଟାର ରେସ୍କ୍ୟୁ ଅପରେସନ ଫେଲ୍ ହୋଇଥିଲା । ଜୀବନଯୁଦ୍ଧରେ ହାରି ଯାଇଥିଲା ଆର୍ଯ୍ୟାନ ।