ସାହାଜପାଲ, ୧୫।୯ : ବୌଦ୍ଧ ସଦର ବ୍ଳକ ବୌଦ୍ଧ ସୋନପୁର ୫୭ ନଂ ଜାତୀୟ ରାଜପଥର ସିଙ୍ଗାରୀ(ଟାଇଞ୍ଜନ ) ଛକ ନିକଟରୁ ବାଉଁଶୁଣୀ ପୁଲିସ ୩୦ କେଜି ଗଞ୍ଜେଇ ଜବତ କରିଛି। ତେବେ ପୁଲିସ ଚଢାଉ ପୂର୍ବରୁ ଗଞ୍ଜେଇ ଚାଲାଣକାରୀ ଫେରାର ହୋଇଯାଇଥିଲେ।
ସିଙ୍ଗାରୀ(ଟାଇଞ୍ଜନ ) ଛକ ନିକଟରେ ଗଂଜେଇ ଚାଲାଣ ହେଉଥିବା ପୁଲିସ ଖବର ପାଇଥିଲା। ତେବେ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଗଂଜେଇ ବେପାରୀ ଗଂଜେଇ ଛାଡି ଫେରାର ହୋଇ ଯାଇଥିଲା। ପୁଲିସ ଗଞ୍ଜେଇ ଜବତ କରିଥିଲା। ନିର୍ବାହୀ ମାଜିଷ୍ଟେ୍ରଟ ମହମ୍ମଦ ରୋଜାଏ ରସୁଲ ଉପସ୍ଥିତିରେ ଗଂଜେଇ ଓଜନ କରିଥିଲେ। ୩୦ କେଜି ଗଞ୍ଜେଇ ଥିବା ଜଣାପଡିଥିଲା।ବାଉଁଶୁଣୀ ପୋଲିସ ଘଟଣାର ତଦନ୍ତ କରୁଛି।