ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ମହାରାଷ୍ଟ୍ରରେ ୩ ହଜାର ବର୍ଷ ତଳର ସଭ୍ୟତା ଠାବ, ଲୌହ ଯୁଗର ହୋଇଥିବା ଗବେଷକଙ୍କ ଅନୁମାନ

Published By : Krishna Priya | May 4, 2025 11:14 AM

ନୂଆଦିଲ୍ଲୀ ୦୪/୦୫: ନାଗପୁର ବିଶ୍ୱବିଦ୍ୟାଳୟର ଗବେଷକମାନେ ୩୦୦୦ ବର୍ଷ ପୁରୁଣା ଏକ ସଭ୍ୟତାର ଅବଶେଷ ଆବିଷ୍କାର କରିଛନ୍ତି । ମହାରାଷ୍ଟ୍ରର ୟବତମାଲ ଜିଲ୍ଲାରେ ଏହି ବିରଳ ଆବିଷ୍କାର କରାଯାଇଛି । ଏଥିରେ କିଛି ଘର ମଧ୍ୟ ଅଛି । ଗବେଷକଙ୍କ ଅନୁସାରେ, ଏହି ଚମତ୍କାର ଆବିଷ୍କାର ଏକ ପ୍ରାଚୀନ, ଉନ୍ନତ ବସତିର ଅସ୍ତିତ୍ୱକୁ ସୂଚାଉଛି, ଯାହା ଲୌହ ଯୁଗର । ନାଗପୁର ବିଶ୍ୱବିଦ୍ୟାଳୟର ଏକ ଅନୁସନ୍ଧାନକାରୀ ଟିମ୍‌ ବାଭୁଲଗାଓଁ ତାଲୁକାର ପଚଖେଡ଼ ନାମକ ଗାଁର ଖନନରୁ ଏହି ସଭ୍ୟତାର ଅବଶେଷ ପାଇଲେ । ପ୍ରାଚୀନ ଭାରତୀୟ ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱବିଜ୍ଞାନ ବିଭାଗର ଟିମ୍‌ ୨୦୨୩-୨୪ରେ ଖନନ କାର୍ଯ୍ୟ କରିଥିଲେ ବୋଲି ବିଭାଗ ମୁଖ୍ୟ ଡ. ପ୍ରଭାଷ ସାହୁ କହିଛନ୍ତି । 

ଗତ ବର୍ଷର ଖନନ ସମୟରେ ପଚଖେଡ଼ ଗାଁ ମୁଣ୍ଡିଆରେ ମିଳିଥିବା ୮.୭୩ ମିଟରବିଶିଷ୍ଟ ଏକ ସାଂସ୍କୃତିକ ଭଣ୍ଡାର ଆବିଷ୍କାରର ଅନ୍ୟତମ ପ୍ରମୁଖ ଅବଶେଷ ଥିଲା । ଡ. ସାହୁ କହିଛନ୍ତି, ଏହି ଭଣ୍ଡାରଗୁଡ଼ିକୁ ସେମାନେ ୪ଟି ଯୁଗରେ ବିଭକ୍ତ କରିଥିଲେ । ପ୍ରଥମଟି ଲୌହ ଯୁଗ, ଯାହା ଉପ ଯୁଗରେ ବିଭକ୍ତ ହୋଇଥିଲା । ମିଳିଥିବା ମାଟି ପାତ୍ର ଓ କଳାକୃତିଗୁଡ଼ିକର ଅବଶେଷ ଆଧାରରେ ଆବିଷ୍କାରର ସାଂସ୍କୃତିକ କ୍ରମାନ୍ୱୟ ଲୌହ ଯୁଗରୁ ଆରମ୍ଭ ହୋଇଥିଲା । ଏହା ପରେ ୩ ଅନ୍ୟ ଯୁଗରେ ବିଭକ୍ତ କରାଗଲା । 

ଅନୁସନ୍ଧାନକାରୀଙ୍କ ତଥ୍ୟ ଅନୁସାରେ, ଆବିଷ୍କାର ସାତବାହନ ଯୁଗ, ମଧ୍ୟଯୁଗକୁ ଦର୍ଶାଇଥିଲା ଏବଂ ତା’ପରେ ଉକ୍ତ ସ୍ଥାନ (ଆବିଷ୍କୃତ ସ୍ଥାନ) ନିଜାମଙ୍କ ସମୟରେ ଏକ ୱାଚ୍‌ ଟାୱାର ରୂପେ ବ୍ୟବହୃତ ହୋଇଥିବା ଜଣାପଡ଼ିଲା । ସେ ଯୁଗର ଘରଗୁଡ଼ିକ ଉପରେ ଫୋକସ୍‌ କରି ଡ. ସାହୁ ଚୂନପଥର ଚଟାଣବିଶିଷ୍ଟ ଗୋଲାକାର ଘର ଆବିଷ୍କାର ଉପରେ ଆଲୋକପାତ କଲେ । ଘରମାନଙ୍କର ସୀମାରେ କାଠର ପୋଷ୍ଟ୍‌ ଥିଲା । ସେହି ସମୟର କିଛି ଢାଞ୍ଚାଗତ ଅବଶେଷ ତାଙ୍କ ଟିମ୍‌ ପାଇଥିବା ମଧ୍ୟ ସେ କହିଛନ୍ତି । ଖନନରୁ ସେମାନେ ଏକ ମାଟିଚୁଲା, ମାଟି ପାତ୍ର, ଲୁହା ବସ୍ତୁ, ଅର୍ଦ୍ଧ-ମୂଲ୍ୟବାନ ପଥରରେ ପ୍ରସ୍ତୁତ ମୋତି, ଟେରାକୋଟା ମୋତି ଓ ହାଡ଼ର ବସ୍ତୁ ପାଇଲେ । ଏହି ନମୁନାଗୁଡ଼ିକୁ ଇଣ୍ଟର୍‌ ୟୁନିଭର୍ସିଟି ଅସେଲେରେଟର ସେଣ୍ଟର୍‌, ନୂଆଦିଲ୍ଲୀକୁ ପଠାଯାଇଛି । ସେଠାରେ ଅବଶେଷଗୁଡ଼ିକର ସମୟ ପରୀକ୍ଷା କରାଯିବ । ଏହା ଉପରେ ସବିଶେଷ ରିପୋର୍ଟ ମେ’-ଜୁନ୍‌ ମଧ୍ୟରେ ଜାରି ହୋଇପାରେ ବୋଲି ଡ. ସାହୁ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.