ନୂଆଦିଲ୍ଲୀ – ଗତ କିଛି ଦିନ ପୂର୍ବେ ସାରା ଦେଶରେ କର୍ମସିଆଲ ( ବାଣିଜ୍ୟିକ) ଏୟାରଲାଇନ୍ ଓ ଅନେକ ପ୍ରତିଷ୍ଠାନକୁ ବୋମାରେ ଉଡ଼ାଇବାର ଫେକ୍ ଧମକର ଘଟଣା ମଧ୍ୟରେ,ଆଜି ( ମଙ୍ଗଳବାର) ଏୟାର ଇଣ୍ଡିଆର ୩୨ ଉଡ଼ାଣକୁ ମିଳିଛି ବୋମାରେ ଉଡ଼ାଇବାକୁ ଧମକ। ଏହାର ଗୋଟିଏ ଦିନ ପୂର୍ବରୁ ଭାରତ ସ୍ଥିତ କୋଲକାତା ଯା’ଆସ କରୁଥିବା ୭ଟି ଉଡ଼ାଣକୁ ସୋସିଆଲ ମିଡ଼ିଆରେ ବୋମା ଧମକର ମେସେଜ୍ ମିଳିଥିଲା। ହେଲେ ଏହି ଧମକ ମିଛ ସାବ୍ୟସ୍ତ ହୋଇଛି ଏବଂ ଉଡ଼ାଣକୁ ପୂର୍ବଭଳି ପରିଚାଳିତ କରାଯାଇଛି।
ଏହି ମଧ୍ୟରେ, ନିକଟରେ ଏୟାର ଲାଇନ୍ସକୁ ଧମକ ପୂର୍ଣ୍ଣ କଲ୍ ଆସିବା ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧିକୁ ନଜରରେ ରଖି , ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ଏନଆଇଏ) ପୂରା ଦେଶରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ଗତ ଦୁଇ ସପ୍ତାହରେ ହିଁ ସୁରକ୍ଷା ଏଜେନ୍ସିଙ୍କୁ ୪୦୦ରୁ ଅଧିକ ଫେକ୍ କଲ୍ ପ୍ରାପ୍ତ ହେବାର ସୂଚନ ଦେଇଛି, ଯେଉଁଥିରେ ଯାତ୍ରୀଙ୍କ ସୁରକ୍ଷା ଓ ରାଷ୍ଟ୍ରୀୟ ସୁରକ୍ଷାରେ ସମ୍ଭାବିତ ପ୍ରଭାବ ସମ୍ୱନ୍ଧରେ ବ୍ୟାପକ ଚିନ୍ତା ସୃଷ୍ଟି ହୋଇଛି।
ଉକ୍ତ ବିପଦ ବୃଦ୍ଧିରୁ ବର୍ତ୍ତିବା ପାଇଁ ଏନଆଇଏର ସାଇବର ଶାଖା ଏହି ବିଦେଶୀ ଧମକ ପୂର୍ଣ୍ଣ କଲ୍ର ବ୍ୟାପକ ବିଶ୍ଳଷଣ ଆରମ୍ଭ କରିଛି। ଏହି ଯାଞ୍ଚ ଏହିସବୁ କଲ୍ ପଛର ଉଦ୍ଦେଶ୍ୟକୁ ବୁଝିବା ଓ ତାଙ୍କର ପ୍ରାମାଣିକତାର ଆକଳନ କରିବା ଉପରେ କେନ୍ଦ୍ରିତ।
ଫେକ୍ ଧମକପୂର୍ଣ୍ଣ କଲ୍ ଉପରେ କଡ଼ା ଆଭିମୁଖ୍ୟ ଆପଣାଇ , ଇଲେକ୍ଟ୍ରନିକ୍ସ ଓ ସୂଚନା ପ୍ରଯ୍ୟୁକ୍ତି ମନ୍ତ୍ରଣାଳୟ ( MeitY) ଗତ ସପ୍ତାହରେ ସବୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମସକୁ ଏକ ଆଡଭାଇଜରୀ ଜାରି କରିଛି ,ଯେଉଁଥିରେ ତାଙ୍କୁ ସୂଚନା ପ୍ରଯ୍ୟୁକ୍ତି ମନ୍ତ୍ରଣାଳୟ(ଆଇଟି) ନିୟମ ଓ ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ପ୍ରାବଧାନର ପାଳନ କରିବା ଏବଂ ବୋମାର ଧମକପୂର୍ଣ୍ଣ ପୋଷ୍ଟକୁ ତୁରନ୍ତ ହଟେଇବା ପାଇଁ ଉଚିତ୍ ପ୍ରୟାସ କରିବାକୁ କୁହାଯାଇଛି, ଏସବୁ ନକଲେ ତାଙ୍କୁ ଏଥିରେ ଦାୟୀ କରାଯିବ।