ଆନନ୍ଦପୁର ୨୬/୦୫; କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ମୋଚିନ୍ଦାରେ ଗୋରୁ ଉଦ୍ଧାର । ମୋଚିନ୍ଦା ଯୁବକ ସଂଘ ପକ୍ଷରୁ ୩୨ଟି ଗୋରୁ ଉଦ୍ଧାର କରି ପୁଲିସକୁ ହସ୍ତାନ୍ତର କରିଛନ୍ତି ।
ସୂଚନା ଅନୁଯାୟୀ, ଗୋଚାଲାଣକାରୀମାନେ ପ୍ରତିଦିନ ଶହ ଶହ ଗୋରୁ କେନ୍ଦୁଝର ଓ ମୟୂରଭଞ୍ଜ ବୋଡ଼ର ଶାଳଚୁଆ ପଞ୍ଚାୟତ ଦୁଢ଼ୀବାହlଳି ନିକଟରେ ପିକ୍ଏପ୍ ଭ୍ୟାନ୍ ଯୋଗେ ପଶ୍ଚିମବଙ୍ଗକୁ ରପ୍ତାନୀ ହେଉଛି । ଏହାକୁ ରୋକିବାକୁ ମୋଚିନ୍ଦା ଯୁବ ଗୋଷ୍ଠୀ ପକ୍ଷରୁ ସୋମବାର ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଛକି ରହିଥିଲେ । ମାଫିଆମାନେ ଗୋରୁ ଗୁଡ଼ିକୁ ଚଲେଇ ଚଲେଇ ନେଉଥିବା ବେଳେ ୩୨ଟି ଗୋରୁକୁ ଉଦ୍ଧାର କରି ଆନନ୍ଦପୁର ଥାନାକୁ ଖବର ଦେଇଥିଲେ l ହେଲେ ମାଫିଆ ଓ ସେମାନଙ୍କ ସାଥିରେ ଥିବା ଲେବରମାନେ ସେଠାରୁ ଫେରାର୍ ହୋଇଯାଇଥିଲେ । ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୋରୁ ଗୁଡିକୁ ସୁରକ୍ଷିତ ସ୍ଥାନରେ ରଖିବା ସହ ସେମାନଙ୍କୁ ଭଦ୍ରକ ଗୋ-ଶାଳlକୁ ପଠାଯିବ ବୋଲି କହିଛନ୍ତି ।