ଫିରିଙ୍ଗିଆ,୨୫। ୨ : ଗଞ୍ଜେଇ ଚାଲାଣ ବେଳେ ଗୋଛାପଡା ପୁଲିସ ଚଢାଉ କରି ୩୫ କିଲୋ ଗଞ୍ଜେଇ ସହ ବାଇକ ଜବତ କରିଛି। ଏଥିସହ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ନନ୍ଦନ ପଡା ଗାଁର ରାଜୁ ବାଗ I

ଗୋଛାପଡା ଅଂଚଳରୁ ଭାୟା ଲୋଇସିଂ ହୋଇ କଣ୍ଟାମାଲ ଅଞ୍ଚଳକୁ ଏକ ବାଇକରେ ଗଂଜେଇ ଚାଲାଣ ହେଉଥିବା ପୁଲିସକୁ ଖବର ମିଳିଥିଲା I ଥାନା ଅଧିକାରୀ ସଂଜିତ ବେହେରାଙ୍କ ନିର୍ଦେଶ କ୍ରମେ ଏସଆଇ ଅଶୋକ ପରିଡା ଓ ଅନନ୍ତ ପ୍ରଧାନଙ୍କ ନେତୃତ୍ୱରେ ଗୋଛାପଡା ପୁଲିସ ବନ୍ଧୁଲି ଛକ ନିକଟରେ ବାଇକଟିକୁ କାବୁ କରିବାରେ ସଫଳ ହୋଇଥିଲା I ପରେ ମାଜିଷ୍ଟେ୍ରଟଙ୍କ ଉପସ୍ଥିତିରେ ଜବତ ଗଂଜେଇ କୁ ଓଜନ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।