ସାହାଜପାଲ, ୨୫।୧୧ : ବୟସ ୮୦। ତଥାପି ମିଳୁନି ୩୫୦୦ ଟଙ୍କା ଭତ୍ତା। ବର୍ଦ୍ଧିତ ଭତ୍ତା ପାଇଁ ଦୌଡି ଦୌଡି ନୟାନ୍ତ ହେଲେନି ବୃଦ୍ଧା ପାନବୁଡି ଭୋକ୍ତା। ଏହିଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ବ୍ଲକ ତାଳଶରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସଂଗ୍ରାମପୁର ଗ୍ରାମରେ।

ପାନବୁଡ଼ି ଭୁକ୍ତାଙ୍କ ବୟସ ୮୧ବର୍ଷ ୮ମାସ ୨୧ଦିନ। ଏବେି ବି ପାନବୁଡିକୁ ଏକ ହଜାର ଟଙ୍କା ଭତ୍ତା ମିଳୁଛି। ୩୫୦୦ ଟଙ୍କା ମିଳୁନି। ବର୍ଦ୍ଧିତ ଭତ୍ତା ପାଇଁ ପଞ୍ଚାୟତରୁ ବ୍ଲକ ଯାଇ ଯାଇ ନୟାନ୍ତ ହେଲେଣି ପାନବୁଡି ଭୋକ୍ତା। ବ୍ଲକରେ ଥିବା ବିଭାଗୀୟ ଅଧିକାରୀମାନେ ଶୁଣୁନାହାନ୍ତି ବୋଲି ସେ କହିଛନ୍ତି। ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।