ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଭିତରକନିକା ବୁଲିଲେ ୩୭୦୬ ପର୍ଯ୍ୟଟକ

Published By : Rasmita Pradhan | December 30, 2024 11:44 AM

ରାଜନଗର, ୩୦/୧୨ : ଡିସେମ୍ୱର ମାସ ଶେଷ ରବିବାରରେ ଭିତରକନିକା ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥିଲା । ବିଭିନ୍ନ ସ୍ଥାନରୁ ୧୧୭ଟି ବୋଟ୍‌ ଟ୍ରିପରେ ଓ ସ୍ଥଳଭାଗରେ ଆସିଥିବା ୨୦୯୨ଜଣ ପର୍ଯ୍ୟଟକଙ୍କୁ ମିଶାଇ ମୋଟ ୩୭୦୬ ଜଣ ପର୍ଯ୍ୟଟକ ଭିତରକନିକା ପରିଦର୍ଶନରେ ଆସିଥିଲେ । ଭିତରକନିକା ମୁଖ୍ୟ ଗେଟ୍‌ ଦେଇ ସ୍ଥଳପଥରେ ୨୦୯୨ ଜଣ ପର୍ଯ୍ୟଟକ ଭିତରକୁ ପ୍ରବେଶ କରିଥିଲେ। ସେମାନଙ୍କ ମଧ୍ୟରୁ ୪୪ ଟ୍ରିପ୍‌ ବୋଟରେ ବସି ପର୍ଯ୍ୟଟକ ଭିତରକନିକାର ଶୋଭା ଦେଖିବା ସହ ବୋଟିଂର ମଜା ଉଠାଇଥିଲେ । ଖୋଳାରୁ ୮୨ ଟ୍ରିପ୍‌ ବୋଟ୍‌ରେ ୧୧୪୦ ଜଣ ଆସିଥିବା ବେଳେ ଚାନ୍ଦବାଲିରୁ ୫ଟି ବୋଟ୍‌ରେ ୭୫ ଜଣ, ଗୁପ୍ତିରୁ ୩୦ ଟିପ୍‌ ବୋଟରେ ୩୭୯ ଜଣ ପର୍ଯ୍ୟଟକ ଭିତରକନିକା ପରିଭ୍ରମଣ କରିଥିବା ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି । 

ପର୍ଯ୍ୟଟକମାନେ ବୋଟ୍‌ରେ ବସି ନଦୀରେ ବୁଲିବା ସମୟରେ ନଦୀପଠାରେ ଶୋଇ ଖରା ଖାଉଥିବା କୁମ୍ଭୀର, ହରିଣ ପଲ ଓ ରଙ୍ଗବେରଙ୍ଗର ପକ୍ଷୀ ପର୍ଯ୍ୟଟକଙ୍କୁ ଆନମନା କରିଥିଲା । ଭିତରକନିକା ସେଲ୍‌ଫି ପଏଣ୍ଟ୍‌ରେ ଫଟୋ ଉଠାଇବା ପାଇଁ ପର୍ଯ୍ୟଟକମାନେ ଭିଡ଼ ଜମାଇଥିଲେ । ମେଟା ନର୍ସରୀ, ସଂଗ୍ରହାଳୟ, ଗୋରୀ ଓ ମଲ୍ଲୀ ରହୁଥିବା ପୋଖରୀ ନିକଟରେ ବେଶ୍‌ ଭିଡ଼ ଲାଗିଥିଲା । ହାଚେରୀରେ ଛୋଟ ଛୋଟ କୁମ୍ଭୀର ଛୁଆ ସହ ଧଳା କୁମ୍ଭୀର ଶ୍ୱେତାକୁ ଦେଖିବା ପାଇଁ ଗହଳି ଲାଗିଥିଲା । ବୋଟ୍‌ ଲାଇବ୍ରେରୀକୁ ଦେଖିବା ସହ ସ୍କାଏ ୱାକ୍‌ରେ ବହୁ ସଂଖ୍ୟକ ପର୍ଯ୍ୟଟକ ଚାଲି ଚାଲି ସେଲ୍‌ଫି ନେଉଥିବା ଦେଖିବାକୁ ମିଳିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.