ପ୍ରମୂଖ ଖବର
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତିଙ୍କ ୩ ବର୍ଷ ପୂର୍ତ୍ତି, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

Published By : Suraj Kumar | May 8, 2025 8:56 PM

ଗୋପାଳପୁର ୮।୫ :  ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ  କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ୩ ବର୍ଷ ପୂର୍ତ୍ତି ଅବସରରେ ଏକ ସମୀକ୍ଷା ବୈଠକ ଗୁରୁବାର ଅନୁଷ୍ଠିତ ହୋଇଛି। ଏଥିରେ  ଆଭ୍ୟନ୍ତରୀଣ ଗୁଣ ନିଶ୍ଚିନ୍ତ କକ୍ଷର ସଭାପତି ପ୍ରଫେସର ପ୍ରସନ୍ନ କୁମାର ଦୀକ୍ଷିତ ଓ ପ୍ରଫେସର ଲକ୍ଷ୍ମୀଧର ରାଉତ ପରିଚାଳନା କରିଥିଲେ। ସଭାରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ, କୁଳସଚିବ ସଚ୍ଚିଦାନନ୍ଦ ନାୟକ, ବିତ୍ତ ନିୟନ୍ତ୍ରକ ଅଶୋକ କୁମାର ଢାଙ୍ଗଡାମାଝୀ, ପରୀକ୍ଷା ନିୟନ୍ତ୍ରକ ଡ଼.ସତ୍ୟ ନାରାୟଣ କୁଣ୍ଡ, ଯୁଗ୍ମ କୂଳସଚିବ ଡ଼.ବାବୁଜୀ ସାମଲ,ସହ କୁଳସଚିବ ଡ଼.ସରୋଜ କୁମାର ଦାଶ ପ୍ରମୁଖ ଉପସ୍ଥିତ ରହି କୁଳପତିଙ୍କ ୩ ବର୍ଷର ଉନ୍ନତ ମୂଳକ କାର୍ଯ୍ୟ କଳାପ ଉପରେ ଆଲୋକପାତ କରିଥିଲେ l ପ୍ରଫେସର ନେହା ପାଣ୍ଡେ ଗତବର୍ଷ ବିଶ୍ବବିଦ୍ୟାଳୟର ଉନ୍ନତ ମୂଳକ କାର୍ଯ୍ୟ ଉପରେ ବିବରଣୀ ପାଠ କରିଥିଲେ l  

କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଦାୟିତ୍ୱ ଗ୍ରହଣ ନେବା ପର ଠାରୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳରେ ଅନେକ ସଫଳତା ହାସଲ କରିଛି l ଶିକ୍ଷା,ଗବେଷଣା, ଖେଳକୁଦ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଜାତୀୟ,ଆନ୍ତର୍ଜାତୀୟ ପ୍ରକଳ୍ପରେ ପ୍ରଶଂସନୀୟ ସଫଳତା ଅର୍ଜନ କରିଛି। ତାହାସହ ବିଶ୍ଵବିଦ୍ୟାଳୟ ରୂପରେଖ ବଦଳିଛି l କୁଳପତି ଗୀତାଞ୍ଜଳି ଦାଶ ଯୋଗ ଦେଇ ଗତ ୩ ବର୍ଷ ରେ ବିଶ୍ଵବିଦ୍ୟାଳୟ ପାଇଥିବା ସମ୍ମାନ,ଉନ୍ନତ ମୂଳକ ପଦକ୍ଷେପ ପାଇଁ ସମସ୍ତ ସହଯୋଗ ରହିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ l ଆଗାମୀ ଦିନରେ ବିଶ୍ଵବିଦ୍ୟାଳୟ ଅଧିକ ରୁ ଅଧିକ ଉନ୍ନତି ହୋଇ ପାରିବ ସେଥି ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ଆହ୍ୱାନ ଦେଇ ଥିଲେ l ତାହା ସହ ଆଗାମୀ ଦିନରେ ନୂତନ ନିଯୁକ୍ତି ସହ ଗବେଷଣା ଓ ଛାତ୍ର,ଛାତ୍ରୀଙ୍କ ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ସ୍ଥିର କରିଛନ୍ତି ବୋଲି କହିଥିଲେ l  ଶେଷରେ ଡ଼.ସାରଦା ପ୍ରସାଦ ସାହୁ ଓ ଡ଼.ବାବୁଜୀ ସାମଲ ଧନ୍ୟବାଦ ଦେବା ସହ ଆଗାମୀ ବର୍ଷ ପାଇଁ ଶୁଭେଛା ଜଣାଇ ଥିଲେ l ଏଥିରେ ଶିକ୍ଷକ,ଅଣ ଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ l କୁଳପତିଙ୍କ ତୃତୀୟ ବର୍ଷ ଅବସରରେ ଯୁଗ୍ମ କୁଳସଚିବ ଡ଼.ବାବୁଜୀ ସାମଲ, କୁଳପତିଙ୍କ ସଚିବ ଏ.ସୂର୍ଯ୍ୟ ପ୍ରକାଶ ପୁଷ୍ପଗୁଛ ଦେଇ କୁଳପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.