ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ରାଜ୍ୟ ବାହାରକୁ ଚାଲାଣ ବେଳେ ୨ ହାତୀ ଦାନ୍ତ ଜବତ , ୪ ଗିରଫ

Published By : Suraj Kumar | January 22, 2025 4:33 PM

ବାରିପଦା,୨୨। ୧ :  ବାରିପଦା ବନଖଣ୍ଡ ଅଧିନସ୍ଥ ଦେଉଳି ବନାଞ୍ଚଳର ଝାରପୋଖରିଆ ଜାମଶୋଲା ରାସ୍ତାର ଗୋଷାଣୀ ଛକ ନିକଟରେ ବନ କର୍ମଚାରୀ ଚଢାଉ କରି ୨ଟି ହାତୀ ଦାନ୍ତ  ଜବତ କରିଛି । ଏଥିସହ ୪ ଜଣ ଗିରଫ ହୋଇଛନ୍ତି। ହାତୀ ଦାନ୍ତ ବିକ୍ରି ପାଇଁ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ବେଳେ ବନ ବିଭାଗର ଏନଫୋର୍ସମେଣ୍ଟ ଟିମ୍ ଚଢାଉ କରିଥିଲା। 

ଏକ ବାଇକ୍ ରେ ଦୁଇଜଣ ୨ଟି ହାତୀଦାନ୍ତକୁ ଗାମୁଛାରେ ବାନ୍ଧି ଏକ ବ୍ୟାଗରେ ନେଉଥିଲେ। ସେମାନଙ୍କୁ ସୁରକ୍ଷା ଦେଇ ଆଉ ୨ ଜଣ ଅନ୍ୟ ଏକ ବାଇକ୍ ରେ ସେମାନଙ୍କ ସହିତ ଯାଉଥିଲେ। ବିଶେଷ ସୂତ୍ରରୁ ଖବର ପାଇ ବନବିଭାଗ  କର୍ମଚାରୀ ସେମାନଙ୍କ ପିଛା କରିଥିଲା। ଗୋଷାଣୀ ଛକ ନିକଟରେ ବନବିଭାଗ କର୍ମଚାରୀ ୪ ଜଣଙ୍କୁ କାବୁ କରିବା ସହ ହାତୀ ଦାନ୍ତ ଜବତ କରିଥିଲା। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ  ଝାଡ଼ଖଣ୍ଡର ଆନ୍ତଃରାଜ୍ୟ ହାତୀଦାନ୍ତ ବ୍ୟବସାୟୀ ଥିବା ବେଳେ ଦୁଇଜଣ ମୟୂରଭଞ୍ଜର ରାସଗୋବିନ୍ଦପୁର ଅଞ୍ଚଳର ବୋଲି ଜଣା ପଡ଼ିଛି। ଗିରଫ ଅଭିଯୁକ୍ତମାନେ ହେଲେ ଝାରଖଣ୍ଡ ରାଜ୍ୟ ପଶ୍ଚିମ ସିଂ ଭୁମ୍ ଜିଲ୍ଲାର ମଙ୍ଗଲ ସୋରେନ୍ ଏବଂ ସୁରେଇ ସୋରେନ୍। ମୟୂରଭଞ୍ଜ ରାସଗୋବିନ୍ଦପୁର ଅଞ୍ଚଳର ବାର୍ଷା ମୁର୍ମୁ ଓ ଯୋଗେଶ୍ୱର ନାଏକ । ହାତୀ ଦାନ୍ତୁ ଦୁଇଟିରୁ ଗୋଟିକର ଓଜନ ଏକ କେଜି ହୋଇଥିବା ବେଳେ ଅନ୍ୟଟି ଏକ କେଜି ୨୦  ଗ୍ରାମ । ପ୍ରାଥମିକ ତଦନ୍ତ ପରେ ହାତୀ ଦାନ୍ତ ଦୁଇଟିକୁ ଫରେନ୍ସିକ୍ ଲ୍ୟାବକୁ ପଠାଯାଇ ଅଧିକ ତଥ୍ୟ ସଂଗ୍ରହ କରାଯିବ ବୋଲି ବାରିପଦା ଏସି.ଏଫ୍ ରବିନାରାୟଣ ମହାନ୍ତି କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.