ପ୍ରମୂଖ ଖବର
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ପାଗଳ କୁକୁର କାମୁଡାରେ ୪ ଶିଶୁ ଗୁରୁତର

Published By : Suraj Kumar | April 5, 2025 11:03 PM

ଚନ୍ଦାହାଣ୍ଡି,୪।୪ -  ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପାଟଖଲିଆ ପଞ୍ଚାୟତରେ  ପାଗଳ କୁକୁର କାମୁଡା ରେ ୪ ଜଣ ଶିଶୁ ଗୁରୁତର ହୋଇଛନ୍ତି।  ଗୁରୁତର ୪ ଶିଶୁ  ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତୀ କରାଯାଇଛି l ୨ ଶିଶୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି l   

 ପାଟଖଲିଆ  ପଞ୍ଚାୟତରେ ଏକ ପାଗଳ ବୁଲା କୁକୁର  ହଠାତ ପଶି ଆଶି  ବନ୍ଦକୋନା  ଗ୍ରାମର ଅରକ୍ଷିତ ଜାଲଙ୍କ ୮ ବର୍ଷ ର ଝିଅ ଘର ପାଖରେ ଥିବା ସମୟ ରେ କାମୁଡି ଦେଇଥିଲା l ସେଠାରୁ ଲୋକେ ଘଉଡାଇବା ରୁ ବିଲିଝରଣ ଗ୍ରାମର ବିଷ୍ଣୁ ଭତ୍ରା ଙ୍କ ୪ ବର୍ଷ ର ଶିଶୁ ପୁରୁନ ଭତ୍ରା କୁ କାମୁଡି ଦେଇଥିଲା।  ଏହାପରେ ପାଟଖଲିଆ ପଞ୍ଚାୟତ ସଦର କୁ ପଶିଆସି  ପ୍ରଥମେ ଯାଦବ ନାଗଙ୍କ ଗାଈକୁ ଆକ୍ରମଣ କରିବାରୁ  ଗାଈ ଗୁରୁତର ହୋଇ ଥିଲା । ଏହା ପରେ ବିଶ୍ୱଜିତ ନାଗଙ୍କ ୫ ବର୍ଷ ର ପୁଅ ଲଛମନ ନାଗେଶ ଏବଂ ଓଶୋ ଅଣ୍ଟିଙ୍କ ୪ ବର୍ଷର ଝିଅ ଈଶ୍ୱରୀ ଅଣ୍ଟି ରାସ୍ତାରେ ଖେଳୁ ଥିବା ସମୟରେ କାମୁଡି ପକାଇବାରୁ ଦୁଇ ଶିଶୁ ଗୁରୁତର ହୋଇ ପଡିଥିଲେ l  ସମସ୍ତଙ୍କୁ ପରିବାର ଲୋକେ ଚିକିତ୍ସା ପାଇଁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ  କରିଥିଲେ। ପାଗଳ କୁକୁରକୁ ତୁରନ୍ତ ଆୟତ୍ତ  କରିବାକୁ ସାଧାରଣରେ ଦାବୀ କରାଯାଇଛି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.