ଚନ୍ଦାହାଣ୍ଡି,୪।୪ -  ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପାଟଖଲିଆ ପଞ୍ଚାୟତରେ  ପାଗଳ କୁକୁର କାମୁଡା ରେ ୪ ଜଣ ଶିଶୁ ଗୁରୁତର ହୋଇଛନ୍ତି।  ଗୁରୁତର ୪ ଶିଶୁ  ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତୀ କରାଯାଇଛି l ୨ ଶିଶୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି l   

 ପାଟଖଲିଆ  ପଞ୍ଚାୟତରେ ଏକ ପାଗଳ ବୁଲା କୁକୁର  ହଠାତ ପଶି ଆଶି  ବନ୍ଦକୋନା  ଗ୍ରାମର ଅରକ୍ଷିତ ଜାଲଙ୍କ ୮ ବର୍ଷ ର ଝିଅ ଘର ପାଖରେ ଥିବା ସମୟ ରେ କାମୁଡି ଦେଇଥିଲା l ସେଠାରୁ ଲୋକେ ଘଉଡାଇବା ରୁ ବିଲିଝରଣ ଗ୍ରାମର ବିଷ୍ଣୁ ଭତ୍ରା ଙ୍କ ୪ ବର୍ଷ ର ଶିଶୁ ପୁରୁନ ଭତ୍ରା କୁ କାମୁଡି ଦେଇଥିଲା।  ଏହାପରେ ପାଟଖଲିଆ ପଞ୍ଚାୟତ ସଦର କୁ ପଶିଆସି  ପ୍ରଥମେ ଯାଦବ ନାଗଙ୍କ ଗାଈକୁ ଆକ୍ରମଣ କରିବାରୁ  ଗାଈ ଗୁରୁତର ହୋଇ ଥିଲା । ଏହା ପରେ ବିଶ୍ୱଜିତ ନାଗଙ୍କ ୫ ବର୍ଷ ର ପୁଅ ଲଛମନ ନାଗେଶ ଏବଂ ଓଶୋ ଅଣ୍ଟିଙ୍କ ୪ ବର୍ଷର ଝିଅ ଈଶ୍ୱରୀ ଅଣ୍ଟି ରାସ୍ତାରେ ଖେଳୁ ଥିବା ସମୟରେ କାମୁଡି ପକାଇବାରୁ ଦୁଇ ଶିଶୁ ଗୁରୁତର ହୋଇ ପଡିଥିଲେ l  ସମସ୍ତଙ୍କୁ ପରିବାର ଲୋକେ ଚିକିତ୍ସା ପାଇଁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ  କରିଥିଲେ। ପାଗଳ କୁକୁରକୁ ତୁରନ୍ତ ଆୟତ୍ତ  କରିବାକୁ ସାଧାରଣରେ ଦାବୀ କରାଯାଇଛି l