ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ପୂଜା ହେଲା ଆଇପିଏଲ୍‌ ଟ୍ରଫି, ବିଜୟୀ ହେବାକୁ 'କୋଲକତା ନାଇଟ୍ ରାଇଡର୍ସ'ର ପ୍ରାର୍ଥନା
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ, ବେହେରଣ ଦ୍ୱାର ନିକଟରେ ପଡିଥିଲା ରକ୍ତ ଛିଟା
  • ||
  • ବାଲେଶ୍ୱର : ଘରେ ପଶି ଅଙ୍ଗନବାଡ଼ି କର୍ମୀଙ୍କୁ ହାଣିଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଆରମ୍ଭ
  • ||
  • ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଅଶ୍ୱିନୀ
  • ||
  • ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣା, ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି, ଶୋକବ୍ୟକ୍ତ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
  • ||
  • ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ: ଚଳିତ ବର୍ଷ ଅଭିବୃଦ୍ଧି ୭.୨%କୁ ହ୍ରାସ, ଆଗାମୀ ବର୍ଷ ୮.୫% ହାରରେ ବଢ଼ିବ
  • ||
  • କଟକ : ଷ୍ଟ୍ରିଟ୍‌ ଲାଇଟ୍‌ ଖୁଣ୍ଟରୁ ଯୁବକଙ୍କୁ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଗରମରୁ ମିଳିବ ସାମାନ୍ୟ ଆଶ୍ୱସ୍ତି: ଆସନ୍ତା ୧୯ରୁ ୨୧ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

କଳା ବାଘ ଚମଡ଼ା ଜବତ, ୪ ଶିକାରୀ ଗିରଫ

Published By : Harapriya Sethi | January 15, 2025 2:32 PM

ବାରିପଦା,୧୫/୦୧: ୪ଜଣ ହାର୍ଡ କୋର୍ ଶିକାରୀଙ୍କୁ ଗିରଫ କରିବାରେ ସକ୍ଷମ ହେଲା ଶିମିଳିପାଳ ଦକ୍ଷିଣ ବନ୍ୟ ପ୍ରାଣୀ ଡିଭିଜନ ସହିତ ଷ୍ଟେଟ ଲେବଲ ଜେ ଟି ଏଫ ଟିମ । ଶିମିଳିପାଳ ଅଭୟାରଣ୍ୟରେ ଶିକାର କରି ବେଆଇନ ଭାବେ ବନ୍ୟଜନ୍ତୁ କାରବାରରେ ସଂପୃକ୍ତ ଥିବା ଏହି ୪ ଅପରାଧୀ ହେଲେ ବାରିପଦା ବନଖଣ୍ଡ ତଥା ଉଦଳା ଥାନା ଅନ୍ତର୍ଗତ ଅଜମ୍ବର ନାଇକ ଓରଫ ଫାତୁ, ପିତାମ୍ବର ନାଏକ ଓରଫ ଡାକ୍ତର, ରାମ ନାଏକ ଓରଫ ଥାଲୁ । ଏମାନେ ସମସ୍ତେ ତେନ୍ତଳା ଗ୍ରାମର ହୋଇଥିବା ବେଳେ ବୈରାମ ମୁର୍ମୁ ଓରଫ ଦୁବେଇ ବାବା ର ଘର ଉଦଳା ଥାନା ଅର୍ନ୍ତଗତ ପାଟଶାଣୀ ପୁର ନିକଟ ବାଲି ଘାଟ ଗ୍ରାମରେ । ସମସ୍ତ ଅଭିଯୁକ୍ତ ଅପରାଧୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ଘଟଣା ମାଷ୍ଟର ମାଇଣ୍ଡ କୁହାଯାଉଥିବା ଅନ୍ୟ ଜଣେ ଶିକାରୀ ଫେରାର ଥିବା ସୂଚନା ମିଳିଛି। 

ସୂଚନା ମୁତାବକ, ୪ ଜଣ ଶିକାରୀଙ୍କୁ ଗିରଫ କରିବାରେ ସକ୍ଷମ ହେଲା ଶିମିଳିପାଳ ଦକ୍ଷିଣ ବନ୍ୟ ପ୍ରାଣୀ ଡିଭିଜନ ସହିତ ଷ୍ଟେଟ ଲେବଲ ଜେ ଟି ଏଫ ଟିମ । ସେମାନଙ୍କ ନିକଟରୁ ଗୋଟିଏ ବାଘ ଛୁଆର ଚମଡା, ନଖ ଜବତ ହୋଇଛି । ଏହି ଶିକାରୀ ମାନଙ୍କୁ ଧରିବାରେ ଶିମିଳିପାଳ ଟିମ୍ ସହିତ ରାଜ୍ୟ ସ୍ତରୀୟ ଜଏଣ୍ଟ ଟାସ୍କ ଫୋର୍ସ ଟିମ ସହାୟତା କରିଥିଲା । ତେବେ ସମସ୍ତ ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇ କରାଯାଇଛି । ଶିମିଳିପାଳ ଦକ୍ଷିଣ ବନ୍ୟ ପ୍ରାଣୀ ଡିଭିଜନର ସ୍ପେଶଲ୍ ଏନ୍ଫୋର୍ସମେଣ୍ଟ ଉଇଙ୍ଗ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.