​​​​​​​ଆଳି,୨୧୧(ଆପ୍ର): କଟକ-ଚାନ୍ଦବାଲି ରାସ୍ତାର  ଶାଳିଅଞ୍ଚ ଛକ ସମ୍ମୁଖରେ ଏକ  ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଆହତ ହୋଇଛନ୍ତି lଅଟୋକୁ କାର ଧକ୍କା ଦେବାରୁ ଅଟୋ ଭାରସାମ୍ୟ ହରାଇ ରାସ୍ତା ତଳକୁ ଚାଲିଯାଇଥିଲା l ଫଳରେ ଅଟୋ ଚାଳକଙ୍କ ସହ ଅଟୋରେ ବସିଥିବା ସମସ୍ତ ୯ ଜଣ ଯାତ୍ରୀ ଆହତ ହୋଇଥିଲେ

ପଟ୍ଟାମୁଣ୍ଡାଇ ଥାନା ବଳଭଦ୍ରପୁର ପଞ୍ଚାୟତ ବାଲିପାଟଣା ଗ୍ରାମର ଭରତ ପରିଡ଼ା(୪୭) ଙ୍କ ଅଟୋ ରେ ଉକ୍ତ ଗ୍ରାମର ଶଶୀରେଖା ବେହେରା(୫୦), ବିଦୁଲତା ବେହେରା (୬୦), ଗୋଲେଖ ବେହେରା (୬୦), ରୋହିଣୀ ବେହେରା (୨୫), ସୁମିତ୍ରା ବେହେରା(୨୪), କଳ୍ପନା ବେହେରା (୯), ବିଶ୍ୱଜିତ ବେହେରା(୫), ପ୍ରିୟାଂଶୁ ବେହେରା (୫) ଙ୍କୁ ତାଙ୍କ ବନ୍ଧୁ ଘର ସିଂହପୁର ରୁ ବୁଲିବାକୁ ଯାଇ ନିଜ ଗ୍ରାମକୁ ଫେରୁଥିଲେ। ଏହି ସମୟରେ ଏକ ଦ୍ରୁତଗାମୀ କାର ତାଙ୍କ ଅଟୋକୁ ଧକ୍କା ଦେଇଥିଲା l ଫଳରେ ଉଭୟ କାର ଓ ଅଟୋ ଭାରସାମ୍ୟ ହରାଇ ରାସ୍ତା ତଳକୁ ଚାଲିଯିବା ସହ ଅଟୋ ରେ ବସିଥିବା ସମସ୍ତ ଯାତ୍ରୀ ରାସ୍ତାରେ ଛିଟିକି ପଡ଼ିଥିଲେ । ଛିଟକି ପଡିଯିବା ଫଳରେ ଶଶୀରେଖା, ବିଦୁଲତା, ସୁମିତ୍ରା ଓ ଗୋଲେଖ ଙ୍କ  ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟମାନେ ଆଂଶିକ ଆହତ ହୋଇଥିଲେ । ସମସ୍ତ ଯାତ୍ରୀ ରାସ୍ତାରେ ପଡ଼ି ଛଟପଟ ହେଉଥିବା ବେଳେ ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଯୋଗେ ପ୍ରଥମେ ଆଳି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ | ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ୪ ଜଣଙ୍କୁ ଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଚିକିତ୍ସାଳୟ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି l