ମାଲକାନଗିରି /ମାଥିଲି, ୧୪/୯(ଆପ୍ର ) : ମାଥିଲି ଥାନା ପାଙ୍ଗମ ନିକଟସ୍ଥ ସିରାଗୁଡା ଛକରେ ଦୁଇଟି କାର ମଧ୍ୟରେ ମୁହାଁମୁହିଁ ଧକ୍କା ଲାଗି ୪ ଯାତ୍ରୀ ଆହତ ହୋଇଛନ୍ତି ।  ଆହତମାନଙ୍କୁ କୋରାପୁଟ ଓ ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

​​​​​​​ମାଲକାନଗିରିରୁ ଜୟପୁରକୁ ଯାଉଥିବା ବେଳେ ୩୨୬ ନମ୍ବର ଜାତୀୟ ରାଜପଥ ମାଥିଲି ଥାନା ପାଙ୍ଗମ ନିକଟସ୍ଥ ସିରାଗୁଡା ଛକରେ ଦୁଇଟି କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଜୟପୁର ଠାରୁ କାଲିମେଳା ଅଭିମୁଖେ ଆସୁଥିବା ମହିନ୍ଦ୍ରା ଏକ୍ସୟୁଭି ଗାଡି ସହ ମାଲକାନଗିରିରୁ ଜୟପୁରକୁ ଯାଉଥିବା ଏକ ନୂତନ  କାର ସହ ଧକ୍କା ହେବା ଫଳରେ ଗୋଟିଏ କାର ବିଲ ଭିତରୁ ଚାଲି ଯାଇଥିଲା । ଏହା ଦେଖି ସ୍ଥାନୀୟ ଲୋକେ ଦୌଡ଼ି ଆସି କାର ଭିତରରେ ଚାପି ରହିଥ‌ିବା ଲୋକଙ୍କୁ ଉଦ୍ଧାର କରି ପ୍ରଥମେ ମାଥିଲି ଉପଖଣ୍ଡ ଚିକିତ୍ସାଳୟରେ ଭର୍ଭି କରିଥିଲେ। ସେଠାରେ ଦୁଇଜଣଙ୍କ ଅବସ୍ଥା ଗୁରୁତର ହେବାରୁ କୋରାପୁଟ ମେଡିକାଲ କଲେଜ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଆଉ ଦୁଇ ଜଣଙ୍କୁ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇ ଥିବା ଜଣାପଡିଛି।