ସୋରଡା,୮।୧ : ସୋରଡାରେ ପୃଥକ ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି। ବାଇକରୁ ପଡି ୩ ଜଣ ଗୁରୁତର ହୋଇଥିବା ବେଳେ ମୁକୁଳା ଡ୍ରେନରେ ପଡି ଜଣେ ଶିଶୁ ଗୁରୁତର ହୋଇଛି। ସୋରଡ଼ା ଗାଜଲବାଡି ଜାତୀୟ ରାଜପଥ ପିପଳପଙ୍କା ବ୍ରିଜ ବୁଲାଣିରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଘଟିଛି I ଏଥିରେ ୩ ଜଣ ଗୁରୁତର ହୋଇଥିଲେ। ସେମାନଙ୍କୁ ଦମକଳ ଯୋଗେ ସୋରଡ଼ା ସରକାରୀ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି I ୩ଜଣ ହେଲେ ଗୋଛା ଗ୍ରାମର ଦୁର୍ଗା ମାଧବ ନାୟକ, ଶିବ ନାୟକ, ସୁବଳ ନାୟକ I ଦୁର୍ଗା ଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି I ସମସ୍ତେ ନିଜ ଗ୍ରାମକୁ ଫେରୁଥିଲେ I

ସେହିପରି ସୋରଡ଼ା କଇଠ ପଲ୍ଲୀ ସାହିର ୬ ବର୍ଷର ଶିଶୁ ଆୟୁଷ୍ମାନ ବିଷୋୟୀ ସାହିରେ ଖେଳୁଥିବା ସମୟରେ ଘର ସମୁଖରେ ମୁକୁଳା ଥିବା ଡ୍ରେନରେ ପଡି ଯାଇଥିଲେ। ଡ୍ରେନରେ ତାଙ୍କ ମୁଣ୍ଡ ପିଟି ହୋଇଯିବାରୁ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ପ୍ରଥମେ ସୋରଡ଼ା ଡାକ୍ତରଖାନା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।