ବିଞ୍ଝାରପୁର ୧୩ | ୫ (ଆପ୍ର) ବିଞ୍ଝାରପୁର ଥାନା ଅନ୍ତର୍ଗତ ଟିଣା ପଞ୍ଚାୟତର ଖରଦିପୁର ଗ୍ରାମରେ ଜମିବାଡି ବିବାଦକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଏହି ମାରପିଟ ରେ ଉଭୟ ପକ୍ଷରୁ ୯ ଜଣ ଆହତ ହୋଇଛନ୍ତି। ଏହି ମାରପିଟ ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି।
ଅଭିଯୋଗ ମୁତାବକ ଜମିବାଡ଼ି ବିବାଦକୁ ନେଇ ଗ୍ରାମର ଶିବ ସାମଲ ଓ ଅରୁଣ ସାମଲଙ୍କ ପରିବାର ମଧ୍ୟରେ ମନମାଳିନ୍ୟ ରହିଥିଲା। ଏହି କାରଣରୁ ନେଇ ଦୁଇ ପରିବାର ମଧ୍ୟରେ ବବସା ପରେ ଠେଙ୍ଗା ଓ ବାଡ଼ି ବିଭିନ୍ନ ଅସ୍ତ୍ର ସାହାଯ୍ୟରେ ମାରପିଟ ହୋଇଥିଲା। ଏହି ମାରପିଟ ରେ ଉଭୟ ପକ୍ଷରୁ ୯ ଜଣ ଆହତ ହୋଇଥିଲେ। ଏହି ଘଟଣାରେ ଆହତମାନେ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଓ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ବର୍ତ୍ତମାନ ଚିକିତ୍ସାଧୀନ ହେଉଛନ୍ତି। ଉଭୟ ପକ୍ଷରୁ ହୋଇଥିବା ଅଭିଯୋଗକୁ ଭିତ୍ତି କରି ପୋଲିସ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରିବା ସହ ଉଭୟ ପକ୍ଷରୁ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅରୁଣ ସାମଲଙ୍କ ସମ୍ପର୍କୟ ଦୀପକ ପାତ୍ର,ଧିରେନ୍ଦ୍ର ସ୍ୱାଇଁ ଅନ୍ୟ ୨ଜଣ ମଧ୍ୟରେ ଶିବ ସାମଲଙ୍କ ପକ୍ଷରୁ ଟୁକୁନା ସାମଲ ଏବଂ ଧୋଇ ସାମଲଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲଣ କରିଛି। ଅନ୍ୟ ପକ୍ଷରେ ବିଞ୍ଝାରପୁର ଥାନା ଅଧିକାରୀ ବାମଦେବ ନନ୍ଦ ଖୋଦ ଘଟଣାକୁ ତଦନ୍ତ କରିବା ସହ ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।