ମୁନିଗୁଡା, ୫।୧ : ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ପାଇକଡାକୁଲୁଗୁଡା ସ୍ଥିତ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ନିଆଁରେ ପୋଡି ହୋଇ ୪ ଛାତ୍ର ଆହତ ହୋଇଛନ୍ତି । ସେଥି ମଧ୍ୟରୁ ଜଣେ ଛାତ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ପଠାଇ ଦିଆଯାଇଛି।
ଆଜି ଅପରାହ୍ନ ସମୟରେ ବିଦ୍ୟାଳୟ କିଛି ଛାତ୍ର ପରିସ୍ରା କରିବାକୁ ଯାଇଥିଲେ । ସେହି ସମୟରେ ଅନ୍ୟଜଣେ ଛାତ୍ର ପେପରରେ ନିଆଁ ଲଗାଇଥିଲେ । ଅଧିକ ଜୋରରେ ଜଳାଇବା ପାଇଁ ସ୍କୁଲରେ ରଙ୍ଗ ଦେବାପାଇଁ ରଖାଯାଇଥିବା ଥିନର ସେହି ନିଆଁ ଉପରେ ଢାଳିଥିଲା । ସେହି ଥିନର ଛିଟା ଉକ୍ତ ୪ଜଣ ଛାତ୍ରଙ୍କ ଉପରେ ପଡିଯିବାରୁ ପିଲାମାନଙ୍କ ଦେହରେ ନିଆଁ ଲାଗିଯାଇଥିଲା । ଖବର ପାଇଁ ବିଦ୍ୟାଳୟ ଶିକ୍ଷକ ମନେ ଚାରିଜଣ ଛାତ୍ରଙ୍କୁ ଉଦ୍ଧାର କରି ବିଷମ କଟକ ଗୋଷ୍ଠୀ ସ୍ୱାସ୍ଥ୍ୟକୁ ଚିକିତ୍ସା ନିମନ୍ତେ ଆଣିଥିଲେ । ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଖ୍ରୀଷ୍ଠୀୟାନ୍ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ଆହତ ମାନଙ୍କ ମଧ୍ୟରେ ବିରାଜ ଟାକ୍ରି ଗୁରୁତର ରହିଛି। ଯାହାକୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଖବରପାଇ ବିଷମକଟକ ଏସଡିପିଓ, ତହସିଲଦାର, ବିଡ଼ିଓଙ୍କ ସମେତ ମୁନିଗୁଡ଼ା ଥାନା ଅଧୀକାରୀ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।