ରାଜଗାଙ୍ଗପୁର, ୨୬।୭-  ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରରେ ବେଆଇନ ଚୋରା ପଥର ଚାଲାଣ ଚାଲିଥିବା ଖବର ପାଇ  ରାଉରକେଲା ଖଣି ବିଭାଗ ସହ ରାଜଗାଙ୍ଗପୁର ପୁଲିସ  ମିଳିତ ଭାବେ ଚଢଉ କରି ରାଜଗାଙ୍ଗପୁର ମାଟି ଗେଟରେ ୪ଟି ଗାଡିକୁ ଜବତ କରିଛି । ଜବତ ଗାଡି ମଧ୍ୟରେ  ୨ ଟି  ପଥର ବୋଝେଇ ଗାଡି ରହିଥିବା ବେଳେ  ୨ଟି ଖାଲି ଗାଡି ରହିଥିବା ରାଜଗାଙ୍ଗପୁର ଏସଡିପିଓ ବିଭୁତି ଭୂଷଣ ଭୋଇ ସୂଚନା ଦେଇଛନ୍ତି  । 

ଉକ୍ତ ଘଟଣାରେ ରାଜଗାଙ୍ଗପୁର ପୁଲିସ ସହାୟତାରେ  ରାଉରକେଲା ଖଣି ଉପ ନିର୍ଦେଶକ  ରାଜଗାଙ୍ଗପୁର ଗର୍ଭଣା ପଞ୍ଚାୟତ ପଦା ଜାମପାଲି ସ୍ଥିତ  ଏକ ପଥର କ୍ରସର ପ୍ଲାଣ୍ଟରେ  ପହଞ୍ଚି ଯାଞ୍ଚ କରିଛନ୍ତି । ଏ ବାବଦରେ ରାଉରକେଲା ଉପ ଖଣି ବିଭାଗର ଉପ ନିର୍ଦେଶକଙ୍କୁ ପଚାରିବାରୁ ସେ  କିଛି କହି ନ ଥିଲେ ।