ଭୁବନେଶ୍ବର,୧।୧୨ : ଜଙ୍ଗଲି ଖମ୍ବଆଳୁ ଖାଇ ୩ଟି ପରିବାର ୪ମହିଳା ଗୁରୁତର।   ସମସ୍ତ ଗୁରୁତର ଙ୍କୁ ଡାକ୍ତରଖାନା ରେ ଭର୍ତ୍ତି କରିଛନ୍ତି ପରିବାର ଲେକେ । ଏଭଳି ଏକ ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଅର୍ଜୁନ ବଣିଆ ଗାଁ ରେ ।

ଗାଁ ଚନ୍ଦ୍ରମଣି ନାଇକ ରବିବାର ଗାଁ ନିକଟ ଏକ ପରିବା ବ୍ଯବସାୟୀ ଙ୍କ ଠାରୁ ଖମ୍ବଆଳୁ ଖଣ୍ଡେ କିଣିକି ଆଣିଥିଲେ। ଘରେ ତାକୁ ଦେବାପରେ ପତ୍ନି ମନ୍ଦାକିନି ସେଥିରୁ ଖଣ୍ଡେ କାଟି ପଡୋଶୀ  ପରିକ୍ଷିତ ନାଇକଙ୍କ ପତ୍ନୀ  ଓ ଅନ୍ଯ ଖଣ୍ଡେ ମହେଶ୍ବର ନାଇକଙ୍କ ପତ୍ନୀଙ୍କୁ ଦେଇଦେଲେ ।  ତିନି ପରିବାରର ମହିଳାମାନେ ଆଜି ସେହି ଖମ୍ବଆଳୁ ରାନ୍ଧି ଖାଇଥିଲେ ।  ଚନ୍ଦ୍ରମଣିଙ୍କ ପତ୍ନୀ  ଓ ଘରକୁ ଆସିଥିବା ଝିଆରି ରଶ୍ମିତା ଖାଇଥିଲେ ।  ଖାଇବାର କିଛି ସମୟପରେ ୪ଜଣ ମହିଳାଙ୍କ ବାନ୍ତି ହେବା ସହ ଛାତିରେ ଯନ୍ତ୍ରଣା ହୋଇ ଅସୁସ୍ଥ  ହୋଇପଡିଥିଲେ  ।  ତୁରନ୍ତ ସେମାନଙ୍କୁ ପରିବାର ଲୋକେ ନେଇ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି  କରିଥିଲେ। ତେବେ ଚିକିତ୍ସା  ପରେ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଜଣାପଡିଛି । ଖାଇଥିବା ଖମ୍ବଆଳୁ ଜଙ୍ଗଲି ଓ ବିଷାକ୍ତ ବେଲି ଅନୁମାନ କରାଯାଉଛି