ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ସ୍ତ୍ରୀକୁ ମାରି ଟାଙ୍ଗି ଦେଲା ଇଞ୍ଜିନିୟର ସ୍ବାମୀ; ଭିଡିଓ କଲ କରି ଜେଜେମାଆକୁ କହିଲା ୪ ବର୍ଷର ନାତୁଣି

Published By : Ankita S | February 7, 2025 2:35 PM

ଲକ୍ଷ୍ନୌ,୦୭/୦୨: ପିଲା ଆଗରେ ଝୁଲୁଛି ମା'ର ମୃତଦେହ । ମା'କୁ ଡାକୁଛି ଝିଅ ହେଲେ ସେ ଶୁଣୁନାହାନ୍ତି । ସେ କଣ ଜାଣିଛି ଯେ ତା ମା' ଆଉ ଏ ଦୁନିଆରେ ନାହିଁ । ଆଉ ଜେଜେମାଆକୁ ଭିଡିଓ କଲ କରି ୪ ବର୍ଷର ନାତୁଣି କହୁଛି ଜେଜେମାଆ ଦେଖ ବାପା ମା'କୁ ମାରି ଟାଙ୍ଗି ଦେଲେ । ଯେତେ ଡାକିଲେ ବି ମାଆ ଶୁଣୁନାହାନ୍ତି । ଉତ୍ତରପ୍ରଦେଶ ଗାଜିଆବାଦ ମୋରଦାବାଦରେ ଘଟିଛି କିଛି ଏପରି ଛାତିଥରା ଘଟଣା । ଜଣେ  ସ୍ବାମୀ ତାର ସ୍ତ୍ରୀ ହତ୍ୟା କରି ଟାଙ୍ଗି ଦେବା ପରେ ତାଙ୍କର ୪ ବର୍ଷର ଝିଅ ଫୋନ୍ କରି ଜେଜେମାଆଙ୍କୁ ଘଟଣା ବାବଦରେ କହିଛି । ଘଟଣା ସାମ୍ନାକୁ ଆସିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି । ପୋଲିସ ଅଭିଯୁକ୍ତ ସ୍ବାମୀକୁ ହେପାଜତକୁ ନେଇଛି ।

୩୫ ବର୍ଷୀୟା ମୃତକ ରୁବି ରାଣୀ ଏକ ପ୍ରାଥମିକ ସ୍କୁର ଶିକ୍ଷୟତ୍ରୀ ଥିଲେ । ତାଙ୍କ ସ୍ବାମୀ ରୋହିତ କୁମାର ଜଣେ ସଫ୍ଟୱେର ଇଞ୍ଜିନିୟର । ୨୦୧୯ରେ ରୁବି ଓ ରୋହିତ ବିବାହ କରିଥିଲେ । ଦୁହିଁଙ୍କର ଗୋଟିଏ ୪ ବର୍ଷର କନ୍ୟା ସନ୍ତାନ ରହିଛି । ମୋରଦାବାଦ ବୁଦ୍ଧି ବିହାର କୋଲେନୀରେ ଏକ ଭଡା ଘରେ ରହୁଥିଲେ । ତାଙ୍କ ପ୍ରକୃତ ଘର ଗାଜିଆବାଦର ମୁରାଦନଗରେ । ବିବାହର କିଛି ବର୍ଷ ଦୁହିଁଙ୍କର ସମ୍ପର୍କ ଠିକଠାକ୍ ଚାଲିଥିଲା । ହେଲେ କିଛି ବର୍ଷରେ ସମ୍ପର୍କରେ ଆସିଥିଲା ତିକ୍ତତା । ସେ ଘରୁ କାମ କରୁଥିଲେ । ରୋହିତଙ୍କର ମୋଦିନଗରରେ ଏକ ଘର ଥିଲା ଯାହାକୁ ସେ ବିକ୍ରି କରିବାକୁ ଚାହୁଁଥିଲେ । ଏହା ସହିତ ରୁବିଙ୍କୁ ତାଙ୍କ ଘରୁ ଟଙ୍କା ଆଣିବାକୁ ଚାପ ପକାଉଥିଲେ ଯାହାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡା ଲାଗୁଥିଲା ।

ଏହା ବି ପଢନ୍ତୁ...ମା'କୁ ହରାଇ ଭାଙ୍ଗି ପଡିଥିଲେ; ମୃତଦେହ ସହ ୧୦ ଦିନ ରହିଲେ ଦୁଇଝିଅ

ମୃତକ ରୁବି ରାଣୀଙ୍କ ବାପଘର ଲୋକ କହିବା ଅନୁସାରେ, ବୁଧବାର ସନ୍ଧ୍ୟାରେ ୪ ବର୍ଷର ନାତୁଣି ଔଜସ୍ବୀ ତାଙ୍କ ଫୋନ୍ କରିଥିଲା । ସେ କହିଲା କି ମାଆକୁ ବାପା ଟାଙ୍ଗି ଦେଲେ । ଫୋନରେ ରୁବିର ମୃତଦେହ ଝୁଲୁଥିବା ଦେଖି ଆମ ହୋସ୍ ଉଡିଯାଇଥିଲା । ଏହାପରେ ରୁବିଙ୍କ ମାଆ ପୋଲିସକୁ ଘଟଣା ବାବଦରେ ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ  କରିଛି । ଅଭିଯୁକ୍ତ ସ୍ବାମୀକୁ ହେପାଜତରେ ନେଇ ପଚରାଉଚରା କରୁଛି ପୋଲିସ ।

ଘଟଣାର ପ୍ରାଥମିକ ତଦନ୍ତ ନେଇ ସିଟି ଏସପି, ରଣବିଜୟ ସିଂହ କହିଛନ୍ତି, ପୋଲିସ ଓ ଫରେନ୍ସିକ ଟିମ୍ ଯାଞ୍ଚ କରୁଛନ୍ତି । ଅଭିଯୋଗ ଆଧାରରେ ମାମଲା ରୁଜ୍ଜୁ ହୋଇଛି । ରୋହିତଙ୍କୁ ହେପାଜତକୁ ପଚରାଉଚରା କରାଯାଉଛି । ପୋଷ୍ଟମର୍ଟମ ରିପୋର୍ଟରେ ଯାହା ତଥ୍ୟ ଆସିବ ତାକୁ ଆଧାର କରି ତଦନ୍ତ କରାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.