ପ୍ରମୂଖ ଖବର
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ମା'କୁ ହରାଇ ଭାଙ୍ଗି ପଡିଥିଲେ; ମୃତଦେହ ସହ ୧୦ ଦିନ ରହିଲେ ଦୁଇଝିଅ

Published By : Ankita S | February 2, 2025 11:37 AM

ହାଇଦ୍ରାବାଦ,୦୨/୦୨: ମା'ର ମୃତଦେହ ସହ ଦିନ କାଟିଲେ ଝିଅ । ଦିନେ କି ଦୁଇ ଦିନ ନୁହେଁ ୧୦ ଦିନ ଧରି ମା'ର ଗଳିତ ମୃତଦେହ ସହିତ ରହିଛନ୍ତି ଦୁଇ ଝିଅ । ଏପରି ଏକ ଆଶ୍ଚର୍ଯ୍ୟ କରିବା ପରି ଘଟଣା ହାଇଦ୍ରାବାଦର ୱାରାସିଗୁଡା ଅଞ୍ଚଳରେ ଘଟିଛି । ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ପୋଲିସ ମୃତଦେହକୁ ଉଦ୍ଧାର କରିଥିବା ଜଣାପଡିଛି ।

୪୫ ବର୍ଷୀୟ ସି.ଲଲିଥା । କୌଣସି କାରଣରୁ ଗତ ଜାନୁଆରୀ ୨୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ଦୁଇ ଝିଅ ରହିଛନ୍ତି । ସେମାନେ ତାଙ୍କ ମା'ଙ୍କ ମୃତ୍ୟୁକୁ ସହି ପାରି ନଥିଲା । ଦୁଃଖରେ ଭାଙ୍ଗି ପଡିଥିଲେ । ମାଆଙ୍କୁ ପାଖରୁ ଛାଡିବାକୁ ନାରାଜ ଥିଲେ । ସି.ଲଲିଥାଙ୍କର ମୃତ୍ୟୁ ପରେ ବି ସେମାନେ ବିଶ୍ବାସ କରିପାରିନଥିଲେ ।  ଦୁଃଖରେ ଭାଙ୍ଗିପଡି ମା'ର ମୃତଦେହ ପାଖରେ ରହିଥିଲେ । ଦିନେ କି ଦୁଇ ଦିନ ନୁହେଁ ୧୦ ଦିନ ମା'ର ମୃତଦେହକୁ ଘରେ ରଖିଥିଲେ । ବିନା ଖାଦ୍ୟରେ କେବେଳ ପାଣି ପିଇ ମା' ମୃତଦେହ ପାଖରେ ରହିଥିଲେ ସି. ଲଲିଥାଙ୍କ ୨୨ ଓ ୨୫ ବର୍ଷୀୟା ଦୁଇ ଝିଅ । ଦୁର୍ଗନ୍ଧ ହେବାକୁ ପଡୋଶୀ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିବା ଜଣାପଡିଛି ।

ଏହା ବି ପଢନ୍ତୁ...ଚାଞ୍ଚଲ୍ୟ; ସଇତାନ ପାଲଟିଲା ସ୍ବାମୀ, ସ୍ତ୍ରୀକୁ ମାରି ପ୍ରେସରକୁକରରେ ସିଝେଇଲା

ସି.ଲଲିଥାଙ୍କ ଦୁଇ ଝିଅଙ୍କ ନାମ ସି ରାବାଲି ଓ ସି ୟଶୱିଥା । ସେମାନେ ୱାରାସିଗୁଡା ଅଞ୍ଚଳରେ ଭଡା ଘରେ ରହୁଥିଲେ । ୧୦ଦିନ ହେବ ସେମାନେ ଘରୁ ବାହାରକୁ ବାହାରି ନଥିଲେ । ଉକ୍ତ ଘରୁ ଦୁର୍ଗନ୍ଧ ଆସିବାରୁ ପଡୋଶୀ ପୋଲିସକୁ ଖବର ଦେଇଥିଲେ । ଘଟଣାଟି ସମସ୍ତଙ୍କୁ ଚକିତ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.