ବ୍ରହ୍ମପୁର,୮।୯ : ବ୍ରହ୍ମପୁରରେ ଚାଞ୍ଚଲ୍ୟ ଗାଈ ପେଟରୁ ବାହାରିଲା ପାଖାପାଖି ୪୦ କିଲୋ ପଲିଥିନ । ବ୍ରହ୍ମପୁର ପ୍ରାଣୀ ଚିକିତ୍ସାଳୟରେ  ଗାଈ ପେଟ ଅପରେସନ  କରି ଏହି ପଲିଥିନ ବାହାର କରାଯାଇଛି।

ରବିବାରନ୍ଧ୍ୟାରେ ଗୋଟିଏ ଗାଈ ଅସୁସ୍ଥ ହୋଇ ପଡିଥିଲା।  ଖବର  ପାଇ ପ୍ରାଣୀ ଚିକିତ୍ସାଳୟ ଆମ୍ବୁଲାନ୍ସ ପହଞ୍ଚି ଗାଈକୁ ପ୍ରାଣୀ ଚିକିତ୍ସାଳୟକୁ ଆଣିଥିଲେ ଗାଈକୁ ଜ୍ବର ଥିବାରୁ ଔଷଧ ଦେଇ ସୁସ୍ଥ କରାଯାଇଥିଲା।  ସୋମବାର ଗାଈର ପେଟରେ ଅପରେସନ କରାଯାଇଥିଲା।  ଅପରସେନ ବେଳେ ପାଖାପାଖି ୪୦ କିଲୋ ପଲିଥିନ ପେଟରୁ ବାହାରିଥିଲା ଗାଈ ଏବେ ସୁସ୍ଥ ଥିବା ପ୍ରାଣୀ ଚିକିତ୍ସାଳୟ ଡାକ୍ତର ସତ୍ୟ ନାରାୟଣ କର କହିଛନ୍ତି।