ଭୁବନେଶ୍ୱର,୧୭।୧୧: କମିଶନରେଟ ପୁଲିସର ସ୍ପେସିଆଲ କ୍ରାଇମ ୟୁନିଟ (ଏସସିୟୁ) ଜଣେ ବ୍ରାଉନସୁଗର ବେପାରୀକୁ ଗିରଫ କରିଛି । ତା‘ ନିକଟରୁ ୪୦୦ ଗ୍ରାମ ବ୍ରାଉନସୁଗାର ଜବତ କରିଛନ୍ତି।  ଗିରଫ ଅଭିଯୁକ୍ତ ଜଣକ ହେଲେ ବାଲେଶ୍ୱର ଅଞ୍ଚଳର ସେକ ଆକବର । ତାଙ୍କୁ ଭୁବନେଶ୍ବର ଶ୍ରୀଲିଙ୍ଗରାଜ ଷ୍ଟେସନରୁ ଏସସିୟୁ ୟୁନିଟ କାବୁ କରିଛି ।

ସେ ବାଲେଶ୍ୱର ସହଦେଵଖୁଣ୍ଟା ଅଞ୍ଚଳରେ ନିଶା ବେପାର କରୁଥିଲା। ଚଢାଉ ବେଳେ ତା ନିକଟରୁ ୪୦୦ ଗ୍ରାମର ବ୍ରାଉନସୁଗର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ।  ସିଣ୍ଡିକେଟର ମାଷ୍ଟର ମାଇଣ୍ଡ ସେକ ସଦିକ ଜଣେ ଆନ୍ତରାଜ୍ୟ ନିଶା ମାଫିଆ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସେ ବାଲେଶ୍ୱର ଜଳେଶ୍ୱର ଧଳାଜହର ହବରୁ ନିଶା ଆଣି ଅନ୍ୟ ସହରକୁ ଚାଲାଣ କରେ ।