ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମୋତିଗାଁରେ ୪୦ତମ ଶାରଦୀୟ ଦୁର୍ଗାପୂଜା ଆରମ୍ଭ, ୯ ଦିନ ପୂଜା ପାଇବେ ମା’

Published By : Gurupada Nath | October 4, 2024 6:55 PM

ଚନ୍ଦାହାଣ୍ଡି,୪/୧୦ : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଗମ୍ବାରୀଗୁଡା ପଞ୍ଚାୟତ ଅଧିନ ମୋତିଗାଁ ଗ୍ରାମରେ ୪୦ତମ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଯାଇଛି l ଗତ ଗୁରୁବାର ସନ୍ଧ୍ୟା ୫ଟା ସମୟରେ କଳସ ଯାତ୍ରା ଅନୁଷ୍ଠିତ ହେବା ସହ ୯ଜଣ ନବ କନ୍ୟାଙ୍କ ମୁଣ୍ଡରେ କଳସ ବହନ କରାଯାଇଥିଲା । ପରେ ପାରମ୍ପରିକ ବାଦ୍ୟ ବାଜଣା ସହ ଭଣ୍ଡାର ନଦୀରୁ ପାଣି ଆଣି ସୁଭ କଳସ ସ୍ଥାପନ କରାଯାଇଥିଲା । ଏହାପରେ ବରିଷ୍ଠ ପୁରୋହିତ ରାଜେନ୍ଦ୍ର ପଣ୍ଡାଙ୍କ ମନ୍ତ୍ର ଉଚ୍ଚା ରଣ ସହ ରାତି ୧୨ଟା ସମୟରେ ମା’ଙ୍କୁ ଚକ୍ଷୁ ଦାନ କରାଯାଇଥିଲା l  

Durga Puja 2024: Get all updated News, Videos and Photos of Durga Puja

ଶୁକ୍ରବାର ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମା’ ଦଶ ଭୂଜା l ଚଳିତ ବର୍ଷ ପୂଜା କମିଟିର ସଭାପତି ଭାବେ ସମାଜସେବୀ, ମହେଶ୍ୱର ଟୋଲଟିଆ କାର୍ଯ୍ୟ ସମ୍ପାଦନା କରୁଥିବାବେଳେ ସମ୍ପାଦକ ଚରଣ ସିଂ ବେଶ୍ରା, କୋଷାଧ୍ୟକ୍ଷ, ନରେଶ୍ୱର ବେଶ୍ରା, ଉପଦେଷ୍ଟା ଭାବେ, ନୀଳାମ୍ବର ବାଘ, ଭୁବନେଶ୍ୱର ବେଶ୍ରା, ଉତ୍ତମ ଲାଳ ତ୍ରିପାଠୀ, ମନୋଜ ତ୍ରିପାଠୀ ଉପଦେଷ୍ଟା ଭାବେ ରହିଥିଲେ । ଚଳିତ ବର୍ଷ କର୍ତ୍ତା ଭାବରେ ଗ୍ରାମର ନଟବର ନାୟକ  ଏବଂ ତାଙ୍କର ଧର୍ମପତ୍ନୀ କିୟା ଦେଇ ନାୟକ ରହିଛନ୍ତି l  

Read More: ପାର୍ବଣ ପାଇଁ ପ୍ରସ୍ତୁତ ଭାରତୀୟ ରେଳ, ୨୦୨୩ ଅପେକ୍ଷା ଏଥର ଗଡ଼ିବ ଅଧିକ ସ୍ବତନ୍ତ୍ର ଟ୍ରେନ୍‌

ଏଠାରେ ୯ଦିନ ପର୍ଯ୍ୟନ୍ତ ପୂଜା ପାଇବେ ମା’ ବୋଲି କମିଟିର ସଭାପତି ମହେଶ୍ୱର ଟୋଲଟିଆ ପ୍ରକାଶ କରିଛନ୍ତି l  ଲୋକଙ୍କ ମନୋରଞ୍ଜନ ପାଇଁ ପ୍ରତିଦିନ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ନାଟକ, ରେକର୍ଡ଼ ଡ୍ୟାନ୍ସ, ପରି ପ୍ରତିଯୋଗିତା ରଖାଯାଇଛି ବୋଲି ସେ ସୂଚନା ଦେଇଛନ୍ତି l ଗୋଟିଏ ପଟେ ମା’ଙ୍କ ପୂଜା ମଣ୍ଡପ ସମ୍ମୁଖରେ ଗାଁର ଜଣେ ବ୍ୟକ୍ତି   ଦେଶୀ ଜରି ମଦ, ସହ କୁକୁଡ଼ା କଟାକୁ ନେଇ ଭକ୍ତ ଏବଂ ମା’ଙ୍କ ନବରାତ୍ରି ପାଳନ କରୁଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ୍ଟ ଦେଖା ଦେଇଛି l ମାଁଙ୍କ ପୂଜା ସମ୍ମୁଖରେ ଏତାଦୃ ମଦ ମାଂସ ବିକ୍ରି ହିନ୍ଦୁ ଧର୍ମ ପାଇଁ ଏକ ଅପମାନ ବୋଲି ଏଠାରେ ଚର୍ଚ୍ଚା ଜୋର ଧରିଛି l ଏ ଦିଗରେ ଅବକାରୀ ବିଭାଗକୁ ତୁରନ୍ତ ଦୃଷ୍ଟି ଦେବାକୁ ଦାବି କରାଯାଇଛି l ଏ ସମ୍ପର୍କରେ ଉମରକୋଟ ଅବକାରୀ ନିରୀକ୍ଷକ ରଞ୍ଜିତା ବାରିକଙ୍କୁ ପଚାରିବାରୁ ତୁରନ୍ତ ରେଡ ମାରି ମଦ ବିକ୍ରି ବନ୍ଦ ପାଇଁ ପଦକ୍ଷେପ ନେବେ ବୋଲି ସେ ପ୍ରକାଶ କରିଛନ୍ତି l ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ କମିଟି ଏବଂ ଗ୍ରାମବାସୀ ଦାବି କରିଛନ୍ତି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.