ପ୍ରମୂଖ ଖବର
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଜିଆଇ ଟ୍ୟାଗ୍‌ର ଲାଭ ପାଇବେ ତାରକସି କାରିଗର, ବିକ୍ରେତା: ପ୍ରମାଣପତ୍ର ପାଇଁ ୪୨ ଜଣଙ୍କ ଆବେଦନ

Published By : Prameya | January 18, 2025 11:25 AM

କଟକ,୧୮/୦୧: କଟକ ରୁପା ତାରକସିକୁ ଜିଆଇ ମାନ୍ୟତା ମିଳିବା ପରେ  କାରିଗର, ବିକ୍ରେତା ଏବଂ ଉତ୍ପାଦକ ଗୋଷ୍ଠୀ  କ’ଣ ଲାଭ ପାଇବେ ତାକୁ ନେଇ ଗତ କିଛି  ମାସ ଧରି ଚର୍ଚ୍ଚା ଲାଗି ରହିଥିଲା । ଏବେ ଏ ଚିତ୍ର ଏକପ୍ରକାର ସ୍ପଷ୍ଟ ହୋଇଛି । ରୁପା ତାରକସି ସହ ଜଡ଼ିତ ଥିବା କାରିଗରମାନେ ଏଣିକି ବ୍ୟକ୍ତିଗତ ଭାବେ ଜିଆଇ ମାନ୍ୟତାର ଲାଭ ପାଇପାରିବେ । କାରିଗର, ବିକେତ୍ରା ଓ  ଉତ୍ପାଦନକାରୀ ଗୋଷ୍ଠୀଙ୍କୁ ଜିଆଇ ପ୍ରମାଣପତ୍ର  ଦିଆଯିବ । ଏନେଇ ମଧ୍ୟମ, କ୍ଷୁଦ୍ର, ଅଣୁ  ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ବିଭାଗ ତରଫରୁ  ଉଦ୍ୟମ ଆରମ୍ଭ ହୋଇଛି । ସେହିକ୍ରମରେ ଶୁକ୍ରବାର କଟକର ୪୨ଜଣ କାରିଗର, ବିକ୍ରେତା ଜିଆଇ ପ୍ରମାଣପତ୍ର ପାଇଁ ଆବେଦନ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରଥମଥର କୌଣସି  ଜିଆଇ ମାନ୍ୟତାପ୍ରାପ୍ତ ଦ୍ରବ୍ୟର ଲାଭ ତୃଣମୂଳ ସ୍ତରରେ କାରିଗରଙ୍କୁ ସିଧାସଳଖ ପ୍ରମାଣପତ୍ର  ଆଧାରରେ ମିଳିବାକୁ ଯାଉଛି । ଯାହାଫଳରେ  କଟକର ଅସଲି ରୁପା ତାରକସିର ଆଦୃତି ଆହୁରି ବଢ଼ିବ ବୋଲି ଆଶା କରାଯାଉଛି । 

ଏମ୍‌ଏସ୍‌ଏମ୍‌ଇ ବିଭାଗ ତରଫରୁ ଆଜି  ‘ଜିଆଇ ଅଥରାଇଜ୍‌ଡ୍‌ ୟୁଜର୍ସ ଡ୍ରାଇଭ୍‌’  ଆୟୋଜନ କରାଯାଇଥିଲା । ଏଥିରେ ରୁପା  ତାରକସି ସହ ଜଡ଼ିତ ଥିବା କାରିଗର,  ବିକ୍ରେତା, ଉତ୍ପାଦନକାରୀ ଅଂଶଗ୍ରହଣ  କରିଥିଲେ । ଆଧାରକାର୍ଡ, ଉଦ୍ୟମ ପ୍ରମାଣପତ୍ର,  ସ୍କିଲ୍‌ ଇଣ୍ଡିଆ ପ୍ରମାଣପତ୍ର, କାରିଗର କାର୍ଡ  ଆଦି ଦାଖଲ କରିବା ପରେ ସେମାନଙ୍କ ନାମ  ପଞ୍ଜିକରଣ କରାଯାଇଛି । 

ସୂଚନା ଥାଉ କି,  ଜିଆଇ ମାନ୍ୟତାର ପ୍ରକ୍ରିୟା ଅନୁସାରେ ରାଜ୍ୟ  ସରକାରଙ୍କ ହସ୍ତତନ୍ତ ୟୁନିଟ୍‌ ‘ଉତ୍କଳିକା’  ଆବେଦନକାରୀ ଭାବେ କଟକ ରୁପା  ତାରକସିର ଜିଆଇ ଟ୍ୟାଗ୍‌ ହାସଲ କରିଛି।  ଏବେ କାରିଗର, ବିକ୍ରେତାମାନେ ଜିଆଇର  ‘ପାର୍ଟ-ବି ସାର୍ଟିଫିକେଟ୍‌’ ପାଇଁ ଆବେଦନ  କରୁଛନ୍ତି । ଏଥିଲାଗି ଉତ୍କଳିକା ତରଫରୁ  ମଧ୍ୟ ଏନ୍‌ଓସି (ଆପତ୍ତିବିହୀନ ପ୍ରମାଣପତ୍ର)  ପ୍ରଦାନ କରାଯିବ । ଏନ୍‌ଓସି ପ୍ରକ୍ରିୟା ଶେଷ  ହେଲେ ବ୍ୟକ୍ତିଗତ ପ୍ରମାଣପତ୍ର ଅର୍ଥାତ୍‌  ଜିଆଇ ଅଥରାଇଜ୍‌ଡ୍‌ ୟୁଜର୍ସ ପ୍ରମାଣପତ୍ର  ପାଇବାକୁ କାରିଗର, ବିକ୍ରେତା ଗୋଷ୍ଠୀଙ୍କୁ ପ୍ରାୟ  ୪ମାସ ସମୟ ଲାଗିବ ବୋଲି କୁହାଯାଉଛି । 

ପ୍ରଥମଥର ପାଇଁ କୌଣସି ଜିଆଇ  ମାନ୍ୟତାପ୍ରାପ୍ତ ଦ୍ରବ୍ୟର ତୃଣମୂଳ ସ୍ତରରେ  ଲାଭ ଦେବାକୁ ଏଭଳି ଅଭିଯାନ ଆରମ୍ଭ  ହୋଇଛି । ଜିଆଇ ୟୁଜର୍ସ ପ୍ରମାଣପତ୍ର ପାଇଲେ  କାରିଗରମାନେ ଜାତୀୟ, ଅନ୍ତର୍ଜାତୀୟ ସ୍ତରର  ପ୍ରଦର୍ଶନୀରେ ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ  ଓ ପ୍ରୋତ୍ସାହନ ପାଇବେ । ରୁପା ତାରକସି ନାଁରେ  ଓଡ଼ିଶା ବଜାରରେ ପ୍ରବେଶ କରିଥିବା ନକଲି  ରୁପାକସି ବିଶେଷ କରି କଲିକତା ଫ୍ୟାନ୍ସି  ରୁପା ଦ୍ରବ୍ୟ ଉପରେ ରୋକ୍‌ ଲାଗିପାରିବ । ପର୍ଯ୍ୟଟକମାନେ ୟୁଜର୍ସ ପ୍ରମାଣପତ୍ରଧାରୀଙ୍କ  ସମ୍ପର୍କରେ ଜାଣି ସେମାନଙ୍କଠାରୁ ଅସଲି  ସାମଗ୍ରୀ କିଣିବାକୁ ସୁଯୋଗ ପାଇବେ । କେବଳ ସେତିକି ନୁହେଁ, କାରିଗରମାନେ  ସେମାନଙ୍କ ଉତ୍ପାଦ ବା ସାମଗ୍ରୀରେ ଜିଆଇ  ଟ୍ୟାଗ୍‌ଲାଇନ୍‌ (ଅତୁଲ୍ୟ ଭାରତର ଅମୂଲ୍ୟ  ନିଧି) ଏବଂ ଲୋଗୋ ବ୍ୟବହାର କରିପାରିବେ ।  

ଜିଆଇ ବିଶେଷଜ୍ଞ ଡକ୍ଟର ଅନୀତା ସାବତ  ଆଜି କାରିଗରମାନଙ୍କୁ ଜିଆଇ ମାନ୍ୟତା  ସାର୍ଟିଫିକେଟ୍‌ର ସୁବିଧା ସମ୍ପର୍କରେ ବିସ୍ତୃତ  ଭାବେ ବୁଝାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ  ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଟରପ୍ରିନ୍ୟୁୟର୍‌ସିପ୍‌  ଡେଭେଲପ୍‌ମେଣ୍ଟ୍‌(ଆଇଇଡି)ର ପି.ପ୍ରଭାକର  ରାଓ, ହସ୍ତଶିଳ୍ପ ବିଭାଗର ସହକାରୀ ନିର୍ଦ୍ଦେଶକ  ଜ୍ୟୋତିରଞ୍ଜନ ଜେନା, ଡିଆଇସିର ପରିଚାଳନା  ନିର୍ଦ୍ଦେଶକ ତୁରଣକାନ୍ତି ମହାନ୍ତି, ଜିଆଇ  ବିଶେଷଜ୍ଞ ଡକ୍ଟର ଏସ୍‌.କେ. କର, ଡକ୍ଟର  ପୟୋଧର ପାଢୀ ପ୍ରମୁଖ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.