ନୂଆଦିଲ୍ଲୀ,୧୭/୧୧; ସାଉଦି ଆରବ ମଦିନା ନିକଟରେ ଭୀଷଣ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ୪୨ ଭାରତୀୟ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମଦିନା ନିକଟରେ ଡିଜେଲ୍ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ପରେ ହୁତୁ ହୁତୁ ହୋଇ ଜଳିଗଲା ବସ୍ । ଏଥିରେ ୪୨ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି । ସମସ୍ତେ ଭାରତୀୟ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରୁ ଅଧିକାଂଶ ହାଇଦ୍ରାବାଦର ହୋଇଥିବା ଜଣାପଡିଛି । ମକ୍କାରୁ ବସ୍ଟି ମଦିନା ଅଭିମୁଖେ ଯାଉଥିବାବେଳେ ବଡ଼ ଅଘଟଣ ଘଟିଛି । ଦୁର୍ଘଟଣା ପରେ ରିୟାଧାରେ ଥିବା ଭାରତୀୟ ଦୂତାବାସ ସହ ଯୋଗାଯୋଗ କରାଯାଇଥିବା ତେଲେଙ୍ଗାନା ସରକାର ପକ୍ଷରୁ ସୂଚନା ମିଳିଛି ।
ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ଟ୍ୟାଙ୍କ ଓ ବସ୍ ମଧ୍ୟରେ ଧକ୍କା ଏତେ ଭୟଙ୍କର ଥିଲା ଯେ, ବସଟି ଜଳିଯାଇଥିଲା । ଜୀବନ୍ତ ଜଳିଯାଇଛନ୍ତି ୪୨ ଯାତ୍ରୀ । ଅନେକ ଆହତ ହୋଇଛନ୍ତି । ଅଧିକାଂଶ ଯାତ୍ରୀ ହାଇଦ୍ରାବାଦର ହୋଇଥିବା ଜଣାପଡିଛି । ବସ୍ରେ ପ୍ରାୟ ୨୦ ମହିଳା ଓ ୧୧ ଶିଶୁ ଥିବା କୁହାଯାଉଛି । ତୀର୍ଥଯାତ୍ରୀମାନେ ଉମରା କରିବାକୁ ଯାଉଥିଲା । ମକ୍କାରୁ ମଦିନା ଯାତ୍ରା କରୁଥିବାବେଳେ ଦୁର୍ଘଟଣା ଘଟିଛି । ସ୍ଥାନୀୟ ପ୍ରଶାସନ ଓ ଜରୁରୀକାଳୀନ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟରେ ଲାଗିଥିଲେ । ଅଘଟଣକୁ ନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ଘଟଣା ବିଷୟରେ ସବିଶେଷ ତଥ୍ୟ ନେବାକୁ ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଘଟଣାକୁ ନେଇ ଜେଦ୍ଦାରେ ଥିବା ଭାରତୀୟ କନସୁଲେଟ୍ ଜେନେରାଲ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିଛନ୍ତି । ସମ୍ପର୍କୀୟଙ୍କ ଯୋଗାଯୋଗ ପାଇଁ ୮୦୦୨୪୪୪୦୦୦୩ ଟୋଲ୍ ଫ୍ରି ନମ୍ବର ଜାରି କରିଛନ୍ତି ।
ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । ଏକ୍ସରେ ସେ ଲେଖିଛନ୍ତି, "ସାଉଦି ଆରବର ମଦିନାରେ ଭାରତୀୟ ନାଗରିକଙ୍କ ସହିତ ଘଟିଥିବା ଦୁର୍ଘଟଣାରେ ଗଭୀର ଭାବରେ ମର୍ମାହତ। ରିୟାଦରେ ଆମର ଦୂତାବାସ ଏବଂ ଜେଦ୍ଦାରେ ଥିବା କନସୁଲେଟ୍ ଏହି ଦୁର୍ଘଟଣାରେ ପ୍ରଭାବିତ ଭାରତୀୟ ନାଗରିକ ଏବଂ ପରିବାରକୁ ପୂର୍ଣ୍ଣ ସମର୍ଥନ ପ୍ରଦାନ କରୁଛନ୍ତି । ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା । ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।''
EAM Dr S Jaishankar tweets, "Deeply shocked at the accident involving Indian nationals in Medinah, Saudi Arabia. Our Embassy in Riyadh and Consulate in Jeddah are giving the fullest support to Indian nationals and families affected by this accident. Sincere condolences to the… pic.twitter.com/mEJ3OMKLOs
— ANI (@ANI) November 17, 2025