ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

କେମିତି ଚାଲିବ ମେଡିକାଲ ଶିକ୍ଷାଦାନ ? ୧୪ ମେଡିକାଲ କଲେଜରେ ଖାଲିପଡିଛି ୪୩୬ ଶୈକ୍ଷିକ ପଦବୀ...

Published By : Ladu Kishor | March 24, 2025 11:20 PM

ଭୁବନେଶ୍ୱର,୨୪/୩ : ଦୟନୀୟ ଅବସ୍ଥାରେ ସରକାରୀ ମେଡିକାଲ କଲେଜ ହସ୍ପିଟାଲ । ରାଜ୍ୟର ମୋଟ ୧୫ଟି ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ଖାଲିପଡିଛି ମୋଟ ୪୩୬ ଶୈକ୍ଷିକ ପଦବୀ ଖାଲିପଡିଛି । ସେଥିମଧ୍ୟରେ ରେଗୁଲାର ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଓ ଆଶିଷ୍ଟାଣ୍ଟ ପ୍ରଫେସର ରହିଛନ୍ତି । ସୋମବାର  ଏନେଇ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ।

ତଥ୍ୟ ଅନୁସାରେ, ଏବେ ରାଜ୍ୟରେ କୋରାପୁଟ, ବାରିପଦା, ବଲାଙ୍ଗିର, ବାଲେଶ୍ୱର, ପୁରୀ, ସୁନ୍ଦରଗଡ, କେନ୍ଦୁଝର, ଭୁବନେଶ୍ୱର, କଳାହାଣ୍ଡି, ଯାଜପୁର, କଟକ, ବ୍ରହ୍ମପୁର, ସମ୍ବଲପୁର ବୁର୍ଲା, ଫୁଲବାଣୀ ଓ ତାଳଚେରରେ ମୋଟ ୧୫ଟି ମେଡିକାଲ କଲେଜ ରହିଛି । ଏହି ମେଡିକାଲ କଲେଜରେ ମୋଟ ପ୍ରଫେସର ପଦବୀ ସଂଖ୍ୟା ୩୯୦, ଆସୋସିଏଟ ପ୍ରଫେସର ପଦବୀ ସଂଖ୍ୟା ୫୯୧ ଓ ଆଶିଷ୍ଟାଣ୍ଟ ପ୍ରଫେସର ପଦବୀ ସଂଖ୍ୟା ୧୦୯୦ ରହିଛି । ସେଥିମଧ୍ୟରୁ ୧୦୧ ପ୍ରଫେସର, ୨୧୭ ଆସୋସିଏଟ୍‌ ପ୍ରଫେସର ଓ ୧୧୮ଟି ଆଶିଷ୍ଟାଣ୍ଟ ପ୍ରଫେସର ପଦବୀ ଖାଲିପଡିଛି । ସେହିପରି ଏହି ୧୫ଟି ମେଡିକାଲ କଲେଜ ହସ୍ପିଟାଲରେ ୭୮୪ଟି ସିନିଅର ରେସିଣ୍ଡେଣ୍ଟ ପଦବୀ ଖାଲିଥିବା ବେଳେ ସେଥିମଧ୍ୟରୁ ୪୭୪ ପଦବୀ ଖାଲିପଡିଛି । ୪୨୪ ଟିଉଟରଙ୍କ ମଧ୍ୟରୁ  ୬୩ ପଦବୀ ଓ ୨୭୨ ଜୁନିଅର ରେସିଣ୍ଡେଣ୍ଟଙ୍କ ମଧ୍ୟରୁ ୮୧ଟି ପଦବୀ ଖାଲିପଡିଛି । 

 ଏବେ ଓଡିଶାରେ ମୋଟ ୬୨୩ଟି ନର୍ସଂ କଲେଜ ଓ ନର୍ସିଂ ତାଲିମ ଅନୁଷ୍ଠାନ  ଅଛି । ଏସବୁଥିରେ ମୋଟ ସିଟ୍‌ ସଂଖ୍ୟା ହେଉଛି ୫୫ହଜାର ୫୧୩ । ସେଥିମଧ୍ୟରୁ ୩୦ଗୋଟି ସରକାରୀ ଓ ୫୯୩ଟି ବେସରକାରୀ ନର୍ସିଂ କଲେଜ ଓ ନର୍ସଂ ତାଲିମ ଅନୁଷ୍ଠାନ ରହିଛି । ଗତ ୨୦୨୪-୨୫ ବର୍ଷରେ ୩୧ହଜାର ୧୯୬ଜଣ ଛାତ୍ରଛାତ୍ରୀ ନର୍ସିଂ ପାଇଁ ନାମ ଲେଖାଇଥିଲେ । ସେହିପରି ସରକାରଙ୍କ ଦ୍ୱାରା ୨୦୨୧ ମସିହାରେ ୫୬୯୫ ଓ ୨୦୨୩ରେ ୩୭୩୨ଜଣ ନର୍ସିଂ ଅଫିସର ନିଯୁକ୍ତି ପାଇଛନ୍ତି । ଏହାବାଦ୍‌ ୨୦୨୫ରେ ୨୭୫୩ଜଣ ବହୁମୁଖୀ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ୨୦୨୪-୨୫ରେ ରାଜ୍ୟରେ ୧୫୪ଟି ନୂତନ ବେସରକାରୀ ନର୍ସିଂ କଲେଜ ଖୋଲିବା ପାଇଁ ସରକାର ଅନୁମତି ପ୍ରଦାନ କରିଥିବା ବେଳେ ୨୦୨୫-୨୬ରେ ୩୨୭ଟି  ବେସରକାରୀ ନର୍ସିଂ କଲେଜ ଖୋଲିବା ପାଇଁ ଆବେଦନ ପ୍ରାପ୍ତ ହୋଇଛି । ବିଧାୟକ ଅରୁଣ କୁମାର ସାହୁ ଓ ପଦ୍ମ ଲୋଚନ ପଣ୍ଡାଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ମନ୍ତ୍ରୀ ଡ. ମହାଲିଙ୍ଗ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.