ପ୍ରମୂଖ ଖବର
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଦ୍ୱୈତନଗରୀ ଛାଡ଼ୁନାହାନ୍ତି ୪୫ ଇନ୍ସପେକ୍ଟର, ୩ ବର୍ଷରୁ ଅଧିକ ଗାଦି ମାଡ଼ି ବସିଛନ୍ତି

Published By : Prameya | March 12, 2025 10:56 AM

ଭୁବନେଶ୍ୱର ୧୨/୦୩: କମିଶନରେଟ୍‌  ପୁଲିସ୍‌ କଟକ-ଭୁବନେଶ୍ୱର ରହିବାର ମୋହ  ଛାଡ଼ି ନାହିଁ ୪୫ରୁ ଅଧିକ ଇନ୍ସପେକ୍ଟରଙ୍କୁ । ସରକାରୀ ତଥ୍ୟ ଅନୁସାରେ ଗତ ୩ ବର୍ଷରୁ  ଅଧିକ ଏହି ଇନ୍ସପେକ୍ଟରମାନେ କଟକରୁ  ଭୁବନେଶ୍ୱର ଆଉ ଭୁବନେଶ୍ୱରକୁ  କଟକ ହେଉଛନ୍ତି । କିଛି ଏସ୍‌ଆଇ ହୋଇ କମିଶନରେଟ୍‌ ପୁଲିସ୍‌କୁ ଆସିଥିଲେ । ଏବେ ଡିଏସ୍‌ପି ହେବକୁ ଯାଉଛନ୍ତି । ସେମାନେ ମଧ୍ୟ  କମିଶନରେଟ୍‌ ପୁଲିସ୍‌ ଛାଡ଼ିନାହାନ୍ତି ।  

ତାଲିକାରେ ଅଛନ୍ତି, ଇନ୍ସପେକ୍ଟର ନୀନା, ବଡ଼ଗଡ଼  ଥାନା ଅଧିକାରୀ ଇନ୍ସପେକ୍ଟର ତୃପ୍ତି ରଞ୍ଜନ ନାୟକ, ଏୟାରପୋର୍ଟ ଥାନା ଆଇଆଇସି ଶଶିକାନ୍ତ ରାଉତ, ଧଉଳି ଥାନା ଇନ୍ସପେକ୍ଟର ପ୍ରଦୀପ କିଶୋର ନାଏକ, ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ତୁଷାରକାନ୍ତ ସେଠୀ, ନିଲମ୍ବିତ ହୋଇଥିବା ଇନ୍ସପେକ୍ଟର ଦୀନକୃଷ୍ଣ ମିଶ୍ର, କଟକ ମହିଳା ଥାନା ଅଧିକାରୀ ବିୟୁଟି ମହାନ୍ତି, ନନ୍ଦନକାନନ ଥାନା ଅଧିକାରୀ ସମିତା ମିଶ୍ର, ୨୦୧୪ରୁ କମିଶନରେଟ୍‌  ପୁଲିସ୍‌ରେ ଥିବା ତେରସ୍କ୍ୱାବା ମହାପାତ୍ର, ଇନ୍ସପେକ୍ଟର  ରେଣୁବାଳା ମହାପାତ୍ର, ଇନ୍ସପେକ୍ଟର ରୀନା ମିଶ୍ର,  ଇନ୍ସପେକ୍ଟର ବିଶ୍ୱରଞ୍ଜନ ସାହୁ, ଇନ୍ସପେକ୍ଟର ଶର୍ମିଷ୍ଠା  ଖିଲାର, ୨୦୨୦ରୁ କଟକ ଭୁବନେଶ୍ୱର ହେଉଥିବା  ଇନ୍ସପେକ୍ଟର ଯୁବରାଜ ସ୍ୱାଇଁ, ଇନ୍ସପେକ୍ଟର ଦେବେନ୍ଦ୍ର  ବିଶ୍ୱାଳ, ଇନ୍ସପେକ୍ଟର ଦୁର୍ଗା ପ୍ରସାଦ ଜେନା, ୨୦୧୭ରୁ  ଥିବା ରସ୍ମିତା ଜେନା, ୨୦୧୬ରୁ ଥିବା ସାଇବର  ଥାନା ଆଇଆଇସି ସନ୍ତୋଷିନୀ ବେହେରା,  ୨୦୧୯ରୁ ଥିବା ଜିତେନ୍ଦ୍ର ନାଥ ସେଠୀ,  ୨୦୧୪ରୁ ଥିବା ଅସ୍ମିତା ମିଶ୍ର,  ଇନ୍ସପେକ୍ଟର ପ୍ରକାଶ ନନ୍ଦ, ୨୦୧୬ରୁ  ଥିବା ରାକେଶ କୁମାର ବେହେରା,  ଇନ୍ସପେକ୍ଟର ଡି. ନାୟକ,  ଇନ୍ସପେକ୍ଟର ଏସ୍‌ କୁମାର,  ଇନ୍ସପେକ୍ଟର ଏସ୍‌. ବି ଜେନା, ଇନ୍ସପେକ୍ଟର  ଆର. ସାହୁ, ପ୍ରିୟଦର୍ଶିନୀ  ନନ୍ଦ, ଇନ୍ସପେକ୍ଟର ବି.କେ  ବାରିକ, ଇନ୍ସପେକ୍ଟର  ସି.ଆର ରାଉତ, ଇନ୍ସପେକ୍ଟର ଭାଗ୍ୟଶ୍ରୀ ସ୍ୱାଇଁ ୩ ବର୍ଷରୁ  ଅଧିକ ସମୟ ଧରି କମିଶନରେଟ୍‌ ପୁଲିସ୍‌ରେ ରହିଛନ୍ତି । ଯୋଗ୍ୟତା ଭିତ୍ତିରେ ୧୦ରୁ୧୫ ଜଣ ଇନ୍ସପେକ୍ଟର  ଭୁବନେଶ୍ୱରରେ ଥିବା ବେଳେ ଅନ୍ୟମାନେ ବିଭିନ୍ନ  ଚାପ ସୃଷ୍ଟି କରି ପଡ଼ି ରହିଛନ୍ତି ।  

୪୫ ଜଣଙ୍କ ମଧ୍ୟରେ ସର୍ବାଧିକ ରେକର୍ଡ  କରିଛନ୍ତି, ୨୦୦୭ରୁ କମିଶନରେଟ୍‌ ପୁଲିସ୍‌ରେ ଥିବା  ନବଘନ ମଲ୍ଳିକ, ୨୦୧୩ରୁ ଭୁବନେଶ୍ୱର-କଟକ  ବୁଲୁଥିବା ଇନ୍ସପେକ୍ଟର ଆକାଶ ରଣା, ୨୦୦୮ରୁ କଟକ-ଭୁବନେଶ୍ୱର ବଦଳି ହେଉଥିବା ପ୍ରଦୀପ କୁମାର ଜେନା ।  ଏମାନେ ୧୦ ବର୍ଷରୁ ଅଧିକ ସମୟ ଧରି କମିଶନରେଟ୍‌ ପୁଲିସ୍‌ରେ ଅଛନ୍ତି । ଏମାନଙ୍କୁ ଖୁବ୍‌ ଶୀଘ୍ର କମିଶନରେଟ୍‌ ପୁଲିସ୍‌ରୁ ଅନ୍ୟ ପୁଲିସ୍‌ ଜିଲ୍ଳାକୁ ବଦଳି କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.