ପ୍ରମୂଖ ଖବର
  • କୋରାପୁଟ : ଗଞ୍ଜେଇ ଚାଲାଣ କରୁଥିବା ବେଳେ ୨ ଛାତ୍ର ଗିରଫ, ୪୦ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ
  • ||
  • ନିମାପଡ଼ା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ମହିଳାଙ୍କ ଜୀବନ
  • ||
  • ଗଞ୍ଜାମ : ୩୩ କେଭି ତାର ସହ ଏଲଟି ଲାଇନର ତ୍ରୁଟି ପୂର୍ଣ୍ଣ ସଂଯୋଗ, ଜଳିଗଲା ୮ରୁ ଉର୍ଦ୍ଧ୍ୱ ଘରର ବିତ୍ୟୁତ ସରଞ୍ଜାମ
  • ||
  • ପୁରୀ : ଶହୀଦ ଜୟୀ ରାଜଗୁରୁଙ୍କ ଶ୍ରାଦ୍ଧ ଦିବସ ପାଳିତ
  • ||
  • ପୁରୀରେ ପୋଲିସ ଆଇନ ୩୦ ଧାରା ୯୦ ଦିନ ପର୍ଯ୍ୟନ୍ତ ବଳବତ୍ତର
  • ||
  • ପୁରୀ : କୁମ୍ଭକାର ଶାଳରେ କୁରାଳ ପଞ୍ଚମୀ ପୂଜାର୍ଚ୍ଚନା
  • ||
  • ସଂସଦରେ ବିରୋଧୀଙ୍କ ହଙ୍ଗାମା, ଅପରାହ୍ନ ୧୨ଟା ଯାଏ ଲୋକସଭା ମୁଲତବୀ
  • ||
  • 'ମୁଁ ରାଜ୍ୟସଭା ରେସ୍‌ରେ ଆଦୌ ନାହିଁ, ଏ ଚର୍ଚ୍ଚା କପୋଳକଳ୍ପିତ'...
  • ||
  • ଚଣ୍ଡିଖୋଲ : ଦୋକାନ ଉପରେ ମାଡ଼ି ଗଲା ଟ୍ରକ୍‌, ୨ ଆହତ
  • ||
  • ଝାରସୁଗୁଡ଼ା : ବାପାକୁ ଚାପୁଡ଼ା ମାରିବାରୁ ଯୁବକଙ୍କୁ ପିଟି ପିଟି ମାରିଦେଲା ପୁଅ, ୨ ଅଟକ
  • ||
  • ସମ୍ବଲପୁର: ଭିଜିଲାନ୍ସ ଜାଲରେ ଏସିଏଫ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ରେଡ୍
  • ||
  • ଘନ କୁହୁଡି ବଳୟରେ ସୂର୍ଯ୍ୟ ମନ୍ଦିର, କାରୁକାର୍ଯ୍ୟ ଦେଖିବାରୁ ପର୍ଯ୍ୟଟକ ବଞ୍ଚିତ
  • ||
  • ବାରଙ୍ଗ ପୁଅ ବୋହୂ ପୋଡ଼ି ଘଟଣା: ୫ ଦିନ ଜୀବନ ମରଣ ସହ ସଙ୍ଘର୍ଷ ପରେ ଆଖି ବୁଜିଲା ପୁଅ
  • ||
  • ପୁରୀ: ଶନିବାର ଶ୍ରୀମନ୍ଦିରରେ ଓଢ଼ଣ ଷଷ୍ଠୀ: ଘୋଡ଼ ପ୍ରସ୍ତୁତି ଶେଷ, ଆଜି ଅଧିବାସ ନୀତି
  • ||
  • ଶିମିଳିପାଳରୁ ଶିକାରୀଙ୍କୁ ଧରିଲା ଟ୍ରାପ୍ କ୍ୟାମେରା, ୨ ଅଭିଯୁକ୍ତ ଗିରଫ
  • ||
  • ସୁବର୍ଣ୍ଣପୁର ଜିଲ୍ଲାରେ ପୁଣି ଫେରିଛି ଶୀତ, ନିଆଁ ଜାଳି ଥଣ୍ଡାରୁ ରକ୍ଷା ପାଉଛନ୍ତି ଲୋକେ
  • ||
  • ବଡ଼ଧରଣର ଭୂକମ୍ପରେ ଥରିଲା ଉତ୍ତର କାଲିଫର୍ଣ୍ଣିଆ, ରିକ୍ଟର ସ୍କେଲରେ ତୀବ୍ରତା ୭.୦, ସୁନାମୀ ଆଲର୍ଟ
  • ||
  • ଆସନ୍ତା ୧୧ ଯାଏ ରାଜ୍ୟରେ ଶୀତ କମ୍‌,୧୨ରୁ ସାମାନ୍ୟ ବଢ଼ିବ ଜାଡ଼: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ଆଶଙ୍କା
  • ||

୪୫ ବର୍ଷ ତଳର ହତ୍ୟା ମାମଲା, ଡିଏନଏ ପ୍ରମାଣରୁ ହେଲା ସମାଧାନ

ନୂଆଦିଲ୍ଲୀ,୨୬/୧୧: ୪୫ ବର୍ଷ ତଳର ହତ୍ୟା ଓ ଦୁଷ୍କର୍ମ ମାମଲା । ଡିଏନଏ ପ୍ରମାଣରୁ ରହସ୍ୟ ଉପରୁ ପରଦା ଉଠଛି । ୧୯୭୯, ଫେବ୍ରୁଆରୀ ୯ ତାରିଖରେ ୧୭ ବର୍ଷୀୟା ଏସଥର ଗୋନ୍‌ଜାଲେଜ୍‌ ନିଜ ଘରୁ କାଲିଫର୍ଣ୍ଣିଆର ବାନିଂ ସ୍ଥିତ ନିଜ ଭଉଣୀ ଘରକୁ ଯାଉଥିଲେ । ତାହା ଲସ୍‌ ଆଞ୍ଜେଲସଠୁ ୧୩୭ କିମି ଦୂର । କିନ୍ତୁ ସେ କଦାପି ଭଉଣୀ ଘରେ ପହଞ୍ଚିପାରିଲେ ନାହିଁ । କାଲିଫର୍ଣ୍ଣିଆର ରିଭରସାଇଡ୍‌ କାଉଣ୍ଟି ରାଜପଥ ନିକଟରେ ଏକ ବରଫଗଦାରେ ତାଙ୍କ ମୃତଦେହ ମିଳିଥିଲା ।

ଦୁର୍ଷ୍କମ ପରେ ତାଙ୍କୁ ହତ୍ୟା ହୋଇଥିବା ଜଣାପଡ଼ିବା ପରେ ଅନେକ ଦଶନ୍ଧି ଧରି ମାମଲାର ଯାଞ୍ଚ୍‌ ଚାଲିଥିଲା । ୨୦୧୪ ମସିହାରେ ମୃତ୍ୟୁ ହୋଇଥିବା ଲୁଇସ୍‌ ରାଣ୍ଡୋଲ୍‌ଫ ‘ର‌୍ୟାଣ୍ଡି’ ୱିଲିୟାମ୍‌ସନ ନାମକ ଜଣେ ବ୍ୟକ୍ତିଙ୍କର ପ୍ରୟୋଗଶାଳାରେ ଡିଏନ୍‌ଏ ମ୍ୟାଚ୍‌ କରାଗଲା । ୱିଲିଆମ୍‌ସନ ଜଣେ ଆମେରିକୀୟ ନୌବାହିନୀର ସୈନ୍ୟ ଥିଲେ । ଗୋନ୍‌ଜାଲେଜ୍‌ଙ୍କ ମୃତଦେହ ପାଇବା ଖବର ଦେବା ପାଇଁ ସେ ପୋଲିସ କର୍ତ୍ତୃପକ୍ଷଙ୍କୁ ଫୋନ୍‌ କରିଥିଲେ । ମୃତକ ଜଣକ ପୁରୁଷ କି ମହିଳା ସେ ଚିହ୍ନିପାରି ନଥିବା ଦାବି କରିଥିଲେ । ତେଣୁ ଡିଏନ୍‌ଏ ଟେଷ୍ଟ୍‌ ହୋଇଥିଲା । ୱିଲିଆମ୍‌ସନ ଅତୀତରେ ମାରପିଟ୍‌ ଅଭିଯୋଗର ସମ୍ମୁଖୀନ ହୋଇଥିଲେ । କିନ୍ତୁ କୌଣସି ହିଂସାତ୍ମକ ଅପରାଧରେ କଦାପି ଦୋଷୀ ସାବ୍ୟସ୍ତ ହୋଇନଥିଲେ । ଯାଞ୍ଚ୍‌ ଆଉ ଆଗକୁ ନ ବଢ଼ିବା ସତ୍ତେ୍ୱ ରିଭର୍‌ସାଇଡ୍‌ କାଉଣ୍ଟି ସ୍ଥିତ କୋଲ୍ଡ କେସ୍‌ ହୋମିସାଇଡ୍‌ ଟିମ୍‌ ହାର୍‌ ମାନିଲା ନାହିଁ ।

୧୯୭୯ ମସିହାରେ ଗୋନ୍‌ଜାଲେଜ୍‌ଙ୍କ ଶରୀରରୁ ନିଆଯାଇଥିବା ଶୂକ୍ରାଣୁ ନମୁନାକୁ ସଂରକ୍ଷିତ ରଖାଯାଇଥିଲା । କିନ୍ତୁ ଦୀର୍ଘ ଦଶନ୍ଧି ଧରି ଜାତୀୟ କମ୍ବାଇନ୍‌ଡ ଡିଏନ୍‌ଏ ଇଣ୍ଡେକ୍ସ ସିଷ୍ଟମ୍‌ରେ ଏହା ମ୍ୟାଚ୍‌ କରିନଥିଲା । ୨୦୨୩ ମସିହାରେ ଫରେନ୍‌ସିକ ଟେକ୍ନୋଲୋଜି ଶେଷରେ ସମାଧାନ ପାଇଲା । ହୋମିସାଇଡ୍‌ ଟିମ୍‌ ଫରେନ୍‌ସିକ୍‌ ଜିନେଲୋଜିରେ ବିଶେଷଜ୍ଞତା ହାସଲ କରିଥିବା ଟେକ୍ସାସ ସ୍ଥିତ ଏକ ଜେନେଟିକ୍‌ ଲ୍ୟାବ୍‌ ସହ ଯୋଡ଼ି ହେଲା । ୨୦୧୪ ମସିହାରେ ଅଟୋପ୍ସିରୁ ୱିଲିଆମ୍‌ସନ୍‌ଙ୍କ ରକ୍ତ ନମୁନା ନିଆଯାଇଥିଲା । ଏହି ନମୁନାର ଡିଏନ୍‌ଏ ମ୍ୟାଚ୍‌ କରିବା ପରେ ୱିଲିଆମ୍‌ସନ ହିଁ ୧୭ ବର୍ଷୀୟା ଗୋନ୍‌ଜାଲେଜ୍‌ଙ୍କ ରେପ୍‌ ଓ ହତ୍ୟାକାରୀ ବୋଲି ସ୍ପଷ୍ଟ ହେଲା । 

ଦୀର୍ଘ ୪୫ ବର୍ଷ ପରେ ହତ୍ୟାକାରୀ ବିଷୟରେ ଜଣାପଡ଼ିବା ପରେ ଗୋନ୍‌ଜାଲେଜ୍‌ଙ୍କ ପରିବାର ଖୁସି ହୋଇଛି । କିନ୍ତୁ ୧୦ ବର୍ଷ ତଳେ ହତ୍ୟାକାରୀ ୱିଲିଆମ୍‌ସନଙ୍କ ମୃତ୍ୟୁ ହୋଇଥିବାରୁ ତାଙ୍କୁ ଦଣ୍ଡ ମିଳିପାରିବ ନାହିଁ । ସେଥିପାଇଁ ସେମାନେ ଦୁଃଖ ପ୍ରକାଶ କରିଛନ୍ତି । ଫେସ୍‌ବୁକ୍‌ରେ ରିଭରସାଇଡ୍‌ କାଉଣ୍ଟି ପୋଲିସ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି ପରିବାର ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.