ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଆମେରିକାରୁ ଫେରିଲେ ଆଉ ୧୨ ଅବୈଧ ପ୍ରବାସୀ ଭାରତୀୟ

Published By : Prameya | February 24, 2025 9:16 AM

ନୂଆଦିଲ୍ଲୀ, ୨୪/୦୨: ଚତୁର୍ଥ ପର୍ଯ୍ୟାୟରେ ଆମେରିକାରୁ ଫେରିଛନ୍ତି ଆଉ  ୧୨ ଜଣ ଅବୈଧ ପ୍ରବାସୀ ଭାରତୀୟ । ତୁର୍କୀ  ଏୟାର ଲାଇନ୍ସର ଏକ ବିମାନ ସେମାନଙ୍କୁ ଧରି ରବିବାର ନୂଆଦିଲ୍ଲୀ ବିମାନବନ୍ଦରରେ ଅବତରଣ  କରିଛି । ଆମେରିକାରୁ ପ୍ରଥମେ ସେମାନଙ୍କୁ ପାନାମା ନିଆଯାଇଥିଲା ଏବଂ ସେଠାରୁ ଭାରତକୁ  ଅଣାଯାଇଥିଲା । ଏହି ୧୨ ଜଣଙ୍କ ମଧ୍ୟରୁ ଅମୃତସରର ୪ ଜଣ ଥିବା ବେଳେ ହରିୟାଣା  ଓ ଉତ୍ତରପ୍ରଦେଶର ୩ ଜଣ ଲେଖାଏ ଜଣାପଡିଛି ।  ଅନ୍ୟ ଜଣଙ୍କର ପରିଚୟ ଜଣାପଡିନାହିଁ ।

ଦିଲ୍ଲୀରେ  ପହଞ୍ଚିବା ପରେ ସେମାନଙ୍କୁ ନିଜ ନିଜ ଘରକୁ  ପଠାଇ ଦିଆଯାଇଛି । ପ୍ରାୟ ୩୦୦ ଅବୈଧ  ପ୍ରବାସୀଙ୍କୁ ଆମେରିକାରୁ ନିଆଯାଇ ପାନାମାର  ଏକ ହୋଟେଲରେ ରଖାଯାଇଛି । ସେମାନଙ୍କ  ଭିତରେ ଥିବା ଭାରତୀୟଙ୍କୁ ଫେରାଇ ଆଣିବା ଲାଗି  ଆବଶ୍ୟକ ପଦକ୍ଷେପ ନିଆଯାଉଛି । ଜାନୁଆରୀ ୨୦  ତାରିଖରେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଶପଥ  ନେବା ପରେ ଅବୈଧ ପ୍ରବାସୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.