ନୂଆଦିଲ୍ଲୀ, ୨୪/୦୨: ଚତୁର୍ଥ ପର୍ଯ୍ୟାୟରେ ଆମେରିକାରୁ ଫେରିଛନ୍ତି ଆଉ  ୧୨ ଜଣ ଅବୈଧ ପ୍ରବାସୀ ଭାରତୀୟ । ତୁର୍କୀ  ଏୟାର ଲାଇନ୍ସର ଏକ ବିମାନ ସେମାନଙ୍କୁ ଧରି ରବିବାର ନୂଆଦିଲ୍ଲୀ ବିମାନବନ୍ଦରରେ ଅବତରଣ  କରିଛି । ଆମେରିକାରୁ ପ୍ରଥମେ ସେମାନଙ୍କୁ ପାନାମା ନିଆଯାଇଥିଲା ଏବଂ ସେଠାରୁ ଭାରତକୁ  ଅଣାଯାଇଥିଲା । ଏହି ୧୨ ଜଣଙ୍କ ମଧ୍ୟରୁ ଅମୃତସରର ୪ ଜଣ ଥିବା ବେଳେ ହରିୟାଣା  ଓ ଉତ୍ତରପ୍ରଦେଶର ୩ ଜଣ ଲେଖାଏ ଜଣାପଡିଛି ।  ଅନ୍ୟ ଜଣଙ୍କର ପରିଚୟ ଜଣାପଡିନାହିଁ ।

ଦିଲ୍ଲୀରେ  ପହଞ୍ଚିବା ପରେ ସେମାନଙ୍କୁ ନିଜ ନିଜ ଘରକୁ  ପଠାଇ ଦିଆଯାଇଛି । ପ୍ରାୟ ୩୦୦ ଅବୈଧ  ପ୍ରବାସୀଙ୍କୁ ଆମେରିକାରୁ ନିଆଯାଇ ପାନାମାର  ଏକ ହୋଟେଲରେ ରଖାଯାଇଛି । ସେମାନଙ୍କ  ଭିତରେ ଥିବା ଭାରତୀୟଙ୍କୁ ଫେରାଇ ଆଣିବା ଲାଗି  ଆବଶ୍ୟକ ପଦକ୍ଷେପ ନିଆଯାଉଛି । ଜାନୁଆରୀ ୨୦  ତାରିଖରେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଶପଥ  ନେବା ପରେ ଅବୈଧ ପ୍ରବାସୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି ।