ନୀଳଗିରି, ୫/୧୨ : ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ବେଗୁନିଆ ହଷ୍ଟେଲରେ ଚତୁର୍ଥ ଶ୍ରେଣୀ ଛାତ୍ରଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣା। ଆକ୍ସନ୍ ମୋଡ୍ରେ ଜିଲ୍ଲା ପ୍ରଶାସନ। କର୍ତ୍ତବ୍ୟରେ ଅବହେଳା ପାଇଁ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ନିଲମ୍ବିତ।
ସୂଚନାନୁଯାୟୀ, ବୁଧବାର କମାରଖାଲିଆ ଗ୍ରାମର କାଳିଆ ସିଂ ହଷ୍ଟେଲ ଯାଇ ତାଙ୍କ ପୁଅକୁ ଲୁହା ଝିଞ୍ଜିରିରେ ବାନ୍ଧି ପକାଇଥଲେ। ସହକାରୀ ଶିକ୍ଷକ ଯତୀନ କୁମାର ପରିଡା ଏହି ଘଟଣାର ଭିଡିଓ ଉତ୍ତୋଳନ କରିଥିଲେ । ଏହି ଭିଡିଓ ଭାଇରାଲ ପରେ ଗତକାଲି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଉପଜିଲ୍ଲାପାଳ ଏକ ଟିମ୍ ନେଇ ତଦନ୍ତ କରିଥିଲେ। ଏହି ରିପୋର୍ଟକୁ ଆଧାର କରି ଆଜି ଜିଲ୍ଲାପାଳ କର୍ତ୍ତବ୍ୟରେ ଅବହେଳା ପାଇଁ ପ୍ରଧାନ ଶିକ୍ଷକ ରଘୁନାଥ ବାଗୁଡାଇ ଓ ସହକାରୀ ଶିକ୍ଷକ ଯତୀନ କୁମାର ପରିଡାଙ୍କୁ ନିଲମ୍ବିତ କରିଛନ୍ତି। ସେପଟେ ଛାତ୍ରର ବାପା ତଦନ୍ତ ପରିସରଭୁକ୍ତ ଥିବା ଜଣାପଡିଛି।