ବଲାଙ୍ଗୀର,୧୨।୬ : ବଲାଙ୍ଗୀର ଜାଲ ସାର୍ଟିଫିକେଟ ଦେଇ ଗ୍ରାମୀଣ ଡାକ ସେବକ ଚାକିରୀ ମାମଲାରେ କ୍ରାଇମବ୍ରାଞ୍ଚ ବୁଧବାର ୫ ଜଣଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତ କୁଳମଣୀ ରଣା, ଅଜୁଦିନ କୁମ୍ଭାର, ରଜତ ନାଏକ, ସୁଧୀର ଭୁଏ, ତୋଫାନ ବାଗଙ୍କୁ କୋର୍ଟରେ ହାଜର କରାଯାଇଛି । ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାରୁ ୫ ଜଣଙ୍କୁ ଗିରଫ କରାଯାଇଛି।
ଏମାନେ ବିଭିନ୍ନ ବିଶ୍ଵବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନର ଜାଲ ସାର୍ଟିଫିକେଟ ଦେଇ ଗ୍ରାମୀଣ ଡାକ ସେବକ ଚାକିରୀ ହାତେଇ ଥିଲେ। ଗତ ୨୦୨୩ ମସିହାରେ ବଲାଙ୍ଗୀର ଜିଲ୍ଲା ଡିଭିଜନ ଡାକ ଅଫିସ ଅଧିକ୍ଷକ ରାଜେନ୍ଦ୍ର ପଟ୍ଟନାୟକଙ୍କ ଏତଲା ଆଧାରରେ ଏମାନଙ୍କୁ ଗିରଫ କରାଯାଇଛି। ଏହା ପୂର୍ବରୁ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସହ ୧୭ ଜଣଙ୍କୁ ଗିରଫ କରାଯାଇଛି। ତେବେ ଏହି ମାମଲାରେ ସିବିଆଇ ମଧ୍ୟ ତନାଘନା ଜାରି ରଖିଛି।