ହିନ୍ଦୀ ସିନେମା ଏବଂ ୱେବ୍‌ ସିରିଜ୍‌ ଦର୍ଶକଙ୍କ ପାଇଁ ଖୁସି ଖବର । ଚଳିତ ସପ୍ତାହରେ ଓଟିଟି ପ୍ଲାଟଫର୍ମରେ ଷ୍ଟ୍ରିମିଂ ହେବାକୁ ଯାଉଛି ବେଶ୍‌ କେତୋଟି ଦମ୍‌ଦାର ଫିଲ୍ମ ଓ ୱେବ୍‌ ସିରିଜ୍ । ଏହାର ଭରପୂର ମଜା ନେଇପାରିବେ 

ଦର୍ଶକ

ଓଟିଟି ପ୍ଲାଟଫର୍ମରେ କିଛି ନା କିଛି ନୂଆ ଚଳଚ୍ଚିତ୍ର, ୱେବ୍‌ ସିରିଜ ମୁକ୍ତିଲାଭ କରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛି । ଏସବୁର କଣ୍ଟେଣ୍ଟ ଦର୍ଶକଙ୍କୁ ଏତେ ଭଲ ଲାଗୁଛି ଯେ, ସେମାନେ ସିନେମାଘର ଯିବା ବଦଳରେ ଘରେ ବସି ଫିଲ୍ମ ଓ ସିରିଜର ମଜା ନେଉଛନ୍ତି। ଓଟିଟିରେ ଏ ମାସ ପ୍ରଥମ ସପ୍ତାହରେ ମଧ୍ୟ କିଛି ଜବରଦସ୍ତ ସିନେମା ଓ ସିରିଜ୍‌ ଆସୁଛି। ଆସନ୍ତୁ ଜାଣିବା ସେ ସମ୍ପର୍କରେ...

ନାଦାନିଆ 

ହିନ୍ଦୀ ସିନେଶିଳ୍ପରେ ଅଭିନୟ ଆରମ୍ଭ କରିବାକୁ ଯାଉଛନ୍ତି ସୈଫ ଅଲ୍ଳୀ ଖାନ ଓ ଅମୃତା ସିଂଙ୍କ ପୁଅ ଇବ୍ରାହିମ । ଇବ୍ରାହିମଙ୍କ ଅଭିନୀତ ‘ନାଦାନିଆ’ ନେଟଫ୍ଲିକ୍ସରେ ରିଲିଜ୍ ହେବାକୁ ଯାଉଛି । ଏହି ରୋମାଣ୍ଟିକ ସିନେମାରେ ଇବ୍ରାହିମ ଓ ଖୁସୀ କପୁର ଲିଡ୍‌ ରୋଲରେ ଦେଖିବାକୁ ମିଳିବେ। ମାର୍ଚ୍ଚ ୭ ତାରିଖରେ ଏହି ଫିଲ୍ମ ନେଟଫ୍ଲିକ୍ସରେ ରିଲିଜ୍ ହେବ। 

ଦୁପହିୟା 

ଓଟିଟିରେ ପ୍ରତି ସପ୍ତାହର ଗୁରୁବାର ଓ ଶୁକ୍ରବାର ସର୍ବାଧିକ ଫିଲ୍ମ ଓ ସିରିଜ୍ ରିଲିଜ୍ ହୋଇଥାଏ । ଏହି ତାଲିକାରେ ସାମିଲ ହୋଇଛି ଆଉ ଏକ ସିରିଜ୍‌ । ଗଜରାଜ ରାଓଙ୍କ ସିରିଜ ‘ଦୁପହିୟା’ ଓଟିଟି ପ୍ଲାଟଫର୍ମ ପ୍ରାଇମ୍‌ ଭିଡିଓରେ ରିଲିଜ ହେବାକୁ ଯାଉଛି । ଏହି ସିରିଜ ଦର୍ଶକଙ୍କୁ ଖୁବ୍‌ ହସେଇବ । ଏ ସିରିଜ୍‌ ମଧ୍ୟ ୭ ତାରିଖରେ ରିଲିଜ୍ ହେବ । ଦର୍ଶକ ଏହି ହାସ୍ୟରସ ସିରିଜର ଭରପୁର ମଜା ନେବେ।

ଗେମ୍‌ ଚେଞ୍ଜର 

ରାମ ଶରଣ ଓ କିୟାରା ଆଡଭାନୀ ଅଭିନୀତ ‘ଗେମ୍‌ ଚେଞ୍ଜର’ ବକ୍ସ ଅଫିସ୍‌ରେ ସେଭଳି ଖାସ୍‌ ପ୍ରଦର୍ଶନ କରିପାରିନଥିଲା । ଗତ ମାସରେ ଏ ଫିଲ୍ମ ତେଲୁଗୁ, ତାମିଲ, କନ୍ନଡ ଓ ମଲାୟାଲମ ଭାଷାରେ ଓଟିଟିରେ ରିଲିଜ୍ ହୋଇସାରିଛି । ୭ ତାରିଖରେ ଜୀ-୫ରେ ଏହାର ହିନ୍ଦୀ ସଂସ୍କରଣ ଆସୁଛି। 

ରେଖାଚିତ୍ରମ୍‌ 

ଏହା ଏକ ଥ୍ରୀଲର୍‌ ଫିଲ୍ମ, ଏଥିରେ ଜଣେ ନିଲମ୍ବିତ ପୁଲିସ ଅଧିକାରୀ ବିବେକ ଗୋପୀନାଥଙ୍କ କାହାଣୀ ଦେଖିବାକୁ ମିଳିବ । ଏହି ଦକ୍ଷିଣ ଭାରତୀୟ ଫିଲ୍ମ ଦର୍ଶକଙ୍କୁ ବେଶ୍‌ ପ୍ରଭାବିତ କରିବ । ଏ ଫିଲ୍ମଟି ମଧ୍ୟ ୭ ତାରିଖରେ ଓଟିଟି ପ୍ଲାଟଫର୍ମ ସୋନି ଲିଭ୍‌ରେ ମୁକ୍ତିଲାଭ କରିବ । 

ଥଣ୍ଡେଲ୍‌ 

ସାଇ ପଲ୍ଲବୀ ଓ ନାଗା ଚୈତନ୍ୟ ଅଭିନୀତ ‘ଥଣ୍ଡେଲ୍‌’ ସିନେମାଘରେ ଧମାକା କରିଥିଲା । ୭ ତାରିଖରେ ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍‌ରେ ରିଲିଜ ହେଉଛି। ‘ଥଣ୍ଡେଲ୍‌’ ତେଲୁଗୁ, ତାମିଲ, କନ୍ନଡ, ମଲାୟାଲମ ଓ ହିନ୍ଦୀ ଭାଷାରେ ରିଲିଜ୍ ହେବ। ଦର୍ଶକ ନିଜ ମନ ପସନ୍ଦର ଭାଷାରେ ଏ ଫିଲ୍ମ ଦେଖି ଉପଭୋଗ କରିପାରିବେ।