ପ୍ରମୂଖ ଖବର
  • ଦିଲ୍ଲୀ ଏମ୍ସରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା
  • ||
  • ଅବସର ପରେ କରିପାରିବେ ଶିକ୍ଷକତା, ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ
  • ||
  • ରାଜ୍ୟସ୍ତରୀୟ ପିଏମ କିଷାନ ସମ୍ମାନ ନିଧି, ଓଡ଼ିଶାର ପ୍ରାୟ ୩୫ ଲକ୍ଷ କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା
  • ||
  • ମୟୂରଭଞ୍ଜ : ସାପ କାମୁଡାରେ ଚାଲିଗଲା ୨ ମହିଳାଙ୍କ ଜୀବନ
  • ||
  • ଅନ୍ନଦାତାଙ୍କୁ ପିଏମ୍ କିଷାନ ଟଙ୍କା, ୯ କୋଟି ୭୧ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ଗଲା ୨୦ତମ କିସ୍ତି
  • ||
  • ଅପରେସନ୍ ଅଖଲ; କୁଲଗାମରେ ଏନକାଉଣ୍ଟର, ଆତଙ୍କୀ ନିପାତ
  • ||
  • କରଞ୍ଜିଆ: ବିଲ ମଝିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ; ମହିଳା ମୃତ, ପୁରୁଷ ଗୁରୁତର
  • ||
  • ଅପରେସନ୍ ଅଖଲ, ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ଜଣେ ଆତଙ୍କୀ ନିପାତ
  • ||
  • ଢେଙ୍କାନାଳ : ଚାଷୀଙ୍କୁ ଦଳିଦେଲା ଦନ୍ତା, ମୁଣ୍ଡରୁ ଅଲଗା ହେଲା ଗଣ୍ଡି
  • ||
  • ବିଜେଡି ନେତା ରାଜା ଚକ୍ରଙ୍କୁ ୧୫ ଦିନ ଜାମିନ୍‌, ଶଶୁରଙ୍କ ଦଶାହ କର୍ମରେ ଯୋଗ ଦେବାକୁ ମିଳିଛି ଅନ୍ତରୀଣ ବେଲ୍
  • ||
  • ବ୍ରହ୍ମପୁର: ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହତ, ବାମ ଗୋଡ଼ରେ ବାଜିଛି ଗୁଳି
  • ||
  • ରାଜନୀତି ଛାଡ଼ିବାକୁ ଘୋଷଣା କଲେ କମଲା ହାରିସ୍‌, କହିଲେ 'ଆମ ବ୍ୟବସ୍ଥା ଭାଙ୍ଗି ସାରିଛି...'
  • ||
  • ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

ମୋର୍ଟାର ସେଲକୁ ଖେଳନା ଭାବି ଘରକୁ ନେଇଗଲେ: ବିସ୍ଫୋରଣରେ ୫ ଶିଶୁ ମୃତ, ୧୨ ଆହତ

Published By : Harapriya Biswal | August 2, 2025 7:41 PM

ଇସଲାମାବାଦ,୨।୮:  ପାକିସ୍ତାନର ଖାଇବର ପଖତୁନଖ୍ୱା (କେପିକେ) ପ୍ରଦେଶରେ ମୋର୍ଟାର ସେଲ୍ ବିସ୍ଫୋରଣ। ଏଥିରେ ପାଞ୍ଚ ଜଣ ପିଲାଙ୍କ ମୃତ୍ୟୁ ଘଟିଥିବା ବେଳେ୧୨ ଜଣ ଆହତ ହୋଇଛନ୍ତି। ଏହି ଘଟଣା କେପିକେର ଲକ୍କି ମରୱାତ ଜିଲ୍ଲାର ଏକ ଗାଁରେ ଘଟିଛି। ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ଚାରି ଜଣ ଝିଅ ଅଛନ୍ତି। ସେଭଳି ଆହତଙ୍କ ମଧ୍ୟରେ ଦୁଇଜଣ ମହିଳା ଅଛନ୍ତି। ଆହତମାନଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ପିଲାମାନେ ଏକ ମୋର୍ଟାର ସେଲ୍ ସହ ଖେଳୁଥିବା ବେଳେ  ତାହା ବିସ୍ଫୋରଣ ହୋଇଥିଲା।

ସ୍ଥାନୀୟ ପୋଲିସର ସୂଚନା ଅନୁଯାୟୀ, ପିଲାମାନେ କ୍ଷେତରୁ ଏକ ପୁରୁଣା ମୋର୍ଟାର RPG-7 ସେଲ୍ ପାଇଥିଲେ। ସେମାନେ ଏହାକୁ ଗୋଟାଇ ଖେଳିବା ପାଇଁ ଘରକୁ ଆଣିଥିଲେ। ଘର ଭିତରେ ଏଥିରେ  ଖେଳିବା ଆରମ୍ଭ କରିଥିଲେ। ଏହି ସମୟରେ ସେଲ୍ ବିସ୍ଫୋରଣ ହୋଇଥିଲା। ପୋଲିସ କହିଛି ଯେ ଆହତ ପିଲା ଏବଂ ମହିଳାମାନେ ଗୋଟିଏ ପରିବାରର।

ପୋଲିସର କହିବା ଅନୁସାରେ, ପିଲାମାନଙ୍କୁ କ୍ଷେତ ଭିତରେ ମୋର୍ଟର ସେଲ୍ ମିଳିଥିଲା। ଏହାକୁ ଖେଳନା ଭାବି ସେମାନେ ନିଜ ଗାଁ ସୋରବନ୍ଦକୁ ନେଇଯାଇଥିଲେ। ଘର ଭିତରେ ଏହା ବିସ୍ଫୋରଣ ଘଟିଥିଲା। ସେ କହିଛନ୍ତି, ମୃତକ ଓ ଆହତ ପିଲାଙ୍କୁ ଖଲିଫ ଗୁଲ ନଓ୍ବାଜ ହସ୍ପିଟାଲରେ ଆଡମିଟ୍ କରାଯାଇଛି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.